ପ୍ରଥମ ବାଂଲାଦେଶୀ ବ୍ୟାଟ୍ସମ୍ୟାନ୍ ଭାବେ ଏହି ରେକର୍ଡ କଲେ ସାକିବ୍

ସାଉଥାମ୍ପଟନ୍: ବାଂଲାଦେଶର ଷ୍ଟାର୍ ଅଲରାଉଣ୍ଡର ଚଳିତ ବିଶ୍ୱକପରେ ନୂଆ କୀର୍ତ୍ତିମାନ କରିଛନ୍ତି। ସେ ପ୍ରଥମ ବାଂଲାଦେଶୀ ବ୍ୟାଟ୍ସମ୍ୟାନ୍ ଭାବେ ବିଶ୍ୱକପରେ ୧ହଜାର ରନ୍ ପୂରଣ କରିଛନ୍ତି। ସେହିପରି ସେ ବିଶ୍ୱକପରେ ୧ହଜାର ରନ୍ କରିବାରେ ବିଶ୍ୱର ୧୯ତମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ସୋମବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ବ୍ୟକ୍ତିଗତ ୩୫ ରନ୍ କରିଥିବା ବେଳେ ଏହି ରେକର୍ଡର ଅଧିକାରୀ ହୋଇଥିଲେ। ସାକିବ୍ ଏହି ମ୍ୟାଚରେ ୫୧ ରନ୍ କରି ଆଉଟ୍ ହୋଇଥିଲେ। ଚଳିତ ବିଶ୍ୱକପରେ […]

sakib

sakib

Hemant Lenka
  • Published: Monday, 24 June 2019
  • Updated: 24 June 2019, 07:41 PM IST

Sports

Latest News

ସାଉଥାମ୍ପଟନ୍: ବାଂଲାଦେଶର ଷ୍ଟାର୍ ଅଲରାଉଣ୍ଡର ଚଳିତ ବିଶ୍ୱକପରେ ନୂଆ କୀର୍ତ୍ତିମାନ କରିଛନ୍ତି। ସେ ପ୍ରଥମ ବାଂଲାଦେଶୀ ବ୍ୟାଟ୍ସମ୍ୟାନ୍ ଭାବେ ବିଶ୍ୱକପରେ ୧ହଜାର ରନ୍ ପୂରଣ କରିଛନ୍ତି। ସେହିପରି ସେ ବିଶ୍ୱକପରେ ୧ହଜାର ରନ୍ କରିବାରେ ବିଶ୍ୱର ୧୯ତମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।

ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ସୋମବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ବ୍ୟକ୍ତିଗତ ୩୫ ରନ୍ କରିଥିବା ବେଳେ ଏହି ରେକର୍ଡର ଅଧିକାରୀ ହୋଇଥିଲେ। ସାକିବ୍ ଏହି ମ୍ୟାଚରେ ୫୧ ରନ୍ କରି ଆଉଟ୍ ହୋଇଥିଲେ।

ଚଳିତ ବିଶ୍ୱକପରେ ୩୨ ବର୍ଷୀୟ ସାକିବ ଜବରଦସ୍ତ ଫର୍ମରେ ଅଛନ୍ତି। ବିଶେଷକରି ସେ ନିଜର ଦମଦାର ବ୍ୟାଟିଂ ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସାକିବ୍ ୬ଟି ମ୍ୟାଚରେ ୪୭୬ ରନ୍ କରି ଶୀର୍ଷରେ ରହିଛନ୍ତି। ତାଙ୍କ ପଛକୁ ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣର୍ ଅଛନ୍ତି, ଯିଏ ୬ ମ୍ୟାଚରେ ୪୪୭ ରନ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos