ସିନ୍ଧୁ, ସାକ୍ଷୀ, ଦୀପା ଓ ଜିତୁ ପାଇଲେ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର

pvନୂଆଦିଲ୍ଲୀ: ଆଜି ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ରିଓ ଅଲିମ୍ପିକ୍‌ର ପଦକ ବିଜେତା ପି.ଭି ସିନ୍ଧୁ ଓ ସାକ୍ଷୀ ମଲ୍ଲିକଙ୍କ ସମେତ ଜିତୁ ରାୟ ଓ ଦୀପା କର୍ମକାରଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରିଛନ୍ତି।

ବିରାଟ କୋହଲି ଓ ଇଶାନ୍ତ ଶର୍ମାଙ୍କ କୋଚ୍ ରାଜ କୁମାର ଶର୍ମା, ଦୀପା କର୍ମାକରଙ୍କ କୋଚ୍ ବିଶେଶ୍ୱର ନନ୍ଦି, ସାଗର ମଲ ଧାୟଲ (ବକ୍ସିଂ), ଏସ୍‌ ପ୍ରଦୀପ କୁମାର (ସୁଇମିଂ), ମହାବୀର ସିଂହ (କୁସ୍ତି) ଓ ନାଗପୁରୀ ରମେଶ (ଆଥ୍‌ଲେଟିକ୍ସ)ଙ୍କୁ ରାଷ୍ଟ୍ରପତି ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରିଛନ୍ତି।

ଫୁଟବଲ୍ ଖେଳାଳି ସୁବ୍ରତ ପାଉଲ, ବକ୍ସର ଶିବ ଥାପା, ସ୍ନୁକର ଓ ବିଲିୟାର୍ଡସ୍ ଖେଳାଳି ସୌରଭ କୋଠାରୀ, ଭାରତୀୟ ମହିଳା ହକି ଦଳର ବରିଷ୍ଠ ସଦସ୍ୟ ରାଣୀ, ଭାରତୀୟ ପୁରୁଷ ହକି ଦଳର ବରିଷ୍ଠ ସଦସ୍ୟ ଭି.ଆର୍. ରଘୁନାଥ, ସୁଟର ଗୁରପ୍ରୀତ ସିଂହ ଓ ଅପୂର୍ବି ଚାଣ୍ଡେଲା, ଟେବୁଲ ଟେନିସ୍ ଖେଳାଳି ସୌମ୍ୟଜିତ ଘୋଷ, କୁସ୍ତିଯୋଦ୍ଧା ଭୀନେଶ ଫୋଗତ ଓ ପାରା ଆଥ୍‌ଲେଟ୍‌ ସନ୍ଦୀପ ସିଂହ ମନ ପ୍ରମୁଖ ରାଷ୍ଟ୍ରପତିଙ୍କ ଠାରୁ ଅର୍ଜୁନ ପୁରସ୍କାର ପ୍ରଦାନ କରି ଥିଲେ।

ସତ୍ତି ଗୀତା (ଆଥ୍‌ଲେଟିକ୍ସ), ସିଲଭାନସ୍ ଡୁଙ୍ଗ୍ ଡୁଙ୍ଗ୍ (ହକି), ରାଜେନ୍ଦ୍ର ପ୍ରହଲ୍ଲାଦ ସେଲକେ (ନୌଚାଳନା)ଙ୍କୁ ରାଷ୍ଟ୍ରପତି ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରିଛନ୍ତି।