ଏସିଆନ୍‌ ରେସଲିଂ ଚାମ୍ପିୟନଶିପ: ସାକ୍ଷୀଙ୍କୁ ରୌପ୍ୟ ଓ ଭିନେଶଙ୍କୁ ବ୍ରୋଞ୍ଜ

ନୂଆଦିଲ୍ଲୀ: ଏସିଆନ ରେସଲିଂ ଚାମ୍ପିୟନଶିପରେ ଭାରତକୁ ଆଜି ଗୋଟିଏ ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ମିଳିଛି। ମହିଳା ରେସଲିଂରେ ଭାରତର ଦୁଇ ଷ୍ଟାର ଖେଳାଳି ସାକ୍ଷୀ ମଲ୍ଲିକ ଓ ଭିନେଶ ଫୋଗାଟ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି। ନନ୍‌ ଅଲିମ୍ପିକ୍ସ ୬୫ କେଜି ବର୍ଗରେ ସାକ୍ଷୀ ମଲ୍ଲିକ ରୌପ୍ୟ ପଦକ ଜିତିଥିବା ବେଳେ ୫୩ କେଜି ବର୍ଗରେ ଭିନେଶ ଫୋଗାଟ, ୫୭ କେଜି ବର୍ଗରେ ଅଂଶୁ ଓ ୭୨ କେଜି ବର୍ଗରେ ଗୁରୁଶାରନ […]

q

q

Hemant Lenka
  • Published: Saturday, 22 February 2020
  • Updated: 22 February 2020, 04:38 PM IST

Sports

Latest News

ନୂଆଦିଲ୍ଲୀ: ଏସିଆନ ରେସଲିଂ ଚାମ୍ପିୟନଶିପରେ ଭାରତକୁ ଆଜି ଗୋଟିଏ ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ମିଳିଛି। ମହିଳା ରେସଲିଂରେ ଭାରତର ଦୁଇ ଷ୍ଟାର ଖେଳାଳି ସାକ୍ଷୀ ମଲ୍ଲିକ ଓ ଭିନେଶ ଫୋଗାଟ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି।

ନନ୍‌ ଅଲିମ୍ପିକ୍ସ ୬୫ କେଜି ବର୍ଗରେ ସାକ୍ଷୀ ମଲ୍ଲିକ ରୌପ୍ୟ ପଦକ ଜିତିଥିବା ବେଳେ ୫୩ କେଜି ବର୍ଗରେ ଭିନେଶ ଫୋଗାଟ, ୫୭ କେଜି ବର୍ଗରେ ଅଂଶୁ ଓ ୭୨ କେଜି ବର୍ଗରେ ଗୁରୁଶାରନ ପ୍ରୀତ କୌର ବ୍ରୋଞ୍ଜ ପଦକ ଜିତିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭିନେଶ ଚଳିତ ବର୍ଷ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ସକୁ ପୂର୍ବରୁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ସେ ଭାରତ ପାଇଁ ମହିଳା ରେସଲିଂର ୫୩ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିବେ ବୋଲି ସମସ୍ତେ ଆଶା କରିଛନ୍ତି। ହେଲେ ଏସିଆନ ରେସଲିଂ ଚାମ୍ପିୟନ ଶିପ୍‌ରେ ତାଙ୍କର ଏଭଳି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos