ସିରାଜ ଓ ଚହଲଙ୍କ ଚମକ, ୮୪ ରନରେ ଅଟକିଲା କୋଲକାତା

ଅବୁଧାବି: ମହମ୍ମଦ ସିରାଜଙ୍କ ସୁଇଂ ଓ ୟୁଜବେନ୍ଦର ଚହଲଙ୍କ ଗୁଗୁଲି ଆଗରେ କୋଲକାତା ନାଇଟ ରାଇଡର୍ସ ଆତ୍ମସମର୍ପଣ କରିଛି। ସିରାଜ ଓ ଚହଲଙ୍କ ଘାତକ ବୋଲି ଯୋଗୁ କୋଲକାତା ନାଇଟ ରାଇଡର୍ସ ଚଳିତ ଆଇପିଏଲ ସିଜିନରେ ସବୁଠାରୁ କମ୍‌ ରନ୍‌ରେ ଅଟକିବାର ରେକର୍ଡ କରିଛି। କୋଲକାତାର ପୂରା ଟିମ୍‌ ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ ହରାଇ ମାତ୍ର ୮୪ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ଏହି ମ୍ୟାଚ୍‌କୁ ଜିତିବା ପାଇଁ ବିରାଟ ବାହିନୀ ଆଗରେ […]

c

c

Hemant Lenka
  • Published: Wednesday, 21 October 2020
  • Updated: 21 October 2020, 09:21 PM IST

Sports

Latest News

ଅବୁଧାବି: ମହମ୍ମଦ ସିରାଜଙ୍କ ସୁଇଂ ଓ ୟୁଜବେନ୍ଦର ଚହଲଙ୍କ ଗୁଗୁଲି ଆଗରେ କୋଲକାତା ନାଇଟ ରାଇଡର୍ସ ଆତ୍ମସମର୍ପଣ କରିଛି। ସିରାଜ ଓ ଚହଲଙ୍କ ଘାତକ ବୋଲି ଯୋଗୁ କୋଲକାତା ନାଇଟ ରାଇଡର୍ସ ଚଳିତ ଆଇପିଏଲ ସିଜିନରେ ସବୁଠାରୁ କମ୍‌ ରନ୍‌ରେ ଅଟକିବାର ରେକର୍ଡ କରିଛି।

କୋଲକାତାର ପୂରା ଟିମ୍‌ ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ ହରାଇ ମାତ୍ର ୮୪ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ଏହି ମ୍ୟାଚ୍‌କୁ ଜିତିବା ପାଇଁ ବିରାଟ ବାହିନୀ ଆଗରେ ମାତ୍ର ୮୫ ରନ୍‌ର ଟାର୍ଗେଟ ରହିଛି। ସିରାଜ ୪ ଓଭର୍‌ରେ ୮ ରନ୍‌ ଦେଇ ୩ଟି ୱିକେଟ ନେଇଥିବା ବେଳେ ଚହଲ ସମାନ ଓଭର୍‌ରେ ୧୦ ରନ୍‌ ଦେଇ ୨ଟି ୱିକେଟ ନେଇଛନ୍ତି।

ଟସ୍‌ ଜିତି କୋଲକାତାର ଅଧିନାୟକ ଇଓନ ମୋର୍ଗାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସିରାଜ ଏହି ନିଷ୍ପତ୍ତିକୁ ଭୁଲ ପ୍ରମାଣିତ କରି ଦ୍ୱିତୀୟ ଓଭର୍‌ର ପ୍ରଥମ ବଲରେ ରାହୁଲ ତ୍ରିପାଠୀ ଓ ଦ୍ୱିତୀୟ ବଲରେ ନୀତୀଶ ରାଣାଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ।

ନଭଦୀପ ସାଇନି ତୃତୀୟ ଓଭର୍‌ରେ ଶୁବମାନ ଗିଲ୍‌(୧)ଙ୍କୁ ଆଉଟ କରି କୋଲକାତାକୁ ତୃତୀୟ ଝଟକା ଦେଇଥିଲେ। ସ୍ଥିତି ଏପରି ହୋଇଥିଲା ଯେ କୋଲକାତା ୩ ରନ୍‌ରେ ୩ ୱିକେଟ ହରାଇଥିଲା। ୪ର୍ଥ ଓଭର୍‌ରେ ସିରାଜ ପୁଣିଥରେ ଟମ ବାଣ୍ଟନଙ୍କୁ ଆଉଟ କରି କୋଲକାତାର ଟପ୍‌ ଅର୍ଡରକୁ ଛିନଛତ୍ର କରି ଦେଇଥିଲେ।

ପ୍ରଥମ ୧୩ଟି ବଲ୍‌ରେ ସେ କୌଣସି ରନ୍‌ ନ ଦେଇ ୩ଟି ୱିକେଟ ଦଖଲ କରି ଆଇପିଏଲରେ ରେକର୍ଡ କରିଛନ୍ତି। ସେ ଆଇପିଏଲର ପ୍ରଥମ ଖେଳାଳି ଯିଏ କ୍ରମାଗତ ଦୁଇଟି ଓଭର ମେଡେନ୍‌ ନେବାର କୀର୍ତ୍ତିମାନ କରିଛନ୍ତି।

ସିରାଜଙ୍କ ପରେ ଚହଲ କମାଲ କରିଥିଲେ। ସେ ପ୍ରଥମେ ଦୀନେଶ କାର୍ତ୍ତିକ(୪) ଓ ପାଟ କମିନ୍ସ(୪)ଙ୍କୁ ଆଉଟ କରି ନିଜର ଜଲୱା ଦେଖାଇଥିଲେ। ଗୋଟିଏ ପଟେ ମୋର୍ଗାନ ସଂଘର୍ଷ କରିଥିଲେ ହେଁ ଆଉ କେହି ବି ତାଙ୍କ ସାଥ ଦେଇ ନଥିଲେ। ଶେଷରେ ସେ ମଧ୍ୟ ୩୦ ରନ୍‌ କରି ୱାଶିଂଟନ ସୁନ୍ଦରଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଶେଷ ଭାଗରେ କୁଲଦୀପ ଯାଦବ ୧୨ ଓ ଲକି ଫର୍ଗୁସନ ଅପାରିଜ ୧୯ ରନ୍‌ କରିବାରୁ ଦଳ ୮୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos