ଟି-୨୦ ଅଧିନାୟକ ହେଲେ ସ୍ମୃତି ମନ୍ଧାନା

ନୂଆଦିଲ୍ଲୀ: କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରୁଥିବା ଟିମ୍‌ ଇଣ୍ଡିଆ ମହିଳା ଦଳର ଓପନ୍‌ର ସ୍ମୃତି ମନ୍ଧାନାଙ୍କୁ ଆଜି ବିସିସିଆଇ ଟି-୨୦ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଛି। ସେ ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଟିମ୍‌ର ନେତୃତ୍ୱ ନେବେ। ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ ଆସନ୍ତା ୪ ତାରିଖରୁ ହେବ। ଦଳର ନିୟମିତ ଅଧିନାୟକ ହରମନ୍‌ପ୍ରୀତ କୌର ଆହତ ଥିବାରୁ ତାଙ୍କ ବଦଳରେ ମନ୍ଧାନାଙ୍କୁ ଏହିତ ଗୁରୁ ଦାୟିତ୍ୱ ଦିଆଯାଇଛି। ମନ୍ଧାନା ପ୍ରଥମଥର […]

sm

sm

Hemant Lenka
  • Published: Monday, 25 February 2019
  • Updated: 25 February 2019, 10:56 PM IST

Sports

Latest News

ନୂଆଦିଲ୍ଲୀ: କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରୁଥିବା ଟିମ୍‌ ଇଣ୍ଡିଆ ମହିଳା ଦଳର ଓପନ୍‌ର ସ୍ମୃତି ମନ୍ଧାନାଙ୍କୁ ଆଜି ବିସିସିଆଇ ଟି-୨୦ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଛି। ସେ ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଟିମ୍‌ର ନେତୃତ୍ୱ ନେବେ। ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ ଆସନ୍ତା ୪ ତାରିଖରୁ ହେବ।

ଦଳର ନିୟମିତ ଅଧିନାୟକ ହରମନ୍‌ପ୍ରୀତ କୌର ଆହତ ଥିବାରୁ ତାଙ୍କ ବଦଳରେ ମନ୍ଧାନାଙ୍କୁ ଏହିତ ଗୁରୁ ଦାୟିତ୍ୱ ଦିଆଯାଇଛି। ମନ୍ଧାନା ପ୍ରଥମଥର ପାଇଁ ତାଙ୍କ କ୍ରିକେଟ କ୍ୟାରିୟରରେ ଅଧିନାୟକ ହେବାର ଗୌରବ ଅର୍ଜନ କରିଛନ୍ତି।

ବିସିସିଆଇ ଇଂଲଣ୍ଡ ବିପକ୍ଷ ଦିନିକିଆ ସ୍କ୍ୱାଡରେ ହରମନପ୍ରୀତ କୌରଙ୍କୁ ସାମିଲ କରିଥିଲା। ହେଲେ ଆଣ୍ଠୁ ଜନିତ ସମସ୍ୟା ଯୋଗୁ ସେ ପୂରା ସିରିଜ୍‌ରୁ ବାଦ୍‌ ପଡ଼ିଥିଲେ। ଆଶା କରାଯାଉଥିଲା ସେ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ କମ୍‌ବ୍ୟାକ୍‌ କରିବେ। କିନ୍ତୁ ଏବେ ବି ତାଙ୍କ ଆହତ ସମସ୍ୟା ଗୁରୁତର ରହିଛି। ତେଣୁ ବିସିସିଆଇ ତାଙ୍କ ବଦଳରେ ମନ୍ଧାନାଙ୍କୁ ମହିଳା ଦଳର ଅଧିନାୟକ କରିଛି।

ଆଜି ଟି-୨୦ ପାଇଁ ଘୋଷଣା ହୋଇଥିବା ୧୫ ଜଣିଆ ସ୍କ୍ୱାଡରେ ଦିନିକିଆ ଦଳର ଅଧିନାୟକ ମିତାଲି ରାଜ ରହିଛନ୍ତି। ସେହିପରି ନ୍ୟୁଜିଲ୍ୟାଣ୍ଡ ସିରିଜ୍‌ରୁ ବାଦ ପଡ଼ିଥିବା ଭେଦା କ୍ରିଷ୍ଣାମୂର୍ତ୍ତି ଓ ପ୍ରିୟା ପୁନିଆ ଏହି ସିରିଜ୍‌ରେ କମ୍‌ବ୍ୟାକ୍‌ କରିଛନ୍ତି।

ଦଳରେ ଭାରତୀ ଫୁଲମାଲି ଓ କୋମଲ ଜାନଜାଦ ନୂଅ ମୁହଁ ଭାବେ ଏଥର ସ୍ଥାନ ପାଇଛନ୍ତି। ଦିନିକିଆ ଟିମ୍‌ରେ କୌରଙ୍କ ବଦଳରେ ସ୍ଥାନ ପାଇଥିବା ହାରଲୀନ ଦେୱଲଙ୍କୁ ଖରାପ ପ୍ରଦର୍ଶନ ପାଇଁ ଟି-୨୦ ସିରିଜ୍‌କୁ ବାଦ୍‌ ଦିଆଯାଇଛି।

ଭାରତ ଓ ଇଂଲଣ୍ଡ ମଧ୍ୟରେ ମାର୍ଚ୍ଚ ୪, ୭ ଓ ୯ରେ ୩ଟି ଟି-୨୦ ମ୍ୟାଚ୍‌ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story