କୁସ୍ତି ଜଗତରେ ଯାହା ହୋଇଛି ତାହା ଦୁର୍ଭାଗ୍ୟଜନକ:ସୁଶୀଲ କୁମାର

ନୂଆଦିଲ୍ଲୀ: “ଅଗଷ୍ଟ ୫ରୁ ବ୍ରାଜିଲ୍‌ର ରିଓ ଡି ଜେନେରିଓରେ ହେବାକୁ ଥିବା କ୍ରୀଡ଼ା ମହାକୁମ୍ଭରେ ଭାରତର କୁସ୍ତିଯୋଦ୍ଧା ମାନେ ଗୌରବ ଅର୍ଜନ କରନ୍ତୁ। କିନ୍ତୁ ଗତକାଲି ସାଥି କୁସ୍ତିଯୋଦ୍ଧା ନରସିଂହ ଯାଦବଙ୍କ ଠାରେ ଯାହା ବାହାରିଛି ତାହା ଦୁର୍ଭାଗ୍ୟଜନକ। ଆମେ ଆଶା କରୁ ନ ଥିଲୁ ସେ ରିଓ ପୂର୍ବରୁ ଡୋପ୍‌ ଟେଷ୍ଟରେ ବିଫଳ ହେବେ ବୋଲି।” ସୋମବାର ଏହା କହିଛନ୍ତି ଅଲିମ୍ପିକ୍‌ରେ ୨ ଥର ମେଡାଲ ଜିତିଥିବା ସୁଶୀଲ କୁମାର। ସେ ତାଙ୍କ ଟ୍ୱିଟର ପେଜ୍‌ରେ […]

sushil kumar

sushil kumar

Rakesh Mallick
  • Published: Monday, 25 July 2016
  • Updated: 25 July 2016, 06:17 PM IST

Sports

Latest News

ନୂଆଦିଲ୍ଲୀ: “ଅଗଷ୍ଟ ୫ରୁ ବ୍ରାଜିଲ୍‌ର ରିଓ ଡି ଜେନେରିଓରେ ହେବାକୁ ଥିବା କ୍ରୀଡ଼ା ମହାକୁମ୍ଭରେ ଭାରତର କୁସ୍ତିଯୋଦ୍ଧା ମାନେ ଗୌରବ ଅର୍ଜନ କରନ୍ତୁ। କିନ୍ତୁ ଗତକାଲି ସାଥି କୁସ୍ତିଯୋଦ୍ଧା ନରସିଂହ ଯାଦବଙ୍କ ଠାରେ ଯାହା ବାହାରିଛି ତାହା ଦୁର୍ଭାଗ୍ୟଜନକ। ଆମେ ଆଶା କରୁ ନ ଥିଲୁ ସେ ରିଓ ପୂର୍ବରୁ ଡୋପ୍‌ ଟେଷ୍ଟରେ ବିଫଳ ହେବେ ବୋଲି।”

ସୋମବାର ଏହା କହିଛନ୍ତି ଅଲିମ୍ପିକ୍‌ରେ ୨ ଥର ମେଡାଲ ଜିତିଥିବା ସୁଶୀଲ କୁମାର।

ସେ ତାଙ୍କ ଟ୍ୱିଟର ପେଜ୍‌ରେ ଏକ ୨୦ ସେକେଣ୍ଡ ବିଶିଷ୍ଟ ଭିଡିଓ ପୋଷ୍ଟ କରି କହିଛନ୍ତି,“ଅଲିମ୍ପିକ୍‌ରେ ୨ଟି ପଦକ ଭାରତ ପାଇଁ ଆଣିବା ପରେ ଆଉ ଗୋଟିଏ ପଦକବାକୁ ଇଚ୍ଛା ଥିଲା। କିନ୍ତୁ ଏହା ହୋଇ ପାରିଲା ନାହିଁ। ଯଦିଓ ମୁଁ ଏକ ମାସ ହେବ ରିଓ ଅଲିମ୍ପିକ୍‌ ପ୍ରସ୍ତୁତି କ୍ୟାମ୍ପ ବାହାରେ ଅଛି। ତେଣୁ ମୁଁ ମୋର ସାଥି କୁସ୍ତିଯୋଦ୍ଧାଙ୍କୁ ସହଯୋଗର ହାତ ବଢାଉଛି। ମୁଁ ଆଶା କରୁଛି ସେମାନେ ଦେଶ ପାଇଁ ଅଲିମ୍ପିକ୍‌ରେ ମେଡାଲ ଜିତନ୍ତୁ।”


ନରସିଂହ ଡୋପ୍‌ ଟେଷ୍ଟରେ ବିଫଳ ହେବା ପଛରେ ସୁଶୀଲ ଓ ତାଙ୍କ ସାଥି କୁସ୍ତିଯୋଦ୍ଧାଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଏନେଇ ଗତକାଲି ନରସିଂହ ଯାଦବଙ୍କ କୋଚ୍‌ ଓ ଡବ୍ଲ୍ୟୁଏଫ୍‌ଆଇ ତାଙ୍କ ବିପକ୍ଷରେ ଷଡଯନ୍ତ୍ର କରାଯାଇଥିବା ଅଭିଯୋଗ କରିଥିଲେ।

ନରସିଂହ ଗତବର୍ଷ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ୭୪ କେଜି ଫ୍ରି ଷ୍ଟାଇଲ ବର୍ଗରେ ବ୍ରୋଞ୍ଜ ପଦକ ଜିତି ରିଓ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। କିନ୍ତୁ ସୁଶୀଲ କାନ୍ଧରେ ଆହତ କାରଣରୁ ଯୋଗ୍ୟତା ଅର୍ଜନ ମ୍ୟାଚ୍‌ରେ ଭାଗ ନେଇପାରି ନ ଥିଲେ। ତେଣୁ ସେ ଟ୍ରାଏଲ ମାଧ୍ୟମରେ ରିଓରେ ଭାଗ ନେବାକୁ ଚାହୁଁଥିଲେ। କିନ୍ତୁ ଟ୍ରାଏଲ ପାଇଁ ନରସିଂହ ମନାକରିବାରୁ ସୁଶୀଲ ଆଇନଗତ ଆଶ୍ରୟ ନେଇଥିଲେ। ସେଠାରେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos