ବାଂଲାଦେଶ ଲିଜେଣ୍ଡସକୁ ହରାଇଲା ଭାରତୀୟ ଲିଜେଣ୍ଡସ: ଗର୍ଜିଲା ସଚିନ ଓ ସେହୱାଗଙ୍କ ବ୍ୟାଟ୍‌

ରାୟପୁର: ଅବସର ପରେ ବି ନିଜର ଯାଦୁ ଦେଖାଇବାକୁ ଭୁଲି ନାହାନ୍ତି ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହୱାଗ। ବିଶେଷ କରି ସେହୱାଗ ନିଜର ବିସ୍ଫୋରକ ରୂପ ଦେଖାଇ ବାଂଲାଦେଶ ଲିଜେଣ୍ଡସ୍‌ର ବୋଲରଙ୍କୁ ଆଜିର ମ୍ୟାଚ୍‌ରେ ନିସ୍ତୁକ ପ୍ରହାର କରିଛନ୍ତି। ସଚିନ ଓ ସେହୱାଗଙ୍କ ଆକର୍ଷୀୟ ଇନିଂସ ବଳରେ ଭାରତୀୟ ଲିଜେଣ୍ଡସ ୧୦ ୱିକେଟ୍‌ରେ ବାଂଲାଦେଶ ଲିଜେଣ୍ଡସକୁ ପରାସ୍ତ କରିଛି। ଆଜି ଖେଳା ଯାଇଥିବା ମ୍ୟାଚ୍‌ରେ ବାଂଲାଦେଶ ଲିଜେଣ୍ଡସ ପ୍ରଥମେ ବ୍ୟାଟିଂ କରି ୧୯.୪ ଓଭର୍‌ରେ ସମସ୍ତ […]

sachin

sachin

Hemant Lenka
  • Published: Friday, 05 March 2021
  • Updated: 05 March 2021, 10:15 PM IST

Sports

Latest News

ରାୟପୁର: ଅବସର ପରେ ବି ନିଜର ଯାଦୁ ଦେଖାଇବାକୁ ଭୁଲି ନାହାନ୍ତି ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହୱାଗ। ବିଶେଷ କରି ସେହୱାଗ ନିଜର ବିସ୍ଫୋରକ ରୂପ ଦେଖାଇ ବାଂଲାଦେଶ ଲିଜେଣ୍ଡସ୍‌ର ବୋଲରଙ୍କୁ ଆଜିର ମ୍ୟାଚ୍‌ରେ ନିସ୍ତୁକ ପ୍ରହାର କରିଛନ୍ତି। ସଚିନ ଓ ସେହୱାଗଙ୍କ ଆକର୍ଷୀୟ ଇନିଂସ ବଳରେ ଭାରତୀୟ ଲିଜେଣ୍ଡସ ୧୦ ୱିକେଟ୍‌ରେ ବାଂଲାଦେଶ ଲିଜେଣ୍ଡସକୁ ପରାସ୍ତ କରିଛି।

ଆଜି ଖେଳା ଯାଇଥିବା ମ୍ୟାଚ୍‌ରେ ବାଂଲାଦେଶ ଲିଜେଣ୍ଡସ ପ୍ରଥମେ ବ୍ୟାଟିଂ କରି ୧୯.୪ ଓଭର୍‌ରେ ସମସ୍ତ ୱିକେଟ ହରାଇ ୧୦୯ ରନ୍‌ କରିଥିଲା। ଏହାର ଜବାବରେ ଭାରତୀୟ ଲିଜେଣ୍ଡସ ୫୯ଟି ବଲ୍‌ ପୂର୍ବରୁ ବିନା କୌଣସି ୱିକେଟ୍‌ ହରାଇ ୧୧୪ ରନ୍‌ କରି ନେଇଛି। ଜିତିବା ପାଇଁ ୨ ରନ୍‌ ଦରକାର ଥିବା ବେଳେ ସେହୱାଗ ଛକା ମାରି ଦଳକୁ ୧୦.୧ ଓଭ୍‌ରେ ବିଜୟୀ କରାଇଛନ୍ତି।

ସେହୱାଗ ୩୫ ବଲ୍‌ରେ ୮୦ ରନ୍‌ ଓ ତେନ୍ଦୁଲକର ୨୬ ବଲ୍‌ରେ ଅପରାଜିତ ୩୩ ରନ୍‌ର ଇନିଂସ୍‌ ଖେଳିଛନ୍ତି। ସେହୱାଗ ତାଙ୍କ ୮୦ ରନ୍‌ର ଇନିଂସରେ ୫ଟି ଛକା ଓ ୧୦ଟି ଚୌକା ମାରିଛନ୍ତି। ସେହିପରି ସଚିନ କେବଳ ୫ଟି ଚୌକା ମାରିଛନ୍ତି।

