ବକ୍ସିଂ ଡେ’ ଟେଷ୍ଟରେ ଖେଳିବେ ରାହୁଲ, ଜାଡେଜା, ଗିଲ ଓ ପନ୍ତ!

ମୁମ୍ବାଇ: ଦିବରାତ୍ର ଟେଷ୍ଟରେ ଅଷ୍ଟ୍ରେଲିଆ ଠାରୁ ଶୋଚନୀୟ ପରାଜୟ ପରେ ଟିମ୍‌ ଇଣ୍ଡିଆ ବକ୍ସିଂ ଡେ’ ଟେଷ୍ଟରେ କମବ୍ୟାକ୍‌ କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ଚୂଡ଼ାନ୍ତ ଏକାଦଶରେ ଏକାଧିକ ପରିବର୍ତ୍ତନ ସହ ନୂଆ କ୍ୟାପ୍ଟେନଙ୍କ ନେତୃତ୍ୱରେ ଭାରତ ମେଲବର୍ଣ୍ଣ ପଡ଼ିଆକୁ ଓହ୍ଲାଇବ। ବିରାଟ କୋହଲି ପ୍ରଥମ ଟେଷ୍ଟ ପରେ ସ୍ୱଦେଶ ଫେରିଛନ୍ତି। ତାଙ୍କ ଅନୁପସ୍ଥିତିରେ ଦଳର କମାଣ ଅଜିଙ୍କ୍ୟ ରାହଣେ ସମ୍ଭାଳିବେ। ଏବେ ମିଳିଥିବା ସୂଚନା ଅନୁଯାୟୀ, ଟିମ୍‌ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶରେ ବ୍ୟାପର ପରିବର୍ତ୍ତନ କରିବ। […]

k

k

Hemant Lenka
  • Published: Monday, 21 December 2020
  • Updated: 21 December 2020, 01:25 PM IST

Sports

Latest News

ମୁମ୍ବାଇ: ଦିବରାତ୍ର ଟେଷ୍ଟରେ ଅଷ୍ଟ୍ରେଲିଆ ଠାରୁ ଶୋଚନୀୟ ପରାଜୟ ପରେ ଟିମ୍‌ ଇଣ୍ଡିଆ ବକ୍ସିଂ ଡେ’ ଟେଷ୍ଟରେ କମବ୍ୟାକ୍‌ କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ଚୂଡ଼ାନ୍ତ ଏକାଦଶରେ ଏକାଧିକ ପରିବର୍ତ୍ତନ ସହ ନୂଆ କ୍ୟାପ୍ଟେନଙ୍କ ନେତୃତ୍ୱରେ ଭାରତ ମେଲବର୍ଣ୍ଣ ପଡ଼ିଆକୁ ଓହ୍ଲାଇବ।

ବିରାଟ କୋହଲି ପ୍ରଥମ ଟେଷ୍ଟ ପରେ ସ୍ୱଦେଶ ଫେରିଛନ୍ତି। ତାଙ୍କ ଅନୁପସ୍ଥିତିରେ ଦଳର କମାଣ ଅଜିଙ୍କ୍ୟ ରାହଣେ ସମ୍ଭାଳିବେ। ଏବେ ମିଳିଥିବା ସୂଚନା ଅନୁଯାୟୀ, ଟିମ୍‌ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶରେ ବ୍ୟାପର ପରିବର୍ତ୍ତନ କରିବ। ବିରାଟଙ୍କ ବ୍ୟତୀତ ଦ୍ରୁତ ବୋଲର ମହମ୍ମଦ ଶାମି ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଖେଳିବେ ନାହିଁ। ତେଣୁ ଦଳ ଶାମିଙ୍କ ବଦଳରେ ମହମ୍ମଦ ସିରାଜ କିମ୍ବା ନଭଦୀପ ସୈନିଙ୍କୁ ମଧ୍ୟରୁ ଜଣଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବ।

ତେବେ ଖରାପ ପ୍ରଦର୍ଶନ ପାଇଁ ୪ ଜଣ ଖେଳାଳିଙ୍କୁ ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ବକ୍ସିଂ ଡେ’ ଟେଷ୍ଟରୁ ବାଦ୍‌ ଦିଆଯିବ। ବସିସିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଓପନର ପୃଥ୍ୱୀ ଶ’ଙ୍କ ବଦଳରେ କେଏଲ ରାହୁଲ ଇନିଂସ ଆରମ୍ଭ କରିବେ। ସେହିପରି ୟଙ୍ଗଷ୍ଟର ଶୁବମନ ଗିଲ୍‌ ଟେଷ୍ଟରେ ଡେବ୍ୟୁ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ସେ ଅଧିନାୟକ ବିରାଟ କୋହଲିଙ୍କ ବଦଳରେ ଟିମ୍‌ ପାଇଁ ୪ନଂରେ ବ୍ୟାଟିଂ କରିବେ।

ଟି-୨୦ରେ ଆହତ ହୋଇଥିବା ରବୀନ୍ଦ୍ର ଜାଡେଜାଙ୍କୁ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବ। ସେ ହନୁମା ବିହାରୀଙ୍କ ସ୍ଥାନ ନେବେ। ରିଦ୍ଧିମାନ ସାହା ନିଜର ୱିକେଟ କିପିଂ ସ୍ଥାନ ହରାଇବେ। ତାଙ୍କ ବଦଳରେ ଋଷଭ ପନ୍ତଙ୍କୁ ମ୍ୟାନେଜମେଣ୍ଟ ସୁଯୋଗ ଦେବାକୁ ଲକ୍ଷ୍ୟ ରଖିଛି।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସ୍କ୍ୱାଡରେ ସିରାଜ ଓ ସୈନି ପୂର୍ବରୁ ହିଁ ରହିଛନ୍ତି। ତେଣୁ ବିସିସିଆଇ ଶାମିଙ୍କ ବଦଳ ଖେଳାଳି ଭାବେ କାହାକୁ ବି ଅଷ୍ଟ୍ରେଲିଆ ପଠାଇବ ନାହିଁ। ସୈନିଙ୍କ ଅପେକ୍ଷା ସିରାଜ ଅଭ୍ୟାସ ମ୍ୟାଚ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ତେଣୁ ପରବର୍ତ୍ତୀ ଟେଷ୍ଟରେ ସେ ଭାରତ ପାଇଁ ଡେବ୍ୟୁ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ପ୍ରଥମ ଇନିଂସ୍‌ରେ ୫୩ ରନ୍‌ର ଲିଡ୍‌ ପାଇଥିଲା। ହେଲେ ଦ୍ୱିତୀୟ ଇନିଂସ୍‌ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦଳ ମାତ୍ର ୩୬ ରନ୍‌ରେ ଅଟକି ଯାଇଥିଲା। ଦଳର ବ୍ୟାଟିଂ ଲାଇନ ଅପ୍‌କୁ କ୍ରିକେଟ ପଣ୍ଡିତମାନ ତୀବ୍ର ସମାଲୋଚନା କରିଥିଲେ।

ପ୍ରଥମ ଟେଷ୍ଟରେ ପୃଥ୍ୱୀ ଶ’ ତାଙ୍କ ବ୍ୟାଟିଂ ଟେକନିକ୍ ଯୋଗୁ ତୀବ୍ର ଟ୍ରୋଲର ଶିକାର ହୋଇଛନ୍ତି। ପ୍ରଥମ ଇନିଂସରେ ଖାତା ଖୋଲି ପାରି ନଥିବା ଶ’ ଦ୍ୱିତୀୟ ଇନିଂସ୍ରେ ମାତ୍ର ୪ ରନ୍ କରିଥିଲେ। ଫିଲ୍ଡିଂରେ ମଧ୍ୟ ସେ କ୍ୟାଚ୍ ହାତ ଛଡ଼ା କରିଛନ୍ତି। ତେଣୁ ଦ୍ୱିତୀୟ ଟେଷ୍ଟରେ ମୟଙ୍କ ଅଗ୍ରୱାଲଙ୍କ ସହ ରାହୁଲ ହିଁ ଓପନିଂ କରିବେ। ରାହୁଲ ଆଇପିଏଲରେ ଜବରଦସ୍ତ ଫର୍ମରେ ଥିଲେ। ଏପରି କି ସେ ଅରେଞ୍ଜ କ୍ୟାପ୍ ମଧ୍ୟ ପାଇଥିଲେ।

