ବେୟାରଷ୍ଟୋ ୧୧୧ ରନ୍ କରି ଆଉଟ୍, ଇଂଲଣ୍ଡ ସ୍କୋର ୨୦୦ ପାର୍

ବର୍ମିଂହାମ: ଚଳିତ ବିଶ୍ୱକପରେ ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଆୟୋଜକ ଟିମ୍ ମଜଭୁତ୍ ସ୍ଥିତିରେ ରହିଛି । ଟିମକୁ ଦୁଇ ଓପ୍ନର ଜେସନ୍ ରୟ ଓ ଜନ୍ନି ବେୟାରଷ୍ଟୋ ଦମଦାର ଆରମ୍ଭ ଦେଇଛନ୍ତି । ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୬୦ ରନ୍ ଯୋଡ଼ିଛନ୍ତି । ରୟ ୫୭ ବଲରେ ୭ ଚୌକା ଓ ୨ ଛକା ସହ ୬୬ ରନ୍ କରି କୁଲଦୀପ ଯାଦବଙ୍କ ବଲରେ ଆଉଟ୍ ହୋଇଛନ୍ତି । ତେବେ […]

bair

Hemant Lenka
  • Published: Sunday, 30 June 2019
  • , Updated: 30 June 2019, 05:22 PM IST

ବର୍ମିଂହାମ: ଚଳିତ ବିଶ୍ୱକପରେ ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଆୟୋଜକ ଟିମ୍ ମଜଭୁତ୍ ସ୍ଥିତିରେ ରହିଛି । ଟିମକୁ ଦୁଇ ଓପ୍ନର ଜେସନ୍ ରୟ ଓ ଜନ୍ନି ବେୟାରଷ୍ଟୋ ଦମଦାର ଆରମ୍ଭ ଦେଇଛନ୍ତି ।

ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୬୦ ରନ୍ ଯୋଡ଼ିଛନ୍ତି । ରୟ ୫୭ ବଲରେ ୭ ଚୌକା ଓ ୨ ଛକା ସହ ୬୬ ରନ୍ କରି କୁଲଦୀପ ଯାଦବଙ୍କ ବଲରେ ଆଉଟ୍ ହୋଇଛନ୍ତି । ତେବେ ଅନ୍ୟତମ ଓପ୍ନର ବେୟାରଷ୍ଟୋ ରୟ ଦ୍ରୁତ ବ୍ୟାଟିଂ କରି ନିଜର ଅଷ୍ଟମ ଦିନିକିଆ ଶତକ ପୂରଣ କରିଛନ୍ତି । ଶତକ ମାରିବା ପରେ ତାଙ୍କୁ ମହମ୍ମଦ ଶାମି ପ୍ୟାଭିଲିୟନ୍ ପଠାଇଥିଲେ। ବେୟାରଷ୍ଟୋ ୧୦୯ ବଲରେ ୧୦ ଚୌକା ଓ ୬ ଛକା ସହ ୧୧୧ ରନ୍ କରି ଆଉଟ୍ ହୋଇଛନ୍ତି।

ଏହି ସମୟରେ ଇଂଲଣ୍ଡ ୨ ୱିକେଟ୍ ହରାଇ ୨୦୫ ରନ୍ କରିଛି।  ରୁଟ୍ ୨୨ ରନରେ ବ୍ୟାଟିଂ କରୁଛନ୍ତି ।

Related story