ଶୁଟର ଚିଙ୍କି ଯାଦବଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

ଦୋହା: ଏଠାରେ ଚାଲିଥିବା ୧୪ତମ ଏସିଆନ୍‌ ଚାମ୍ପିୟନଶିପ୍‌ରେ ଭାରତୀୟ ଶୁଟରଙ୍କ ଦବଦବା ଜାରି ରହିଛି। ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରି ଭାରତୀୟ ଶୁଟର ଚିଙ୍କି ଯାଦବ ଅଲିମ୍ପିକ୍ସ ଟିକେଟ ହାସଲ କରିଛନ୍ତି। ଏଥିସହ ସେ ୧୧ତମ ଭାରତୀୟ ଶୁଟର ଭାବେ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ ଚିଙ୍କି ଗୋଟିଏ ଶୁଟ୍‌ରେ ୧୦୦ ପଏଣ୍ଟ ହାସଲ କରିଥିଲେ। ଏହି ୧୦୦ ପଏଣ୍ଟ ସହ ଯୋଗ୍ୟତା […]

qq

qq

Hemant Lenka
  • Published: Friday, 08 November 2019
  • Updated: 08 November 2019, 04:01 PM IST

Sports

Latest News

ଦୋହା: ଏଠାରେ ଚାଲିଥିବା ୧୪ତମ ଏସିଆନ୍‌ ଚାମ୍ପିୟନଶିପ୍‌ରେ ଭାରତୀୟ ଶୁଟରଙ୍କ ଦବଦବା ଜାରି ରହିଛି। ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରି ଭାରତୀୟ ଶୁଟର ଚିଙ୍କି ଯାଦବ ଅଲିମ୍ପିକ୍ସ ଟିକେଟ ହାସଲ କରିଛନ୍ତି।

ଏଥିସହ ସେ ୧୧ତମ ଭାରତୀୟ ଶୁଟର ଭାବେ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ ଚିଙ୍କି ଗୋଟିଏ ଶୁଟ୍‌ରେ ୧୦୦ ପଏଣ୍ଟ ହାସଲ କରିଥିଲେ। ଏହି ୧୦୦ ପଏଣ୍ଟ ସହ ଯୋଗ୍ୟତା ପର୍ଯ୍ୟାୟରେ ସେ ମୋଟ ୫୮୮ ପଏଣ୍ଟ ସ୍କୋର କରିଥିଲେ। ଦ୍ୱିତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଥିବା ଚିଙ୍କିଙ୍କ ଠାରୁ ଅଧିକ ଦୁଇ ପଏଣ୍ଟ ସ୍କୋର କରି ଥାଇଲ୍ୟାଣ୍ଡର ନାଫାସୱନ ୟଙ୍ଗପାଇବୁନ ପ୍ରଥମ ସ୍ଥାନରେ ରହିଛନ୍ତି।

ସେଯାହା ହେଉ ଏବେ ଭାରତର ଚିଙ୍କି ଫାଇନାଲରେ ପଦକ ପାଇଁ ଲଢ଼େଇ କରିବେ। ଏହାପୂର୍ବରୁ ୨୫ ମିଟର ପିସ୍ତଲ ଇଭେଣ୍ଟରେ ଭାରତର ରାହି ସୋନବତ ଅଲିମ୍ପିକ୍ସ ଟିକେଟ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos