ମେଲବର୍ଣ୍ଣରେ ଚମକିଲେ ଚହଲ, ଭାରତ ଆଗରେ ୨୩୧ ରନ୍‌ର ଟାର୍ଗେଟ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ତଥା ସିରିଜ୍‌ର ନିର୍ଣ୍ଣାୟକ ମ୍ୟାଚ୍‌ରେ ଚମକିଛନ୍ତି ରିଷ୍ଟ ସ୍ପିନର ୟୁଜବେନ୍ଦର ଚହଲ। ଚହଲ ଆଜି ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳୁଥିବା ବେଳେ ଅଷ୍ଟ୍ରେଲିଆ ବ୍ୟାଟିଂ ଲାଇନ୍‌ଅପ୍‌କୁ ଚୂରମାର କରି ଦେଇଛନ୍ତି। ଚହଲଙ୍କ ୬ ୱିକେଟ୍‌ ସଫଳତା ଯୋଗୁ ଅଷ୍ଟ୍ରେଲିଆ ତୃତୀୟ ଦିନିକିଆରେ ୪୮.୪ ଓଭରରେ ମାତ୍ର ୨୩୦ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି। ଫଳରେ ମ୍ୟାଚ୍‌ ତଥା ସିରିଜ୍‌ ଜିତିବାକୁ ଭାରତ ଆଗରେ ୨୩୧ ରନ୍‌ର ଟାର୍ଗେଟ ରହିଛି। ଅଷ୍ଟ୍ରେଲିଆ […]

a3

a3

Hemant Lenka
  • Published: Friday, 18 January 2019
  • Updated: 18 January 2019, 12:35 PM IST

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ତଥା ସିରିଜ୍‌ର ନିର୍ଣ୍ଣାୟକ ମ୍ୟାଚ୍‌ରେ ଚମକିଛନ୍ତି ରିଷ୍ଟ ସ୍ପିନର ୟୁଜବେନ୍ଦର ଚହଲ। ଚହଲ ଆଜି ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳୁଥିବା ବେଳେ ଅଷ୍ଟ୍ରେଲିଆ ବ୍ୟାଟିଂ ଲାଇନ୍‌ଅପ୍‌କୁ ଚୂରମାର କରି ଦେଇଛନ୍ତି।

ଚହଲଙ୍କ ୬ ୱିକେଟ୍‌ ସଫଳତା ଯୋଗୁ ଅଷ୍ଟ୍ରେଲିଆ ତୃତୀୟ ଦିନିକିଆରେ ୪୮.୪ ଓଭରରେ ମାତ୍ର ୨୩୦ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି। ଫଳରେ ମ୍ୟାଚ୍‌ ତଥା ସିରିଜ୍‌ ଜିତିବାକୁ ଭାରତ ଆଗରେ ୨୩୧ ରନ୍‌ର ଟାର୍ଗେଟ ରହିଛି।

ଅଷ୍ଟ୍ରେଲିଆ ପକ୍ଷରୁ ପିଟର ହ୍ୟାଣ୍ଡସ୍କମ୍ବ ୫୮ ରନ୍‌ର ଇନିଂସ୍‌ ଖେଳିଛନ୍ତି। ଭାରତ ପକ୍ଷରୁ ଚହଲ ସର୍ବାଧିକ ୬ଟି ୱିକେଟ୍‌ ନେଇଥିବା ବେଳେ ଭୁବନେଶ୍ୱର କୁମାର ‌ଓ ମହମ୍ମଦ ଶାମି ୨ଟି ଲେଖାଏ ୱିକେଟ୍‌ ନେଇଛନ୍ତି।

ମେଲବର୍ଣ୍ଣ ପଡ଼ିଆରେ ଟସ୍‌ ଜିତି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ପ୍ରଥମ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଅଷ୍ଟ୍ରେଲିଆର ସ୍କୋର ୮ ଥିବା ବେଳେ ଓପନର ଆଲେକ୍ସ କେରୀଙ୍କୁ ଆଉଟ୍‌ କରି ଦଳକୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେ ଆରୋନ୍‌ ଫିଞ୍ଚ କ୍ରମାଗତ ତୃତୀୟ ଥର ପାଇଁ ସିରିଜ୍‌ରେ ଭୁବନେଶ୍ୱର କୁମାରଙ୍କ ଶିକାର ହୋଇଥିଲେ।