ରୋଡ୍ ସେଫ୍ଟୀ ୱାର୍ଲ୍ଡ ସିରିଜର ଆଜିର ମ୍ୟାଚ୍‌ରେ ବାଂଲାଦେଶ ଲିଜେଣ୍ଡସର ଅଧିନାୟକ ମହମ୍ମଦ ରଫିକ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମ ୱିକେଟ ପାଇଁ ନାଜିମୁଦ୍ଦିନ ଓ ଜାଭେଦ ଓମାର ୫୯ ରନ୍‌ ଯୋଡ଼ିଥିଲେ। ତେବେ ଜାଭେଦ ୧୨ ରନ୍‌ କରିଥିବା ବେଳେ ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା ତାଙ୍କୁ ଆଉଟ କରିଦେଇ ବାଂଲାଦେଶକୁ ପ୍ରଥମ ଝଟକା ଦେଇଥିଲା। ନିଜାମୁଦ୍ଦିନ ୪୯ ରନ୍‌ କରିଥିବା ବେଳେ ତାଙ୍କ ୱିକେଟ ଯୁବରାଜ ସିଂହ ନେଇଥିଲେ। ରଜନୀ ସାଲେ ୧୨ ରନ୍‌ କରିଥିବା ବେଳେ ବିନୟ କୁମାରଙ୍କ ବଲ୍‌ରେ ବୋଲ୍ଡ ହୋଇଯାଇଥିଲେ।

ଏହି ୩ ଜଣଙ୍କୁ ଛାଡ଼ି ଦେଲେ ଆଉ କୌଣସି ବାଂଲାଦେଶ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ପ୍ରଜ୍ଞାନ ଓଝା, ବିନୟ କୁମାର ଓ ଯୁବରାଜ ସିଂହ ଦୁଇଟି ଲେଖାଏ ୱିକେଟ ନେଇଥିବା ବେଳେ ୟୁସୁଫ ପଠାନ ଓ ମନପ୍ରୀତ ଗୋନି ଗୋଟିଏ ଲେଖାଏ ୱିକେଟ ଦଖଲ କରିଛନ୍ତି। ବାକି ଦୁଇଟି ୱିକେଟ ରନ୍‌ ଆଉଟ ଆକାରରେ ମିଳିଥିଲା।

ଗତବର୍ଷ କରୋନା ଭାଇରସ୍ କାରଣରୁ ରୋଡ୍ ସେଫ୍ଟୀ ୱାର୍ଲ୍ଡ ସିରିଜ ସ୍ଥଗିତ ହୋଇଥିଲା। ତେବେ ଏହି ସିରିଜ୍ ଆଜିଠାରୁ ପୁଣିଥରେ ଆରମ୍ଭ ହୋଇଛି। ୨୦୨୦ରେ ୪ଟି ମ୍ୟାଚ୍ ପରେ ଟୁର୍ଣ୍ଣାମେଣ୍ଟକୁ ବାତିଲ୍ କରିଦିଆଯାଇଥିଲା। ଚଳିତ ବର୍ଷ ରାୟପୁରରେ ହେଉ ଥିବା ଏହି ସିରିଜରେ ଅଷ୍ଟ୍ରେଲିଆ ଲିଜେଣ୍ଡସ୍ ଯାତ୍ରା ସମ୍ବନ୍ଧିତ ପ୍ରତିବନ୍ଧକ କାରଣରୁ ଭାଗ ନେଇପାରିବେ ନାହିଁ।

୬ ଟିମକୁ ନେଇ ଆୟୋଜିତ ଏହି ସିରିଜରେ ଦୁଇ ନୂଆ ଟିମ୍ ଭାବେ ଇଂଲଣ୍ଡ ଲିଜେଣ୍ଡସ୍ ଓ ବାଂଲାଦେଶ ଲିଜେଣ୍ଡସ୍ ସାମିଲ ହୋଇଛନ୍ତି। ପୂର୍ବତନ କ୍ୟାପଟେନ୍ କେଭିନ୍ ପିଟରସନ୍ ଇଂଲଣ୍ଡ ଲିଜେଣ୍ଡସ୍ ଓ ମହମ୍ମଦ ରଫିକ୍ ବାଂଲାଦେଶ ଲିଜେଣ୍ଡସର ନେତୃତ୍ୱ ନେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos