ମ୍ୟାଚ୍‌ ହାରିବା ପରେ କାନ୍ଦିଲେ ଶେଫାଳି, ଦେଖନ୍ତୁ ଭିଡିଓ

ମେଲବର୍ଣ୍ଣ: ପ୍ରଥମଥର ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ମହିଳା ଦଳର ସବୁ ସ୍ୱପ୍ନ ଭାଙ୍ଗି ଯାଇଛି। ଦଳ ଫାଇନାଲରେ ନୈରାଶ୍ୟଜନକ ପ୍ରଦର୍ଶନ କରିବା ସହ ଅଷ୍ଟ୍ରେଲିଆ ଠାରୁ ୮୫ ରନ୍‌ରେ ପରାସ୍ତ ହୋଇଛି। ଏହି ମ୍ୟାଚ୍‌ ପରେ ଖେଳାଳିଙ୍କ ମୁହଁରେ ଦୁଃଖ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା।

ହେଲେ ମ୍ୟାଚ୍‌ ହାରିବା ପରେ ସବୁଠାରୁ ଅଧିକ ଭାଙ୍ଗି ପଡ଼ିଥିଲେ ଦଳର ଷୋଡ଼ଶି ଓପନର ଶେଫାଳି ବର୍ମା। ସବୁ ମ୍ୟାଚ୍‌ରେ ସେ ଦ୍ରୁତ ଆରମ୍ଭ କରି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ୍‌ ହାସଲକାରୀ ହୋଇଥିଲେ। ହେଲେ ଫାଇନାଲରେ ସେ ମାତ୍ର ୨ ରନ୍‌ କରିବା ସହ ଫିଲ୍ଡିଂରେ ବିସ୍ଫୋରକ ଅଲିସା ହିଲୀଙ୍କ କ୍ୟାଚ୍‌ ଛାଡ଼ି ଦେଇଥିଲେ।

ଏହା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଭାରତ ମ୍ୟାଚ୍‌ ହାରିବା ପରେ ଶେଫାଳି ପଡ଼ିଆରେ କାନ୍ଦିବା ଆରମ୍ଭ କରିଥିଲେ। ପ୍ରଥମେ ତାଙ୍କୁ ଅଧିନାୟକ ହରମନପ୍ରୀତ ବୁଝାଇ ଥିଲେ। ତଥାପି ତାଙ୍କ କାନ୍ଦ ବନ୍ଦ ହୋଇ ନଥିଲା। ପ୍ରାଇଜ୍‌ ସେରିମନି ବେଳେ ବି ଶେଫାଳି କାନ୍ଦୁଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ହରଲୀନ ଦେୱଲ ତାଙ୍କୁ ବୁଝାଇଥିଲେ। ଏପରି କି ସେ ଶେଫାଳିଙ୍କୁ ହଗ୍‌ ମଧ୍ୟ କରିଥିଲେ। ସ୍ମୃତି ମନ୍ଧାନା ବି ଶେଫାଳିଙ୍କୁ କିଛି କହୁଥିବା ଫଟୋ ସାମ୍ନାକୁ ଆସିଛି।

ଦେଖନ୍ତୁ ଭିଡିଓ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।