ମାତ୍ର ୨୭ ରନ୍‌ରେ ଦୁଇଟି ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିବା ଅଷ୍ଟ୍ରେଲିଆର ସ୍ଥିତକୁ କିଛି ସମୟ ପାଇଁ ଦୁଇ ଭେଟରାନ୍‌ ଶନ୍‌ ମାର୍ଶ ଓ ଉସ୍‌ମାନ ଖ୍ୱାଜା ସମ୍ଭାଳିଥିଲେ। ଉଭୟ ଦଳୀୟ ସ୍କୋରକୁ ୧୦୦ରେ ପହଞ୍ଚାଇ ଦୃଢ଼ ମୂଳଦୂଆ ପକାଇଥିଲେ। କିନ୍ତୁ ଏହି ସମୟରେ ଆରମ୍ଭ ହୋଇଥିଲା ଚହଲ ଚମକ।

ଚହଲ ନିଜର ପ୍ରଥମ ଓଭର୍‌ର ପ୍ରଥମ ବଲ୍‌ରେ ଶନ୍‌ ମାର୍ଶ(୩୯) ଓ ୪ର୍ଥ ବଲ୍‌ରେ ଖ୍ୱାଜା(୩୪)ଙ୍କୁ ଆଉଟ୍‌ କରି ଅଷ୍ଟ୍ରେଲିଆକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଏହାପରେ ମାର୍କସ୍‌ ଷ୍ଟୋଇନିସ୍‌(୧୦) ଚହଲଙ୍କ ତୃତୀୟ ଶିକାର ବନିଥିଲେ। ଦ୍ରୁତ ଗତରେ ରନ୍‌ ସଂଗ୍ରହ କରିବା ଲକ୍ଷ୍ୟରେ ପଡ଼ିଆକୁ ଆସିଥିବା ଗ୍ଲେନ୍‌ ମ୍ୟାକ୍ସୱେଲ(୨୬)ଙ୍କୁ ମହମ୍ମଦ ଶାମି ଆଉଟ୍‌ କରି ଭାରତକୁ ମ୍ୟାଚ୍‌ରେ ଆଗୁଆ କରିଦେଇଥିଲେ।

ଗୋଟିଏ ପଟେ ଜଣଙ୍କ ପରେ ଜଣେ ବ୍ୟାଟସ୍‌ମ୍ୟାନ୍‌ ଆଉଟ୍‌ ହେଉଥିଲେ ହେଁ ହ୍ୟାଣ୍ଡସ୍କମ୍ବ ଅଷ୍ଟ୍ରେଲିଆ ପାଇଁ ରନ୍‌ ସଂଗ୍ରହ କରି ଚାଲିଥିଲେ। ଇତି ମଧ୍ୟରେ ସେ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ।

ଚହଲ ପୁଣିଥରେ ବୋଲିଂ କରିବାକୁ ଆସି ନିଜର ଜଲୱା ଦେଖାଇଥିଲେ। ପ୍ରଥମେ ସେ ଜେ ରିଚାର୍ଡସନ୍‌(୧୬)ଙ୍କୁ ଆଉଟ୍‌ କରିଥିଲେ। ଏହାପରେ ଭଲ ବ୍ୟାଟିଂ କରୁଥିବା ହ୍ୟାଣ୍ଡସ୍କମ୍ବ(୫୮)ଙ୍କୁ ଆଉଟ୍‌ କରି ଫାଇପର ହାସଲ କରିଥିଲେ। ତେବେ ଚହଲ ୫ଟି ୱିକେଟ୍‌ରେ ସନ୍ତୁଷ୍ଟ ନଥିଲେ। ନିଜର ଅନ୍ତିମ ଓଭର୍‌ରେ ଚହଲ ଆଡାମ ଜାମ୍ପାଙ୍କୁ ଆଉଟ୍‌ କରି ମ୍ୟାଚ୍‌ରେ ୬ଟି ୱିକେଟ୍‌ ଦଖଲ କରିଥିଲେ।

ଏହା ତାଙ୍କ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ। ଶେଷ ୱିକେଟ୍‌ ଭାବେ ଶାମି ଟେଲେଣ୍ଡର ବିଲ୍ଲୀ ଷ୍ଟାଙ୍କଲେକଙ୍କୁ ଆଉଟ୍‌ କରି ଅଷ୍ଟ୍ରେଲିଆ ଇନିଂସ୍‌ରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ।

ଭାରତ ଆଜି ଯାଏ କେବେ ହେଲେ ଅଷ୍ଟ୍ରେଲିଆରେ ଦ୍ୱିପାକ୍ଷିକ ସିରିଜ୍‌ ଜିତିନାହିଁ। ତେଣୁ ଏଥର ଏହି ମ୍ୟାଚ୍‌କୁ ଜିତି ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story