ଦିଲ୍ଲୀକୁ ୧୬୧ ରନ୍‌ରେ ରୋକିଲା ରାଜସ୍ଥାନ

ଦୁବାଇ: ଶିଖର ଧୱନ ଓ ଶ୍ରେୟସ ଆୟରଙ୍କ ଜବରଦସ୍ତ ବ୍ୟାଟିଂ ସତ୍ତ୍ୱେ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ ହରାଇ ୧୬୧ ରନ୍‌ କରିଛି। ଫଳରେ ରାଜସ୍ଥାନ ରୟାଲ୍ସକୁ ଜିତିବା ପାଇଁ ୧୬୨ ରନ୍‌ର ଟାର୍ଗେଟ ମିଳିଛି। ଧୱନ ୩୩ ବଲରେ ୫୭ ରନ୍‌ କରିଥିବା ବେଳେ ଶ୍ରେୟସ ୫୩ ରନ୍‌ର ଇନିଂସ୍‌ ଖେଳିଛନ୍ତି। ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର ୪ ଓଭର୍‌ରେ ମାତ୍ର ୧୯ ରନ୍‌ ଦେଇ ୩ଟି ୱିକେଟ ଦଖଲ କରିଛନ୍ତି। […]

fd

fd

Hemant Lenka
  • Published: Wednesday, 14 October 2020
  • Updated: 14 October 2020, 09:20 PM IST

Sports

Latest News

ଦୁବାଇ: ଶିଖର ଧୱନ ଓ ଶ୍ରେୟସ ଆୟରଙ୍କ ଜବରଦସ୍ତ ବ୍ୟାଟିଂ ସତ୍ତ୍ୱେ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ ହରାଇ ୧୬୧ ରନ୍‌ କରିଛି। ଫଳରେ ରାଜସ୍ଥାନ ରୟାଲ୍ସକୁ ଜିତିବା ପାଇଁ ୧୬୨ ରନ୍‌ର ଟାର୍ଗେଟ ମିଳିଛି। ଧୱନ ୩୩ ବଲରେ ୫୭ ରନ୍‌ କରିଥିବା ବେଳେ ଶ୍ରେୟସ ୫୩ ରନ୍‌ର ଇନିଂସ୍‌ ଖେଳିଛନ୍ତି। ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର ୪ ଓଭର୍‌ରେ ମାତ୍ର ୧୯ ରନ୍‌ ଦେଇ ୩ଟି ୱିକେଟ ଦଖଲ କରିଛନ୍ତି।

ଟସ୍‌ ଜିତି ଦିଲ୍ଲୀ ଅଧିନାୟକ ଶ୍ରେୟସ ଆୟର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଇନିଂସ୍‌ର ପ୍ରଥମ ବଲ୍‌ରେ ଆର୍ଚର ଖାତା ଖୋଲିବା ପୂର୍ବରୁ ପୃଥ୍ୱୀ ଶ’ଙ୍କୁ ଆଉଟ କରି ଦେଇଥିଲେ। ଅଜିଙ୍କ୍ୟ ରାହଣେ ମଧ୍ୟ ମାତ୍ର ୨ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ୧୦ ରନ୍‌ରେ ଦୁଇଟି ୱିକେଟ ହରାଇ ଦିଲ୍ଲୀ ସଙ୍କଟରେ ପଡ଼ିଥିଲା।

ହେଲେ ଧୱନ ଓ ଶ୍ରେୟସ ଦମଦାର ବ୍ୟାଟିଂ କରିଥିଲେ। ଉଭୟ ତୃତୀୟ ୱିକେଟ ପାଇଁ ୮୫ ରନ୍‌ର ଭାଗିଦାରୀ କରିଥିଲେ। ଏଥିସହ ଧୱନ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫୭ ରନ୍‌ କରିଥିବା ବେଳେ ଶ୍ରେୟସ ଗୋପାଲଙ୍କ ବଲରେ ଆଉଟ ହୋଇଯାଇଥିଲେ।

ଶ୍ରେସୟ ରନ୍‌ର ଗତିକୁ ବଢ଼ାଇବାକୁ ଚେଷ୍ଟା କରିଥିଲେ ହେଁ ୫୩ ରନ୍‌ କରି କାର୍ତ୍ତିକ ତ୍ୟାଗଙ୍କ ଶିକାର ବନିଥିଲେ। ଶେଷ ଭାଗରେ ମାର୍କ ଷ୍ଟୋଇନିସ୍‌(୧୮), ଆଲେକ୍ସ କେରୀ(୧୪) ଓ ଅକ୍ସର ପଟେଲ ଅପରାଜିତ(୭) ରନ୍‌ କରିବାରୁ ରାଜସ୍ଥାନ ୧୬୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ରାଜସ୍ଥାନ ପକ୍ଷରୁ ଆର୍ଚର ୩ଟି ୱିକେଟ ନେଇଥିବା ବେଳେ ଜୟଦେବ ଉନାଦକତ ୨ଟି, କାର୍ତ୍ତିକ ତ୍ୟାଗି ଓ ଶ୍ରେୟସ ଗୋପାଲ ଗୋଟିଏ ଲେଖାଏ ୱିକେଟ ଦଖଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story