ତେବେ ଗତ ୫ ଟେଷ୍ଟ ସିରିଜରେ ରାହୁଲଙ୍କ ଦୟନୀୟ ପ୍ରଦର୍ଶନ ତାଙ୍କ ବ୍ୟାଟିଂକୁ ପ୍ରଶ୍ନ ଘେରରେ ଛିଡ଼ା କରିଛି। ସେ ଖେଳିଥିବା ୫ ଟେଷ୍ଟ ସିରିଜରେ ତାଙ୍କ ବ୍ୟାଟିଂ ହାର ଯଥାକ୍ରମେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭.୧, ଇଂଲଣ୍ଡ ବିପକ୍ଷରେ ୨୯, ୱେଷ୍ଟଇଣ୍ଡିଜ ବିପକ୍ଷରେ (ଭାରତରେ) ୧୮, ଅଷ୍ଟ୍ରେଲିଆ(୨୦୧୮-୧୯) ବିପକ୍ଷରେ ୧୦.୭ ଓ ୱେଷ୍ଟଇଣ୍ଡିଜ ବିପକ୍ଷ(ଇଣ୍ଡିଜରେ)ରେ ୨୫.୪ ରହିଛି। କିନ୍ତୁ କ୍ରିକେଟରେ ଫର୍ମ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ରାହୁଲ ଏବେ ଜବରଦସ୍ତ ଫର୍ମରେ ଥିବା ଆଇପିଏଲ ଓ ଟି-୨୦ ସିରିଜରୁ ସ୍ପଷ୍ଟ ଜଣାପଡ଼ୁଥିଲା। ତେଣୁ ତାଙ୍କୁ ଶ’ଙ୍କ ବଦଳରେ ଓପନ କରିବାର ସୁଯୋଗ ମିଳିବ।

ଅଭ୍ୟାସ ମ୍ୟାଚରେ ଗିଲ ଯଥାକ୍ରମେ ୪୩ ଓ ୫୮ ରନର ଇନିଂସ୍ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେଣୁ ତାଙ୍କୁ ବିରାଟଙ୍କ ବଦଳରେ ଦଳ ୪ ନଂରେ ଖେଳାଇବ। ହନୁମାନ ବିହାରୀ ପ୍ରଥମ ଟେଷ୍ଟରେ ୧୬ ଓ ୮ ରନ୍‌ କରିଥିଲେ। ସେ ବୋଲିଂ ମଧ୍ୟ କରିବାକୁ ସୁଯୋଗ ପାଇ ନଥିଲେ। ତେଣୁ ତାଙ୍କ ବଦଳରେ ଜାଡେଜାଙ୍କୁ ସୁଯୋଗ ଦେବା ସବୁଠାରୁ ଶ୍ରେୟସ୍କର।

ଏହାଦ୍ୱାରା ଦଳ ୬ ନଂ ସ୍ଥାନରେ ଜଣେ ଅଲରାଉଣ୍ଡରଙ୍କୁ ପାଇପାରିବ। ଜାଡେଜା ବ୍ୟାଟିଂ ସହ ବୋଲିଂ ମଧ୍ୟ କରିପାରିବେ। ଫଳରେ ଭାରତ ପାଖରେ ୩ ଦ୍ରୁତ ବୋଲର ଓ ଦୁଇ ସ୍ପିନର ରହିବେ। ସାହା ବ୍ୟାଟିଂରେ ଆଖି ଦୃଶିଆ ପ୍ରଦର୍ଶନ କରିନାହାନ୍ତି। ପନ୍ତ ଅଭ୍ୟାସ ମ୍ୟାଚ୍‌ରେ ଶତକ ହାସଲ କରିଥିଲେ। ତେଣୁ ମେଲବର୍ଣ୍ଣ ଭଳି ଷ୍ଟାଡିୟମରେ ପନ୍ତଙ୍କ ଆବଶ୍ୟକ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି ଦଳ ପନ୍ତଙ୍କୁ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story