ଧୱନ୍ ଓ ରୋହିତଙ୍କ ଏକାଧିକ ରେକର୍ଡ

ଲଣ୍ଡନ: ଚଳିତ ବିଶ୍ୱକପର ଆଜି ଖେଳାଯାଇଥିବା ୧୪ତମ ମ୍ୟାଚରେ ଭାରତର ଦୁଇ ଓପ୍ନର ଶିଖର ଧୱନ୍ ଓ ରୋହିତ୍ ଶର୍ମା ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ରୋହିତ୍ ଓ ଧୱନ୍ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱର ସବୁଠାରୁ ସଫଳ ଓପନିଂ ଯୋଡ଼ି ହୋଇଛନ୍ତି। ଏହି ଯୋଡ଼ି ୧୧୫୨ ରନ୍ କରି ୱେଷ୍ଟଇଣ୍ଡିଜର ଗର୍ଡନ୍ ଗ୍ରୀନିଜ୍ ଓ ଡେସମଣ୍ଡ ହେନ୍ସଙ୍କୁ ପଛରେ ପକାଇଛନ୍ତି। ଏହାଛଡ଼ା ରୋହିତ୍ ଓ ଧୱନ୍ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ ମ୍ୟାଚରେ ପ୍ରଥମ ୱିକେଟ୍ ପାଇଁ ମଧ୍ୟ […]

DHAWAN AND ROHIT

DHAWAN AND ROHIT

Hemant Lenka
  • Published: Sunday, 09 June 2019
  • Updated: 09 June 2019, 09:29 PM IST

Sports

Latest News

ଲଣ୍ଡନ: ଚଳିତ ବିଶ୍ୱକପର ଆଜି ଖେଳାଯାଇଥିବା ୧୪ତମ ମ୍ୟାଚରେ ଭାରତର ଦୁଇ ଓପ୍ନର ଶିଖର ଧୱନ୍ ଓ ରୋହିତ୍ ଶର୍ମା ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ରୋହିତ୍ ଓ ଧୱନ୍ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱର ସବୁଠାରୁ ସଫଳ ଓପନିଂ ଯୋଡ଼ି ହୋଇଛନ୍ତି। ଏହି ଯୋଡ଼ି ୧୧୫୨ ରନ୍ କରି ୱେଷ୍ଟଇଣ୍ଡିଜର ଗର୍ଡନ୍ ଗ୍ରୀନିଜ୍ ଓ ଡେସମଣ୍ଡ ହେନ୍ସଙ୍କୁ ପଛରେ ପକାଇଛନ୍ତି।

ଏହାଛଡ଼ା ରୋହିତ୍ ଓ ଧୱନ୍ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ ମ୍ୟାଚରେ ପ୍ରଥମ ୱିକେଟ୍ ପାଇଁ ମଧ୍ୟ ସର୍ବାଧିକ ରନର ରେକର୍ଡ କରିଛନ୍ତି। ଦୁହେଁ ୭୬ ରନ୍ କରିଥିବା ବେଳେ ରେକର୍ଡ ସ୍ଥାପନ କରିଥିଲେ। ପୂର୍ବରୁ ୨୦୧୫ ବିଶ୍ୱକପରେ ଏହି ଯୋଡ଼ି ଅଷ୍ଟ୍ରେଲିଆ ବିପକ୍ଷରେ ୭୬ ରନ୍ ଯୋଡ଼ିଥିଲେ।

ରୋହିତ୍ ଓ ଧୱନ୍ ଏହି ମ୍ୟାଚରେ ପ୍ରଥମ ୱିକେଟ୍ ପାଇଁ ୧୨୭ ରନର ଶତକୀୟ ଭାଗୀଦାରୀ କରିଛନ୍ତି। ଦୁହେଁ ଓପନିଂ ଯୋଡ଼ିଦାର ଭାବେ ୧୬ତମ ଶତକୀୟ ଭାଗୀଦାରୀ କରି ଅଷ୍ଟ୍ରେଲିଆର ଆଡାମ ଗିଲଖ୍ରୀଷ୍ଟ ଓ ମାଥ୍ୟୁ ହେଡେନଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି। ଏହି ମାମଲାରେ ଆଗରେ ଅଛନ୍ତି ଭାରତର ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲି। ସଚିନ ଓ ଗାଙ୍ଗୁଲିଙ୍କ ନାମରେ ୨୧ ଶତକୀୟ ଭାଗୀଦାରୀର ବିଶ୍ୱ ରେକର୍ଡ ରହିଛି।

୨୦୧୩ ପରଠାରୁ ରୋହିତ୍ ଓ ଧୱନଙ୍କ ଯୋଡ଼ି ଓପନିଂ ଯୋଡ଼ି ଭାବେ ସର୍ବାଧିକ ରନ୍ କରିଛନ୍ତି। ସଚିନ ଓ ଗାଙ୍ଗୁଲିଙ୍କ ପରେ ଦୁହେଁ ଭାରତର ଦ୍ୱିତୀୟ ସଫଳ ଓପନିଂ ଯୋଡ଼ି। ସଚିନ ଓ ଗାଙ୍ଗୁଲି ଓପନିଂ ଏକାଠି ୮୨୨୭ ରନ୍ କରିଛନ୍ତି।

ଏହି ମ୍ୟାଚରେ ରୋହିତ୍ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ରୋହିତ ନିଜର ୫୭ ରନର ଇନିଂସରେ ଗୋଟିଏ ଛକା ମାରିଛନ୍ତି। ଏହି ଏକମାତ୍ର ଛକା ସହ ରୋହିତ ସବୁ ଭାରତୀୟ ଖେଳାଳିଙ୍କୁ ପଛରେ ପକାଇଛନ୍ତି। ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ୩୫୫ତମ ଅନ୍ତର୍ଜାତୀୟ ଛକା ମାରିଛନ୍ତି। ଏହି ମାମଲାରେ ସେ ମହେନ୍ଦ୍ର ସିଂହ ଧୋନିଙ୍କ ସହ ସମକକ୍ଷ ହୋଇଛନ୍ତି।

ଧୋନି ମଧ୍ୟ ୩୫୫ ଛକା ମାରିଛନ୍ତି। ଏହି ତାଲିକାରେ ତୃତୀୟ ଅଛନ୍ତି ସଚିନ, ଯିଏ ୨୬୪ ଛକା ମାରିଛନ୍ତି। ଯୁବରାଜ ସିଂହ ୨୫୧ ଛକା ସହ ଚତୁର୍ଥ ଓ ଗାଙ୍ଗୁଲି ୨୪୭ ଛକା ସହ ଷଷ୍ଠ ସ୍ଥାନରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story