‘ସୋଲେ’ରେ ଜୟ ଓ ବିରୁଙ୍କ ବନ୍ଧୁକ ଚାଳନା ଦେଖି ସୁଟର ହୋଇଯାଇଥିଲେ, ଆଜି ରୌପ୍ୟ ଜିତିଲେ

ନୂଆଦିଲ୍ଲୀ: ଗୋଲ୍ଡକୋଷ୍ଟରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ସୁଟରଙ୍କ ପ୍ରଭାବ ବୃଦ୍ଧି ହେବାରେ ଲାଗିଛି। ଯୁବ ଭାରତୀୟ ସୁଟର ମନୁ ଭାକେର ସ୍ୱର୍ଣ୍ଣ ଜିତିଥିବା ବେଳେ ହିନା ସିଦ୍ଧୁ ଏବଂ ମେହୁଲି ଘୋଷ ରୌପ୍ୟ ଓ ଅପୂର୍ବି ଚନ୍ଦେଲ କାଂସ୍ୟ ପଦକ ଜିତିଛନ୍ତି। ଏହା ସୂଚାଉଛି ଭାରତୀୟ ଯୁବ ସୁଟର ଆଗାମୀ ଦିନରେ ଇଣ୍ଟରନ୍ୟାସନାଲ ଖେଳାଳିଙ୍କୁ ଟକ୍କର ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଛନ୍ତି। ତେବେ ଆମେ ଏଠାରେ ଆପଣଙ୍କୁ ଏମିତି ଜଣେ ଖେଳାଳିଙ୍କ ବିଷୟରେ କହିବାକୁ […]

shootin

shootin

Rakesh Mallick
  • Published: Monday, 09 April 2018
  • Updated: 09 April 2018, 09:09 PM IST

Sports

Latest News

ନୂଆଦିଲ୍ଲୀ: ଗୋଲ୍ଡକୋଷ୍ଟରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ସୁଟରଙ୍କ ପ୍ରଭାବ ବୃଦ୍ଧି ହେବାରେ ଲାଗିଛି। ଯୁବ ଭାରତୀୟ ସୁଟର ମନୁ ଭାକେର ସ୍ୱର୍ଣ୍ଣ ଜିତିଥିବା ବେଳେ ହିନା ସିଦ୍ଧୁ ଏବଂ ମେହୁଲି ଘୋଷ ରୌପ୍ୟ ଓ ଅପୂର୍ବି ଚନ୍ଦେଲ କାଂସ୍ୟ ପଦକ ଜିତିଛନ୍ତି। ଏହା ସୂଚାଉଛି ଭାରତୀୟ ଯୁବ ସୁଟର ଆଗାମୀ ଦିନରେ ଇଣ୍ଟରନ୍ୟାସନାଲ ଖେଳାଳିଙ୍କୁ ଟକ୍କର ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଛନ୍ତି। ତେବେ ଆମେ ଏଠାରେ ଆପଣଙ୍କୁ ଏମିତି ଜଣେ ଖେଳାଳିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଆଜି ଭାରତକୁ ସୁଟିଂରେ ରୌପ୍ୟ ପଦକ ଜିତାଇଛନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଉଦୀୟମାନ ଖେଳାଳି ଜଣଙ୍କ ‘ସୋଲେ’ରେ ଜୟ ଓ ବିରୁଙ୍କ ବନ୍ଧୁକ ଚାଳନା ଦେଖି ସୁଟର ହେବାକୁ ମନ ବଳାଇଥିଲେ। ନିଷ୍ଠା ଓ ପରିଶ୍ରମ ବଳରେ ଆଜି ସେ ଦେଶ ବିଦେଶରେ ନାଁ କରିବା ସହ ଦେଶକୁ ଗୌରବାନ୍ୱିତ କରୁଛନ୍ତି। ଏହି ସୁଟର ଜଣଙ୍କ ହେଲେ ମେହୁଲି ଘୋଷ।

କେମିତି ହେଲେ ସୁଟର: ୧୮ ବର୍ଷୀୟା ମେହୁଲିଙ୍କ ଘର ପଶ୍ଚିମବଙ୍ଗର କଲ୍ୟାଣୀରେ। ୨୦୧୭ ଜାତୀୟ ସୁଟିଂରେ ୮ଟି ପଦକ ଜିତି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ସୁଟିଂ ବିଶ୍ୱପକ୍‌ରେ ୨ଟି ପଦକ ଜିତି ସାରା ବିଶ୍ୱରେ ନିଜର ଉପସ୍ଥିତି ଜାହିର କରିଥିଲେ। ପିଲାଦିନରୁ ସେ ଟିଭି ସିରିୟଲ ‘ସିଆଇଡି’ ଦେଖିବାକୁ ବହୁତ ଭଲ ପାଉଥିଲେ ଓ ଇନ୍ସପେକ୍ଟର ‘ଦୟା’ଙ୍କର ବଡ଼ ପ୍ରଶଂସକ। ଦିନେ ସେ ଟିଭିରେ ବଲିଉଡର ସୁପରହିଟ୍‌ ଫିଲ୍ମ ‘ସୋଲେ’ ଦେଖିଥିଲେ। ଏଥିରେ ଜୟ ଓ ବିରୁଙ୍କ ବନ୍ଧୁକ ଚାଳନା ତାଙ୍କୁ ବହୁତ ପ୍ରଭାବିତ କରିଥିଲା। ଏହାପରେ ସେ ସୁଟିଂକୁ ନିଜର କ୍ୟାରିୟର କରିବାକୁ ମନ ବଳାଇଥିଲେ ଓ ସେ ଦିଗରେ ଆଗକୁ ବଢ଼ିଥିଲେ।

ଦୁର୍ଘଟଣା ପାଇଁ ଚାଲି ଯାଇଥିଲେ ଡିପ୍ରେସନକୁ: ୧୪ ବର୍ଷ ବୟସରେ ମେହୁଲୀ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ସୁଟିଂ ପ୍ରାକ୍ଟିସ୍‌ ବେଳେ ତାଙ୍କ ବନ୍ଧୁକରୁ ବାହାରିଥିବା ଏକ ଗୁଳିରେ ଜଣେ ବ୍ୟକ୍ତି ଆହତ ହୋଇଯାଇଥିଲେ। ଏହାପରେ ତାଙ୍କୁ ନିଲମ୍ବିତ କରିଦିଆ ଯାଇଥିଲା। ଏହି ସମୟରେ ସେ ବହୁତ ଡିପ୍ରେସନ୍‌ରେ ଥିଲେ। ଏଥିରୁ ମୁକୁଳିବା ପାଇଁ ସେ କାଉନସେଲରଙ୍କ ସାହାଯ୍ୟ ନେଇଥିଲେ। ଭାରତର ପୂର୍ବତନ ସୁଟର ଜୟଦୀପ କରମାକର ତାଙ୍କ କ୍ୟାରିୟର ଆଗକୁ ବଢ଼ିବା ପାଇଁ ବହୁତ ସାହାଯ୍ୟ କରିଥିଲେ। ଏହାପରେ ଧୀରେ ଧୀରେ ତାଙ୍କ ପରିଶ୍ରମ ସଫଳ ହୋଇଥିଲା। ୨୦୧୬ ଓ ୨୦୧୭ରେ ସେ ଜାତୀୟ ସ୍ଥରରେ ଏକାଧିକ ପଦକ ଜିତିଥିଲେ।

ଆଜି ୧୦ ମିଟର ଏୟାର ରାଇଫଲରେ ଫାଇନାଲରେ ମାତ୍ର କିଛି ଅଙ୍କ ପଛରେ ରହି ମେହୁଲୀ ରୌପ୍ୟ ପଦକ ଜିତିଛନ୍ତି। ମେହୁଲି ଓ ସିଙ୍ଗାପୁରର ମାର୍ଟିନା ଲିଣ୍ଡିସେ ୱେଲୋସୋଙ୍କ ମଧ୍ୟରେ ଫାଇନାଲ ସ୍କୋର ୨୪୭.୨ ପଏଣ୍ଟ ହୋଇଥିଲା। ଏହାପରେ ସୁଟ୍‌ ଅଫ୍‌ର ସାହାରା ନିଆଯାଇଥିଲା। ଯେଉଁଥିରେ ମେହୁଲି ୯.୯ ପଏଣ୍ଟ ସ୍କୋର କରିଥିବା ବେଳେ ମାର୍ଟିନା ୧୦.୩ ପଏଣ୍ଟ ସ୍କୋର କରି ସ୍ୱର୍ଣ୍ଣ ହାତେଇ ନେଇଥିଲେ। ଏହି ବର୍ଗରେ ଭାରତର ଅପୂର୍ବି ଚନ୍ଦେଲା କାଂସ୍ୟ ପଦକ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story