ଅଧିନାୟକତ୍ୱ ଛାଡ଼ିବା ପରେ ଏହି କାରଣରୁ ଟିମ୍‌ରୁ ବାଦ୍‌ ପଡ଼ିଲେ ଗମ୍ଭୀର, ନୂଆ କ୍ୟାପ୍ଟେନ୍‌ କଲେ ଖୁଲାସା

  ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ କେକେଆର୍‌କୁ ୫୫ରନରେ ପରାସ୍ତ କରିବା ପରେ ଦିଲ୍ଲୀର ମନବଳ ବୃଦ୍ଧି ପାଇଛି। ନୂଆ କରି ଦିଲ୍ଲୀର ନେତୃତ୍ୱ ନେଇଥିବା ଶ୍ରୀୟସ ଆୟରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ ପ୍ରତିଯୋଗିତାର ଦ୍ୱିତୀୟ ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ ପୂର୍ବରୁ ଗମ୍ଭୀର ଅଧିନାୟକତ୍ୱ ଛାଡ଼ିବା ପରେ ଶ୍ରେୟସ ଆୟରଙ୍କୁ ନେତୃତ୍ୱ ମିଳିଥିଲା। ଏହାସହ ଏହି ମ୍ୟାଚ୍‌ରେ ମଧ୍ୟ ଗମ୍ଭୀର ଟିମ୍‌ ଇଲେଭେନ୍‌ରୁ ବାଦ ପଡ଼ିଥିଲେ। କଣ ପାଇଁ ଗମ୍ଭୀର ଦଳରୁ ବାଦ ହେଲେ […]

Gambhi

Gambhi

Rakesh Mallick
  • Published: Saturday, 28 April 2018
  • Updated: 28 April 2018, 04:46 PM IST

Sports

Latest News

 

ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ କେକେଆର୍‌କୁ ୫୫ରନରେ ପରାସ୍ତ କରିବା ପରେ ଦିଲ୍ଲୀର ମନବଳ ବୃଦ୍ଧି ପାଇଛି। ନୂଆ କରି ଦିଲ୍ଲୀର ନେତୃତ୍ୱ ନେଇଥିବା ଶ୍ରୀୟସ ଆୟରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ ପ୍ରତିଯୋଗିତାର ଦ୍ୱିତୀୟ ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ ପୂର୍ବରୁ ଗମ୍ଭୀର ଅଧିନାୟକତ୍ୱ ଛାଡ଼ିବା ପରେ ଶ୍ରେୟସ ଆୟରଙ୍କୁ ନେତୃତ୍ୱ ମିଳିଥିଲା। ଏହାସହ ଏହି ମ୍ୟାଚ୍‌ରେ ମଧ୍ୟ ଗମ୍ଭୀର ଟିମ୍‌ ଇଲେଭେନ୍‌ରୁ ବାଦ ପଡ଼ିଥିଲେ। କଣ ପାଇଁ ଗମ୍ଭୀର ଦଳରୁ ବାଦ ହେଲେ ଏହାର ଖୁଲାସା ନିଜେ ଅଧିନାୟକ କରିଛନ୍ତି। ମ୍ୟାଚ୍‌ ପରେ ସାମ୍ବାଦିକ ସମ୍ମଳନୀରେ ଶ୍ରେୟସ କହିଛନ୍ତି, ଗମ୍ଭୀର ଟିମ୍‌ ଇଲେଭେନ୍‌ରେ ସାମିଲ ନ ହେବା ନିଷ୍ପତ୍ତି ସେ ନିଜେ ନେଇଥିଲେ। ଦଳର ନେତୃତ୍ୱ ଛାଡ଼ିବା ପରେ ଗମ୍ଭୀର କୋଲକାତା ବିପକ୍ଷ ମ୍ୟାଚ୍‌ରେ ଟିମ୍‌ ଇଲେଭେନ୍‌ରେ ସାମିଲ ହେବେନି ବୋଲି କହିଥିଲେ।

ଆପଣକୁ ଜଣାଇଦେବାକୁ ଚାହୁଁଛୁ  ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨୧୯ ରନ କରିଥିଲା। ୨୨୦ ରନ୍‌ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା କୋଲକାତାକୁ ଆରମ୍ଭରୁ ଲାଗିଥିଲା ଝଟକା। ଦଳୀୟ ସ୍କୋର ୧୯ ଥିବା ବେଳେ ଟିମ୍‌ ପ୍ରଥମ ୱିକେଟ ହରାଇଥିଲା। ୬ ଓଭର ଶେଷ ବେଳକୁ ଦଳର ପ୍ରମୁଖ ୪ ଜଣ ଖେଳାଳି ଆଉଟ୍‌ ହୋଇଯାଇଥିଲେ। ସୁବମନ୍‌ ଗିଲ ଏବଂ ଆଣ୍ଡ୍ରୁ ରସେଲ ଦିଲ୍ଲୀ ବୋଲରଙ୍କୁ କିଛିଟା ପ୍ରତିରୋଧ କରିଥିଲେ। ଗିଲ୍‌ ୨୯ ବଲ୍‌ ଖେଳି ଗୋଟିଏ ଛକା ଓ ୩ଟି ଚୌକା ସହ ୩୭ ରନ୍‌ କରିଥିଲେ। ସେହିପରି ରସେଲ୍‌ ୩୦ ବଲ୍‌ର ସମ୍ମୁଖୀନ ହୋଇ ୪ ଛକା ଓ ୩ ଚୌକା ସହାୟତାରେ ୪୪ ରନ୍‌ କରିଥିଲେ। ଦଳ ପକ୍ଷରୁ ୬ ଜଣ ଖେଳାଳି ଦୁଇଅଙ୍କ ଛୁଇଁପାରି ନଥିଲେ। ଦଳ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୬୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos