ଆଇପିଏଲ୍‌-୧୧: ଏହି ଖେଳାଳିଙ୍କ ନେତୃତ୍ୱରେ ରାଜସ୍ଥାନ ଟିମ୍‌ ଓହ୍ଲାଇବ ପଡ଼ିଆକୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ୍‌ର ୧୧ତମ ସଂସ୍କରଣ ପାଇଁ ରାଜସ୍ଥାନ ରୟାଲ୍ସ ଟିମ୍‌ର ଅଧିନାୟକ ନିଯୁକ୍ତ ହୋଇଛନ୍ତି ଅଷ୍ଟ୍ରେଲିଆ ଖେଳାଳି ଷ୍ଟଭ୍‌ ସ୍ମିଥ୍‌। ପୂର୍ବରୁ ସ୍ମିଥ ୨୦୧୪ ଓ ୨୦୧୫ ମସିହାରେ ରାଜସ୍ଥାନ ଟିମ୍‌ରେ ସାମିଲ ଥିଲେ। ଫଳରେ ୨୦୧୮ ଆଇପିଏଲରେ ସ୍ମିଥଙ୍କୁ ରାଜସ୍ଥାନ ରିଟେନ୍‌ କରିଛି। ଗତ ଆଇପିଏଲରେ ସ୍ମିଥଙ୍କ ଅଧିନାୟକତ୍ୱରେ ପୁଣେ ଟିମ୍‌ ଫାଇନାଲରେ ପହଞ୍ଚିଥିଲା। ଯେଉଁଥିରେ ସ୍ମିଥ ୧୫ଟି ମ୍ୟାଚ୍‌ ଖେଳି ୪୭୨ ରନ କରିଥିଲେ। ସ୍ମିଥଙ୍କୁ ରାଜସ୍ଥାନ ଟିମର ନେତୃତ୍ୱ ଭାର ଦିଆଯାଇଥିବାରୁ […]

rajasthan-royals-silence

rajasthan-royals-silence

Rakesh Mallick
  • Published: Sunday, 25 February 2018
  • Updated: 25 February 2018, 11:49 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ୍‌ର ୧୧ତମ ସଂସ୍କରଣ ପାଇଁ ରାଜସ୍ଥାନ ରୟାଲ୍ସ ଟିମ୍‌ର ଅଧିନାୟକ ନିଯୁକ୍ତ ହୋଇଛନ୍ତି ଅଷ୍ଟ୍ରେଲିଆ ଖେଳାଳି ଷ୍ଟଭ୍‌ ସ୍ମିଥ୍‌। ପୂର୍ବରୁ ସ୍ମିଥ ୨୦୧୪ ଓ ୨୦୧୫ ମସିହାରେ ରାଜସ୍ଥାନ ଟିମ୍‌ରେ ସାମିଲ ଥିଲେ। ଫଳରେ ୨୦୧୮ ଆଇପିଏଲରେ ସ୍ମିଥଙ୍କୁ ରାଜସ୍ଥାନ ରିଟେନ୍‌ କରିଛି। ଗତ ଆଇପିଏଲରେ ସ୍ମିଥଙ୍କ ଅଧିନାୟକତ୍ୱରେ ପୁଣେ ଟିମ୍‌ ଫାଇନାଲରେ ପହଞ୍ଚିଥିଲା। ଯେଉଁଥିରେ ସ୍ମିଥ ୧୫ଟି ମ୍ୟାଚ୍‌ ଖେଳି ୪୭୨ ରନ କରିଥିଲେ। ସ୍ମିଥଙ୍କୁ ରାଜସ୍ଥାନ ଟିମର ନେତୃତ୍ୱ ଭାର ଦିଆଯାଇଥିବାରୁ ସେ ଖୁସି ଜାହିର କରିଛନ୍ତି। ଏହାସହ ରାଜସ୍ଥାନ ଟିମର ମେଣ୍ଟର ସେନ୍‌ ୱାର୍ଣ୍ଣ ଥିବାରୁ ତାଙ୍କ ସହ କାମ କରିବାକୁ ସୁଯୋଗ ମିଳିବ ବୋଲି ସ୍ମିଥ କହଛନ୍ତି।

ଅନ୍ୟପଟେ ଆଇପିଏଲରେ ଏଥର ରାଜସ୍ଥାନ ଆକ୍ରମଣାତ୍ମକ କ୍ରିକେଟ୍‌ ଖେଳିବ ଓ ୨୦୧୮ ଆଇପିଏଲ ବେଶ ରୋମାଞ୍ଚକର ହେବ ବୋଲି ସେନ ୱାର୍ଣ୍ଣ କହିଛନ୍ତି। ରାଜସ୍ଥାନ ରୟାଲ୍ସ ପକ୍ଷରୁ କୁହାଯାଇଛି ଯେ ଏଥର ଟିମରେ ଅଧିନାୟକ କିଏ ହେବ ଏହାକୁ ଚୟନ କରିବା ସହଜ ନଥିଲା। ଅଧିନାୟକ ଦାବିଦାର ଭାବେ ସ୍ମିଥଙ୍କ ବ୍ୟତୀତ ରାହାଣେ ଓ ବେନ୍‌ ଷ୍ଟୋକ୍ସ ମଧ୍ୟ ଥିଲେ। ଆଇପିଏଲର ୧୧ତମ ସଂସ୍କରଣ ଏପ୍ରିଲ ୭ ତାରିଖ ଠାରୁ ଆରମ୍ଭ ହେଉଥିବା ବେଳେ ରାଜସ୍ଥାନ ତାର ପ୍ରଥମ ମ୍ୟାଚ୍‌ ୯ ଏପ୍ରିଲକୁ ହାଇଦ୍ରାବାଦ ବିପକ୍ଷରେ ଖେଳିବ। ଏହାପରେ ୧୧ ଏପ୍ରିଲକୁ ରାଜସ୍ଥାନ ଜୟପୁରରେ ଦ୍ୱିତୀୟ ମ୍ୟାଚ୍‌ ଦିଲ୍ଲୀ ବିପକ୍ଷରେ ଖେଳିବ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos