ସୋସିଆଲ ମିଡିଆରେ ଗୋପନ ତଥ୍ୟ ଲିକ୍‌

ରାଞ୍ଚି: ସୋସିଆଲ ମିଡିଆରେ ଧୋନୀଙ୍କ ଆଧାରକାର୍ଡ ସମ୍ପର୍କିତ ତଥ୍ୟ । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଆଧର କାର୍ଡ ସମ୍ପର୍କିତ ତଥ୍ୟ ପବ୍ଲିକରେ ଲିକ୍‌ ହୋଇଯିବା ପରେ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ମଙ୍ଗଳବାର ଧୋନୀଙ୍କ ପତ୍ନୀ  ଟ୍ୱିଟ୍‌ କରି ଏହି ସୂଚନା ଦେବାପରେ କେନ୍ଦ୍ରମନ୍ତ୍ରୀ ରବିଶଂକର ପ୍ରସାଦ ଏହା ଉପରେ ଟ୍ୱିଟର ମାଧ୍ୟମରେ ଉତ୍ତର ରଖିଥିଲେ । ଅନ୍ୟପଟେ ଆଜି  ସମ୍ପୃକ୍ତ ଏଜେନ୍ସି ଉପରେ ସରକାର ୧୦ବର୍ଷର ବ୍ୟାନ୍‌ ଲଗାଇଛନ୍ତି । ଏହାସହ ସୋସିଆଲ୍‌ ମିଡିଆରେ ତଥ୍ୟ ଲିକ୍‌ କରିଥିବା ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର କହିଛନ୍ତି ।