ଆଇପିଏଲ ୧୧ରୁ ସିଦ୍ଧୁ ବାହାର: କମେଣ୍ଟ୍ରି ଟିମ୍‌ରେ ସାମିଲ ଏହି ଓଡ଼ିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲର ୧୧ତମ ସିଜିନ ଏପ୍ରିଲ ୭ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି। ୫୧ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତା ପାଇଁ  ୮ଟି ଫ୍ରାଞ୍ଚାଇଜ୍‌ ଜୋରଦାର ଅଭ୍ୟାସ ଚଲାଇଛନ୍ତି। ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ୍‌ ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଖେଳାଯିବ। ଏଥିପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖାଦେଇଛି। ମ୍ୟାଚ୍‌ ସମୟରେ ନିଆରା ଢଙ୍ଗରେ କମେଣ୍ଟ୍ରି ପାଇଁ ସର୍ବଦା ଜଣାଶୁଣା ନବଜିତ ସିଂ ସିଦ୍ଧୁଙ୍କୁ କିନ୍ତୁ ଏଥର ଶୁଣାବାକୁ ମିଳିବନି। ଆଇପିଏଲ-୧୧ ପାଇଁ କମେଣ୍ଟ୍ରି ଟିମ୍‌ରେ ସିଦ୍ଧୁଙ୍କୁ ସାମିଲ କରାଯାଇନାହିଁ। ଫଳରେ ତାଙ୍କ ପ୍ରଶଂସକଙ୍କୁ ଏଥର ନାରାଶ ହେବାକୁ ପଡ଼ିବ। ଆଇପିଏଲ ସିଜିନ ୧୧ ପାଇଁ ହିନ୍ଦି କମେଣ୍ଟ୍ରି ଟିମ୍‌ରେ ଆକାଶା ଚୋପ୍ରା, ବିବେକ ରାଜଦନ୍, ନିଖିଲ ଚୋପ୍ରା, ଭିଭିଏସ୍ ଲକ୍ଷ୍ମଣ, ଜତୀନ ସପ୍ରୁ, ସୁନିଲ ଗାଭାସ୍କର, କପିଲ ଦେବ, ଇର୍‌ଫାନ୍‌ ପଠାନ, କୈଫ. ମୁରଲୀ କାର୍ତ୍ତିକ, ଆର୍‌ପି ସିଂ, ଅଭିସେକ ନାୟର, ରଜତ ଭାଟିଆ ଓ ପଜ୍ଞାନ ଓଝାଙ୍କୁ ସାମିଲ କରାଯାଇଛି। ଏଥର ଆଇପିଏଲରେ ୬ଟି ଭାଷାରେ କମେଣ୍ଟ୍ରି  ହେବ। ହିନ୍ଦି, ଇଂରାଜୀ ସହିତ କନ୍ନଡ଼, ତେଲଗୁ, ତାମିଲ, ଏବଂ ବଙ୍ଗଳା ଭାଷାରେ କମେଣ୍ଟ୍ରି ପ୍ରସାରିତ ହେବ। ଓଡ଼ିଆ କ୍ରିକେଟର୍‌ ପ୍ରଜ୍ଞାନ ଓଝାଙ୍କୁ କମେଣ୍ଟ୍ରି ଟିମ୍‌ରେ ସାମିଲ କରାଯଇଛି।