ସିନ୍ଧୁଙ୍କୁ ସିଲଭର୍

ରିଓ ଡି ଜେନେରିଓ: ଇତିହାସ ରଚିଲେ ପି.ଭି ସିନ୍ଧୁ। ପ୍ରଥମ ଭାରତୀୟ ମହିଳା ଭାବେ ଅଲିମ୍ପିକ୍‌ରେ ବ୍ୟାଡ୍‌ମିଣ୍ଟନ୍‌ରେ ଜିତିଲେ ରୌପ୍ୟ ପଦକ। ରିଓ ଅଲିମ୍ପିକ୍‌ର ସଂଘର୍ଷପୂର୍ଣ୍ଣ ଫାଇନାଲ୍‌ରେ ସେ ସ୍ପେନର କାରୋଲିନା ମାରିନଙ୍କଠାରୁ ୨୧-୧୯,୧୨-୨୧,୧୫-୨୧ରେ ହାରି ଯାଇଛନ୍ତି। ରୌପ୍ୟ ପଦକ ଜିତି ଥିବା ସିନ୍ଧୁଙ୍କୁ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଟ୍ୱିଟ୍ କରିଛନ୍ତି,“ଭାରତ ପାଇଁ ଗୌରବର ମୁହୂର୍ତ୍ତ। ତୁମ ପରିବାର ସହିତ ସାରା ଦେଶ ଖୁସିରେ ଝୁମୁଛି।” ସେହିଭଳି […]

sindhu

sindhu

Rakesh Mallick
  • Published: Friday, 19 August 2016
  • Updated: 19 August 2016, 09:20 PM IST

Sports

Latest News

sindhuରିଓ ଡି ଜେନେରିଓ: ଇତିହାସ ରଚିଲେ ପି.ଭି ସିନ୍ଧୁ। ପ୍ରଥମ ଭାରତୀୟ ମହିଳା ଭାବେ ଅଲିମ୍ପିକ୍‌ରେ ବ୍ୟାଡ୍‌ମିଣ୍ଟନ୍‌ରେ ଜିତିଲେ ରୌପ୍ୟ ପଦକ। ରିଓ ଅଲିମ୍ପିକ୍‌ର ସଂଘର୍ଷପୂର୍ଣ୍ଣ ଫାଇନାଲ୍‌ରେ ସେ ସ୍ପେନର କାରୋଲିନା ମାରିନଙ୍କଠାରୁ ୨୧-୧୯,୧୨-୨୧,୧୫-୨୧ରେ ହାରି ଯାଇଛନ୍ତି।

ରୌପ୍ୟ ପଦକ ଜିତି ଥିବା ସିନ୍ଧୁଙ୍କୁ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଟ୍ୱିଟ୍ କରିଛନ୍ତି,“ଭାରତ ପାଇଁ ଗୌରବର ମୁହୂର୍ତ୍ତ। ତୁମ ପରିବାର ସହିତ ସାରା ଦେଶ ଖୁସିରେ ଝୁମୁଛି।”

ସେହିଭଳି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି,“ଭଲ ଲଢ଼େଇ। ତୁମର ପାରଦର୍ଶିତା ଐତିହାସିକ। ବର୍ଷ ପରେ ବର୍ଷ ଏହା ମନେ ରହିବ।”

ରିଓ ଅଲିମ୍ପିକ୍‌ରେ ପ୍ରଥମ ମ୍ୟାଚ୍‌ରେ ହଙ୍ଗେରୀର ଲାଓରା ସାରୋସିଙ୍କୁ ହରାଇ ଅଭିଯାନ ଆରମ୍ଭ କରିଥିଲେ ସିନ୍ଧୁ। ତା’ପରେ ସେ କାନାଡାର ମିଶେଲ ଲି ଓ ପ୍ରି କ୍ୱାର୍ଟରରେ ତାଇ ଜୁଙ୍ଗଙ୍କୁ ହରାଇ କ୍ୱାର୍ଟରରେ ପହଞ୍ଚିଥିଲେ। କ୍ୱାର୍ଟରରେ ୱେଙ୍ଗ ୟିହାନଙ୍କୁ ହରାଇ ସେମିରେ ପହଞ୍ଚିଥିଲେ ସେ। ସେମି ଫାଇନାଲ୍‌ରେ ଜାପାନର ଓକୁହାରାଙ୍କୁ ୨୧-୧୯, ୨୧-୧୦ରେ ହରାଇ ଫାଇନାଲ୍‌ରେ ପହଞ୍ଚିଥିଲେ ଓ ରୌପ୍ୟ ପଦକ ନିଶ୍ଚିତ କରିଥିଲେ।

ତେଲେଙ୍ଗାନାର ହାଇଦ୍ରାବାଦରେ ୧୯୯୫ରେ ଜନ୍ମିତ ସିନ୍ଧୁଙ୍କ ବାପା ପି. ଭି ରାମନା ଓ ମା’ ପି ବିଜୟା ଭଲିବଲ୍ ଖେଳାଳି। ତାଙ୍କ ବାପା ୨୦୦୦ ମସିହାରେ ଅର୍ଜୁନ ପୁରସ୍କାର ପାଇଥିଲେ। ବାପାମା’ଙ୍କ ଭଳି ଖେଳାଳି ହୋଇଥିଲେ ବି ସେ ବ୍ୟାଡ୍‌ମିଣ୍ଟନ୍‌କୁ ପସନ୍ଦ କରିଥିଲେ। ୮ ବର୍ଷ ବୟସରୁ ସେ ବ୍ୟାଡ୍‌ମିଣ୍ଟନ୍ ଖେଳିବା ଆରମ୍ଭ କରିଥିଲେ। ବ୍ୟାଡ୍‌ମିଣ୍ଟନ୍‌ର ମୌଳିକ ଶିକ୍ଷା ସେ ମେହବୁବ ଅଲ୍ଲୀଙ୍କଠାରୁ ପାଇଥିଲେ। ତା’ପରେ ସେ ପୁଲେଲା ଗୋପୀଚାନ୍ଦଙ୍କ ବ୍ୟାଡ୍‌ମିଣ୍ଟନ୍ ଏକାଡେମୀରେ ତାଲିମ ନେଇଥିଲେ।

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ସେ ଏକାଧିକ ପଦକ ଜିତିଛନ୍ତି। ବିଶ୍ୱ ଚାମ୍ପିଅନ୍‌ସିପ୍‌ର ମହିଳା ଏକକ ବର୍ଗରେ ପଦକ ଜିତିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା। ୨୦୧୩ ଅଗଷ୍ଟ ୧୦ ତାରିଖରେ ଗୁଆଙ୍ଗଝାଉ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ସେ ଏହି ଗୌରବ ଅର୍ଜନ କରିଥିଲେ। ସେହି ବର୍ଷ ସେ ମାଲେସିଆ ଓପନ୍‌ ଟାଇଟଲ ଓ ମକାଉ ଓପନ୍ ଗ୍ରାଁ ପ୍ରି ଗୋଲ୍ଡ ଟାଇଟଲ୍ ମଧ୍ୟ ଜିତି ଥିଲେ। ୨୦୧୪ କୋପେନହାଗେନ୍‌ ବିଶ୍ୱ ଚାମ୍ପିଅନ୍‌ସିପ୍‌ର ମହିଳା ଏକକ ବର୍ଗରେ ମଧ୍ୟ ସେ ବ୍ରୋଞ୍ଜ୍ ପଦକ ଜିତି ଥିଲେ। ୨୦୧୪ରେ ଗିମ୍‌ଚେଅନ୍‌ରେ ଅନୁଷ୍ଠିତ ଏସିଆ ଚାମ୍ପିଅନ୍‌ସିପ୍‌ର ମହିଳା ଏକକ ବର୍ଗରେ ସେ ବ୍ରୋଞ୍ଜ୍ ପଦକ ଜିତିଥିଲେ। ୨୦୧୪ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ଏକକ ବର୍ଗରେ ମଧ୍ୟ ସେ ବ୍ରୋଞ୍ଜ୍ ପଦକ ହାତେଇ ଥିଲେ। ୨୦୧୬ରେ ଗୌହାଟୀରେ ଅନୁଷ୍ଠିତ ଦକ୍ଷିଣ ଏସୀୟ କ୍ରୀଡ଼ାରେ ସେ ମହିଳା ଏକକ ବର୍ଗରେ ରୌପ୍ୟ ପଦକ ଜିତି ଥିଲେ। ତେବେ ମହିଳା ଟିମ୍‌ର ସଦସ୍ୟ ଥିବା ସିନ୍ଧୁ ଏହି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଥିଲେ। ୨୦୧୧ରେ ଲକ୍ଷ୍ନୌରେ ଅନୁଷ୍ଠିତ ଏସିଆନ୍ ଜୁନିୟର ଚାମ୍ପିଅନ୍‌ସିପ୍‌ର ଗାର୍ଲ୍ସ ସିଙ୍ଗଲ୍ସ ଓ ମିକ୍ସଡ୍‌ ଟିମ୍‌ରେ ସିନ୍ଧୁ ବ୍ରୋଞ୍ଜ୍‌ ପଦକ ପାଇଥିଲେ। ୨୦୧୨ରେ ଗିମ୍‌ଚେଅନ୍‌ରେ ଅନୁଷ୍ଠିତ ଏସିଆନ୍ ଜୁନିୟର ଚାମ୍ପିଅନ୍‌ସିପ୍‌ର ଗାର୍ଲ୍ସ ସିଙ୍ଗଲ୍ସ ବର୍ଗରେ ସେ ସ୍ୱର୍ଣ୍ଣ ପଦକ ଜିତି ଥିଲେ। ୨୦୧୧ରେ ଡୋଗ୍ଲାସ୍‌ରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଯୁବ କ୍ରୀଡ଼ାର ଗାର୍ଲ୍ସ ସିଙ୍ଗଲ୍ସରେ ସେ ସ୍ୱର୍ଣ୍ଣ ପଦକ ଜିତି ଥିଲେ।

୨୦୧୫ରେ ସିନ୍ଧୁଙ୍କୁ ଦେଶର ଚତୁର୍ଥ ବୃହତ୍ତ ନାଗରିକ ପୁରସ୍କାର  ‘ପଦ୍ମଶ୍ରୀ’ ପ୍ରଦାନ କରାଯାଇଥିଲା। ୨୦୧୩ରେ ସେ ‘ଅର୍ଜୁନ’ ପୁରସ୍କାର ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story