ସିଡନିରେ ସାନିଆ-ମାର୍ଟିନା ଯୋଡ଼ିଙ୍କ ରେକର୍ଡ, କ୍ରମାଗତ ଜିତିଲେ ୨୮ ମ୍ୟାଚ୍

ସିଡନି: ଡବ୍ଲ୍ୟୁଟିଏ ସିଡନି ଇଣ୍ଟରନ୍ୟାସନାଲ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ଟେନିସ ସୁନ୍ଦରୀ ସାନିଆ ମିର୍ଜା ଓ ତାଙ୍କ ସ୍ୱିସ ସାଥୀ ମାର୍ଟିନା ହିଙ୍ଗିସ୍। ଏହି ଯୋଡି ଚାଇନାର ଚେନ୍ ଲିଆଙ୍ଗ ଓ ଶୁଏଙ୍ଗ ପେଙ୍ଗଙ୍କୁ ୬-୨,୬-୩ ରେ ପରାସ୍ତ କରିଛନ୍ତି ଏହି ସ୍ଥାନରେ ପହଞ୍ଚିଛନ୍ତି। ଏହି ଯୋଡି କ୍ରମାଗତ ୨୮ଟି ମ୍ୟାଚରେ ବିଜୟୀ ହୋଇ ୧୯୯୪ରେ ମହିଳା ଡବଲ୍ସ ଯୋଡି ପି.ଆର.ଜି ଫର୍ଣ୍ଣାଣ୍ଡିଜ୍ ଓ ନତାଶା ଜେଭୋରୋଭାଙ୍କ ବିଶ୍ୱ ରେକର୍ଡ ସହ ସମକକ୍ଷ ହୋଇଛନ୍ତି।

ସୂଚନାଯୋଗ୍ୟ,୨୦୧୫ରେ ସାନିଆ-ହିଙ୍ଗିସ୍ ଯୋଡି ୧୦ଟି ଡବ୍ଲ୍ୟୁଟିଏ, ଇଣ୍ଡିଆନ ୱେଲ୍ସ, ମିଆମି, ଚାର୍ଲିସନ୍, ୱିମ୍ବଲଡନ୍,ୟୁଏସ ଓପନ୍, ଗୁଆଙ୍ଗଝୋଉ, ହୁଆନ୍, ବେଜିଂ ଓ ଡବ୍ଲ୍ୟୁଟିଏ ଫାଇନାଲ ହାତେଇଛନ୍ତି। ଗତ ସପ୍ତାହରେ ବ୍ରିସବେନ୍ ଇଣ୍ଟରନ୍ୟାନାଲ ମଧ୍ୟ ଜିତିଛନ୍ତି।