ସିଡନୀ ଅନ୍ତର୍ଜାତୀୟ ଫାଇନାଲରେ ସାନିଆ-ହିଙ୍ଗିସ୍, କ୍ରମାଗତ ୨୯ ମ୍ୟାଚ୍ ଜିତି ରଚିଲେ ବିଶ୍ୱ ରେକର୍ଡ

ସିଡନୀ: ସାନିଆ ମିର୍ଜା ଓ ମାର୍ଟିନା ହିଙ୍ଗିସ୍ ସିଡନୀ ଅନ୍ତର୍ଜାତୀୟ ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ବିଜୟ ସହ ଏହି ଯୋଡି ଗୁରୁବାର ଏକ ବିରଳ ରେକର୍ଡ ସ୍ଥାପନ କରିଛନ୍ତି। କ୍ରମାଗତ ଭାବେ ୨୯ଟି ମ୍ୟାଚ୍ ଜିତି ସେମାନେ ୨୨ ବର୍ଷର ବିଶ୍ୱ ରେକର୍ଡକୁ ଭାଙ୍ଗି ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି।

ଆଜି ସେମିଫାଇନାଲରେ ରୋମାନିଆର ରାଲୁକା ଓଲେରୁ ଓ କାଜାଖାସ୍ତାନର ୟାରୋସ୍କାଭା ଶାଭେଡୋଭାଙ୍କୁ ୪-୬, ୬-୩, ୧୦-୮ରେ ପରାସ୍ତ କରିଛନ୍ତି ବିଶ୍ୱର ଶ୍ରେଷ୍ଠ ମହିଳା ଡବଲ୍ସ ଯୋଡି ସାନିଆ-ହିଙ୍ଗିସ୍।

ଗତକାଲି ଏହି ଯୋଡି ଚୀନର ଜେନ୍ ଲିଆଙ୍ଗ୍ ଓ ସୁଆଙ୍ଗ ପେଙ୍ଗଙ୍କୁ ସିଧାସଳଖ ୬-୨ ଓ ୫-୩ ସେଟରେ ପରାସ୍ତ କରି କ୍ରମାଗତ ୨୮ଟି ମ୍ୟାଚ ଜିତି ୧୯୯୪ରେ ପୁଏର୍ଟୋରିକା-ବେଲାରୁଷ ଯୋଡି ଗିଗି ଫର୍ଣ୍ଣାଣ୍ଡିଜ୍ ଓ ନତାଶା ଜେରେଭାଙ୍କ ରେକର୍ଡ ସହ ସମକକ୍ଷ ହୋଇଥିଲେ।

ସୂଚନାଯୋଗ୍ୟ, ସାନିଆ-ହିଙ୍ଗିସ ଯୋଡି ଗତବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ ମୋଟ ୧୦ଟି ଡବଲ୍ସ ଟ୍ରଫି ହାତେଇଛନ୍ତି। ଗତବର୍ଷ ଏହି ଯୋଡି ଇଣ୍ଡିଆନ୍ସ ୱେଲ୍ସ, ମିଆମି, ଚାର୍ଲଷ୍ଟେନ୍, ୱିମ୍ବଲଡନ୍, ୟୁଏସ ଓପନ୍, ଗୁଆଙ୍ଗଝୁ, ଉହାନ୍, ବେଜିଂ ଓ ଡବ୍ଲୁଟିଏ ଫାଇନାଲ୍ସ ସାଙ୍ଗକୁ ଚଳିତ ବର୍ଷର ପ୍ରଥମ ସପ୍ତାହରେ ବ୍ରିସବେନ୍ ଇଣ୍ଟରନ୍ୟାସନାଲ ଟ୍ରଫି ଜିତିଛନ୍ତି।

ଆହୁରି ପଢ଼ନ୍ତୁ

ଆଇପିଏଲରେ ହେଲାନି ଚୟନ, ଆତ୍ମହତ୍ୟା କଲେ ‘ଜୁନିୟର ଡେଲ୍ ଷ୍ଟେନ୍’

ପୁରୁଷ ହକି ଟିମରେ ପଶିଲା କରୋନା

୧୬ ତାରିଖରେ ପଡ଼ିଆକୁ ଫେରିବେ ମାହି!

ଆଇପିଏଲର ପ୍ରାୟୋଜକ ହେବ ବାବା ରାମଦେବଙ୍କ ‘ପତଞ୍ଜଳି’!

‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ୩ ଖେଳାଳିଙ୍କୁ କରୋନା

ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ

ଅନୱରଙ୍କ ପରେ ଇଂଲଣ୍ଡରେ ଶାନ ମାସୁଦ କଲେ ଏହି ରେକର୍ଡ

ଆଇପିଏଲ ପାଇଁ ଜାରି ହେଲା ଏସଓପି, ଜାଣନ୍ତୁ କ’ଣ ରହିଛି ନିୟମ

ଆଇପିଏଲରରୁ ହଟିଲା ଚାଇନିଜ କମ୍ପାନୀ ଭିଭୋ