ସାକିବ୍ ଓ ଲିଟନଙ୍କ ବିସ୍ଫୋରକ ବ୍ୟାଟିଂ, ବାଂଲାଦେଶର ସର୍ବବୃହତ ବିଜୟ

ଟଣ୍ଟନ: ସାକିବ୍ ଅଲ୍ ହାସନଙ୍କ ଦମଦାର ଶତକ ବଳରେ ବାଂଲାଦେଶ ଚଳିତ ଆଇସିସି ବିଶ୍ୱକପର ସୋମବାର ଖେଳାଯାଇଥିବା ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୭ ୱିକେଟରେ ପରାସ୍ତ କରିଛି। କାଉଣ୍ଟି ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ୱିକେଟ୍ ହରାଇ ୩୨୧ ରନ୍ କରିଥିଲା। ଜବାବରେ ବାଂଲାଦେଶ ୪୨.୩ ଓଭରରେ ୩ ୱିକେଟ୍ ହରାଇ ୩୨୨ ରନ୍ କରି ବିଜୟୀ ହୋଇଛି। ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଟାର୍ଗେଟ୍ ପିଛା କରିବାରେ ବାଂଲାଦେଶର […]

11

11

Hemant Lenka
  • Published: Monday, 17 June 2019
  • Updated: 17 June 2019, 10:54 PM IST

ଟଣ୍ଟନ: ସାକିବ୍ ଅଲ୍ ହାସନଙ୍କ ଦମଦାର ଶତକ ବଳରେ ବାଂଲାଦେଶ ଚଳିତ ଆଇସିସି ବିଶ୍ୱକପର ସୋମବାର ଖେଳାଯାଇଥିବା ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୭ ୱିକେଟରେ ପରାସ୍ତ କରିଛି। କାଉଣ୍ଟି ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ୱିକେଟ୍ ହରାଇ ୩୨୧ ରନ୍ କରିଥିଲା।

ଜବାବରେ ବାଂଲାଦେଶ ୪୨.୩ ଓଭରରେ ୩ ୱିକେଟ୍ ହରାଇ ୩୨୨ ରନ୍ କରି ବିଜୟୀ ହୋଇଛି। ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଟାର୍ଗେଟ୍ ପିଛା କରିବାରେ ବାଂଲାଦେଶର ଏହା ସର୍ବବୃହତ ବିଜୟ। ଏହା ପୂର୍ବରୁ ୨୦୧୫ ବିଶ୍ୱକପରେ ସ୍କଟଲ୍ୟାଣ୍ଡ୍ ଦ୍ୱାରା ଧାର୍ଯ୍ୟ ୩୧୯ ରନର ଲକ୍ଷ୍ୟକୁ ବାଂଲାଦେଶ ସହଜରେ ହାସଲ କରିନେଇଥିଲା।

ଆଜି ମ୍ୟାଚରେ ବାଂଲାଦେଶ ପାଇଁ ହିରୋଜ ସାଜିଛନ୍ତି ସାକିବ୍। ସାକିବ୍ ୯୯ ବଲରେ ୧୬ ଚୌକା ସହ ଅପରାଜିତ ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ତାଙ୍କୁ ଲିଟନ୍ ଦାସ ଭରପୂର ସହଯୋଗ କରିଥିଲେ, ଯିଏ ୯୪ (୬୯ ବଲ୍, ୮ ଚୌକା, ୪ ଛକା) ରନର ବିସ୍ଫୋରକ ଇନିଂସ୍ ଖେଳିଥିଲେ। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୧୮୯ ରନର ପାର୍ଟନରଶିପ୍ କରି ୱେଷ୍ଟଇଣ୍ଡିଜଠାରୁ ବିଜୟ ଛଡ଼ାଇ ନେଇଥିଲେ।

ଏହି ବଡ଼ ଲକ୍ଷ୍ୟର ପିଛା କରୁଥିବା ବାଂଲାଦେଶକୁ ଭଲ ଆରମ୍ଭ ଦେଇଥିଲେ ଦୁଇ ଓପ୍ନର ତମିମ୍ ଇକବାଲ୍ ଓ ସୌମ୍ୟ ସରକାର। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୫୨ ରନ୍ ଯୋଡ଼ିଥିବା ବେଳେ ସୌମ୍ୟ ୨୯ (୨୩ ବଲ୍, ୨ ଚୌକା, ୨ ଛକା) ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଏହା ପରେ ତମିମ୍ ଓ ସକିବ୍ ଭଲ ବ୍ୟାଟିଂ କରି ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ।

ତମିମ୍ ୪୮ ରନ୍ କରି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ତାଙ୍କ ସ୍ଥାନରେ ଆସିଥିବା ମୁଶଫିକର ରହିମ୍ ମାତ୍ର ୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ତେବେ ଏହି ବିପଦ ସମୟରେ ସାକିବଙ୍କୁ ଭଲ ସାଥ୍ ଦେଇଥିଲେ ଲିଟନ୍। ଦୁହେଁ ଶେଷ ପର୍ଯ୍ୟନ୍ତ ଅପରାଜିତ ବାଂଲାଦେଶକୁ ଜିତାଇଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ କୌଣସି ବୋଲର ପ୍ରଭାବୀ ପ୍ରଦର୍ଶନ କରିନଥିଲେ।

ପୂର୍ବରୁ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବାଂଲାଦେଶକୁ ପ୍ରାରମ୍ଭିକ ବଡ଼ ସଫଳତା ମିଳିଥିଲା। ୱେଷ୍ଟଇଣ୍ଡିଜର ବିସ୍ଫୋରକ ଓପ୍ନର କ୍ରିସ୍ ଗେଲ୍ ଖାତା ଖୋଲିବା ପୂର୍ବରୁ ମହମ୍ମଦ ସୈଫୁଦ୍ଦିନଙ୍କ ବଲରେ ୱିକେଟକିପର ମୁଶଫିକର ରହିମଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ତେବେ ବାଂଲାଦେଶର ଏହି ଖୁସିକୁ ଏଭିନ୍ ଲୁଇସ୍ ଓ ଶାଇ ହୋପ୍ ଫିକା କରିଥିଲେ। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୧୧୬ ରନର ଶତକୀୟ ଭାଗୀଦାରୀ କରି ୱିଣ୍ଡିଜକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ।

ଲୁଇସ୍ ୬୭ ବଲରେ ୬ ଚୌକା ଓ ୨ ଛକା ସହ ୭୦ ରନ୍ କରି ସାକିବ୍ ଅଲ ହାସନଙ୍କ ଶିକାର ହୋଇଥିଲେ। ଲୁଇସଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ନିକୋଲାସ ପୁରାନ୍ ମାତ୍ର ୨୫ ରନ୍ କରି ସାକିବଙ୍କ ବଲରେ ଆଉଟ୍ ହୋଇଥିଲେ। ତେବେ ଶିମରନ୍ ହେଟମେୟର ବ୍ୟାଟିଂ କରିବାକୁ ଆସିବା ପରେ ୱେଷ୍ଟଇଣ୍ଡିଜର ରନ୍ ଗତି ବଢ଼ିଥିଲା। ହେଟମେୟର୍ ଧୂଆଁଧାର ବ୍ୟାଟିଂ କରି ମାତ୍ର ୨୫ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ।

ହେଟମେୟର ଓ ହୋପ୍ ଚତୁର୍ଥ ୱିକେଟ୍ ପାଇଁ ୮୩ ରନର ମହତ୍ତ୍ୱପୂର୍ଣ୍ଣ ପାର୍ଟନରଶିପ୍ କରିଥିଲେ। ହେଟମେୟର୍ ୨୬ ବଲରେ ୪ ଚୌକା ଓ ୩ ଛକା ସହ ୫୦ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଅଲରାଉଣ୍ଡର ଆନ୍ଦ୍ରେ ରସେଲ୍ ମାତ୍ର ଦୁଇଟି ବଲ୍ ଖେଳି କୌଣସି ରନ୍ ନକରି ଆଉଟ୍ ହୋଇଥିଲେ। ଅଧିନାୟକ ଜେସନ୍ ହୋଲ୍ଡର୍ ଦ୍ରୁତ ରନ୍ କରି ଟିମକୁ ୩୦୦ ନିକଟତର କରାଇଥିଲେ।

ହୋଲ୍ଡର୍ ୧୫ ବଲରେ ୪ ଚୌକା ଓ ୨ ଛକା ସହ ୩୩ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ହୋପ୍ ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ମୁସ୍ତାଫିଜୁର୍ ଆଉଟ୍ କରି ୱେଷ୍ଟଇଣ୍ଡିଜ୍ ରନରେ ଅଙ୍କୁଶ ଲଗାଇଥିଲେ। ଶେଷ ୱିକେଟ୍ ଭାବେ ଡାରେନ୍ ବ୍ରାଭୋ ୧୯ (୨ ଛକା) ରନ୍ କରି ଆଉଟ୍ ହୋଇଥିଲେ। ବାଂଲାଦେଶ ପକ୍ଷରୁ ସୈଫୁଦ୍ଦିନ ଓ ମୁସ୍ତାଫିଜୁର ୩ଟି ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story