ଫ୍ରେଞ୍ଚ ଓପନ: ସିନ୍ଧୁ-ସାଇନା ଆଉଟ୍‌, ସେମିରେ ସାତ୍ତ୍ୱିକ-ଚିରାଗ

ପ୍ୟାରିସ୍‌: ଫ୍ରେଞ୍ଚ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ଦୁଇ ମହିଳା ଶଟଲର ପିଭି ସିନ୍ଧୁ ଓ ସାଇନା ନେହ୍ୱାଲ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ଉଭୟ ଖେଳାଳି ନିଜ ନିଜର କ୍ୱାର୍ଟର ଫାଇନାଲ ମୁକାବିଲାରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି। ଅନ୍ୟପକ୍ଷରେ ପୁରୁଷ ଡବଲ୍ସରେ ଭାରତର ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟୀ ନିଜର ଦବଦବା ଦେଖାଇଛନ୍ତି। ଉଭୟ କ୍ୱାର୍ଟର ଫାଇନାଲରେ ବିଜୟୀ ହୋଇ ସେମି ଫାଇନାଲରେ ନିଜର ସ୍ଥାନ ପକ୍କା କରିଦେଇଛନ୍ତି। ଅଗଷ୍ଟ ମାସରେ […]

p

p

Hemant Lenka
  • Published: Saturday, 26 October 2019
  • Updated: 26 October 2019, 05:14 PM IST

ପ୍ୟାରିସ୍‌: ଫ୍ରେଞ୍ଚ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ଦୁଇ ମହିଳା ଶଟଲର ପିଭି ସିନ୍ଧୁ ଓ ସାଇନା ନେହ୍ୱାଲ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ଉଭୟ ଖେଳାଳି ନିଜ ନିଜର କ୍ୱାର୍ଟର ଫାଇନାଲ ମୁକାବିଲାରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି।

ଅନ୍ୟପକ୍ଷରେ ପୁରୁଷ ଡବଲ୍ସରେ ଭାରତର ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟୀ ନିଜର ଦବଦବା ଦେଖାଇଛନ୍ତି। ଉଭୟ କ୍ୱାର୍ଟର ଫାଇନାଲରେ ବିଜୟୀ ହୋଇ ସେମି ଫାଇନାଲରେ ନିଜର ସ୍ଥାନ ପକ୍କା କରିଦେଇଛନ୍ତି।

ଅଗଷ୍ଟ ମାସରେ ଏହି ଯୋଡ଼ି ଥାଇଲ୍ୟାଣ୍ଡ ଓପନ ଟୁର୍ଣ୍ଣାମେଣ୍ଟରେ ପ୍ରଥମଥର ପାଇଁ ଚାମ୍ପିୟନ ହୋଇଥିଲେ। ଦ୍ୱିତୀୟ ଥର ପାଇଁ କୌଣସି ଟୁର୍ଣ୍ଣାମେଣ୍ଟରେ ସାତ୍ତ୍ୱିକ ଓ ଚିରାଗ ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ଏବେ ଉଭୟଙ୍କ ମୁକାବିଲା ଜାପାନର ଏଚ୍‌ ଇଣ୍ଡୋ ଓ ୱାଇ ୱାଟାନାବେଙ୍କ ସହ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos