ଦ୍ୱିତୀୟ ଟେଷ୍ଟ: ପ୍ରଥମ ଇନିଂସରେ ଭାରତ ୩୧୬ ରନ୍‌ରେ ଅଲ୍‌ଆଉଟ୍‌, ନ୍ୟୁଜିଲାଣ୍ଡ ୧୨୮/୭

କୋଲକାତା: କୋଲକାତାର ଇଡେନ୍ ଗାର୍ଡେନ୍‌ରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଇନିଂସରେ ଭାରତ ସମସ୍ତ ୱିକେଟ୍ ହରାଇ ୩୧୬ ରନ୍ କରିଛି। ଦ୍ୱିତୀୟ ଦିନ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ଦଳ ୭ଟି ୱିକେଟ୍ ହରାଇ ୧୨୮ ରନ୍ କରିଛି।

ଗତକାଲି ମ୍ୟାଚ୍‌ର ପ୍ରଥମ ଦିନରେ ଦଳ ୭ ୱିକେଟ୍ ହରାଇ ୨୩୯ ରନ୍ କରିଥିଲା। ଦଳ ଆଜି ମାତ୍ର ୭୭ ରନ୍ ଯୋଡ଼ିବାରେ ସକ୍ଷମ ହୋଇଥିଲା। ଗତକାଲି ରିଦ୍ଧିମାନ ଶାହା ୧୪ ରନ୍ ଓ ରବୀନ୍ଦ୍ର ଜାଡେଜା କୌଣସି ରନ୍ ନ କରି କ୍ରିଜ୍‌ରେ ରହିଥିଲେ। ଆଜି ଜାଡେଜା ୧୪ ରନ୍ କରି ଆଉଟ୍ ହୋଇଯାଇଥିଲେ। ତାଙ୍କ ପରେ କ୍ରିଜ୍‌କୁ ଆସିଥିବା ଭୁବନେଶ୍ୱର କୁମାର ମାତ୍ର ୫ ରନ୍ କରି ଆଉଟ୍ ହୋଇଥିଲେ। ସେହିପରି ମହମ୍ମଦ ସାମି ମଧ୍ୟ ୧୪ ରନ୍ କରି ଆଉଟ୍ ହୋଇଯାଇଥିଲେ। ରିଦ୍ଧିମାନ ୫୪ ରନ୍ କରି ନଟ୍‌ଆଉଟ୍ ରହିଥିଲେ।

ଦଳ ପକ୍ଷରୁ ଚେତେଶ୍ୱର ପୂଜାରା ସର୍ବାଧିକ ୮୭ ରନ୍ କରିଥିବା ବେଳେ ଆଜିଙ୍କ୍ୟ ରାହାଣେ ୭୭ ରନ୍ କରିଛନ୍ତି। ବିରାଟ କୋହଲି, ମୁରଲୀ ବିଜୟ, ଶିଖର ଧାୱନ ଓ ରୋହିତ ଶର୍ମା ଗତକାଲି ଫେଲ୍ ମାରି ଥିଲେ। ସେମାନେ ଦୁଇ ଅଙ୍କ ବି ଛୁଇଁ ନ ଥିଲେ।

ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୫ଟି, ମହମ୍ମଦ ସାମି ଓ ରବୀନ୍ଦ୍ର ଜାଡ଼େଜା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ବିଜେ ୱାଟଲିଂ ୧୧ ରନ୍ ଏବଂ ଜିତେନ ପଟେଲ ୫ ରନ୍‌ କରି ଅପରାଜିତ ଅଛନ୍ତି।

ଆହୁରି ପଢ଼ନ୍ତୁ

୧୬ ତାରିଖରେ ପଡ଼ିଆକୁ ଫେରିବେ ମାହି!

ଆଇପିଏଲର ପ୍ରାୟୋଜକ ହେବ ବାବା ରାମଦେବଙ୍କ ‘ପତଞ୍ଜଳି’!

‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ୩ ଖେଳାଳିଙ୍କୁ କରୋନା

ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ

ଅନୱରଙ୍କ ପରେ ଇଂଲଣ୍ଡରେ ଶାନ ମାସୁଦ କଲେ ଏହି ରେକର୍ଡ

ଆଇପିଏଲ ପାଇଁ ଜାରି ହେଲା ଏସଓପି, ଜାଣନ୍ତୁ କ’ଣ ରହିଛି ନିୟମ

ଆଇପିଏଲରରୁ ହଟିଲା ଚାଇନିଜ କମ୍ପାନୀ ଭିଭୋ

ଦୁନିଆର ସବୁଠାରୁ ଦାମୀ କାର୍‌ କିଣିଲେ ରୋନାଲ୍ଡୋ, ଦାମ ଶୁଣିଲେ ହୋସ ଉଡ଼ିଯିବ

ପ୍ରତିଶୁଭେଚ୍ଛାରେ ଦୂତୀଙ୍କୁ ଏମିତି ଲେଖିଲେ ମୋଦି