ସେହୱାଗ କିଙ୍ଗସ ଏକାଦଶ ପଞ୍ଜାବର ମେଣ୍ଟର

ନୂଆଦିଲ୍ଲୀ: ଆଇପିଏଲର ନବମ ସଂସ୍କରଣରେ କିଙ୍ଗସ ଏକାଦଶ ପଞ୍ଜାବର ମେଣ୍ଟର ଭାବେ ସୋମବାର ନିଯୁକ୍ତି ପାଇଛନ୍ତି ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହୱାଗ।

କିଙ୍ଗସ ଏକାଦଶ ପକ୍ଷରୁ କୁହାଯାଇଛି ଯେ, ସେ ଦଳର ମୁଖ୍ୟ କୋଚ୍ ସଞ୍ଜୟ ବାଙ୍ଗରଙ୍କ ସହ ମିଶି ସ୍ୱାର୍ଡକୁ ମାର୍ଗ ଦର୍ଶନ ଦେବା ସହ ଉତ୍ସାହିତ କରିବେ।

ବୀରେନ୍ଦ୍ର ସେହୱାଗ୍ ଦଳର ଜଣେ ପ୍ରମୁଖ ଅଙ୍ଗ। ତାଙ୍କ ତତ୍ତ୍ୱାବଧାନରେ ଦଳ ଆଇପିଏଲରେ ସଫଳତାର ଶିଖରକୁ ଛୁଇଁବ ବୋଲି କୋଚ୍ ସଞ୍ଜୟ ବାଙ୍ଗର ସୂଚନା ଦେଇଛନ୍ତି।