କ୍ୟୁବା ବକ୍ସରଙ୍କଠାରୁ ହାରି ଅଲିମ୍ପିକ୍‌ରୁ ବାଦ୍‌ ପଡିଲେ ଶିବ ଥାପ୍ପା

ରିଓ ଡି ଜେନେରିଓ: ୫୬ କେଜି ପୁରୁଷ ବେଣ୍ଟମ୍‌ ୱେଟ୍‌ ପ୍ରତିଯୋଗିତାରେ କ୍ୟୁବାର ବକ୍ସର ରୋବେଇଶି ରାମିରେଜ୍‌ଙ୍କଠାରୁ ଆଜି ପରାଜିତ ହୋଇଛନ୍ତି ଭାରତୀୟ ବକ୍ସର ଶିବ ଥାପ୍ପା। ଏହାସହ ସେ ଏହି ବିଶ୍ୱ କ୍ରୀଡା ମହାକୁମ୍ଭରୁ ମଧ୍ୟ ବାଦ୍‌ ପଡିଛନ୍ତି।

ପ୍ରତିଯୋଗିତାର ଆରମ୍ଭରୁ ହିଁ ଶିବ ଚାପରେ ଥିଲେ। ତାଙ୍କ ଉପରେ ଲାଗାତର ଭାବେ ଚାପ ପକାଇଥିଲେ କ୍ୟୁବାର ବକ୍ସର ରୋବେଇଶି ରାମିରେଜ୍‌। ସେ ରାମିରେଜ୍‌ଠାରୁ ୩୦-୨୬ ମାର୍ଜିନ୍‌ରେ ପରାଜିତ ହୋଇଥିଲେ।