ସୟଦ ମୋଦି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତର ସୌରଭ

ଲକ୍ଷ୍ନୌ: ସୟଦ ମୋଦି ଇଣ୍ଟରନ୍ୟାଶନାଲ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଫାଇନାରେ ପ୍ରବେଶ କରିଛନ୍ତି ଭାରତୀୟ ଶଟଲର ସୌରଭ ବର୍ମା। ଏଠାରେ ଆୟୋଜିତ ସେମିଫାଇନାଲ ମୁକାବିଲାରେ ସୌରଭଙ୍କ ମୁକାବିଲା କୋରିଆର ହେଓ କୱାଙ୍ଗ ହେଙ୍କ ସହ ହୋଇଥିଲା।  ତେବେ ସୌରଭ ଏହି ମ୍ୟାଚ୍‌କୁ ୨-୧ରେ ବାଜିମାତ କରି ଫାଇନାଲ ଟିକେଟ ହାସଲ କରି ନେଇଛନ୍ତି। ଆଜିର ମ୍ୟାଚ୍ କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଥିଲା। ମ୍ୟାଚ୍‌ ଆରମ୍ଭ ପରେ ଏହା ସତ ପ୍ରମାଣିତ ହୋଇ ଥିଲା। ତେବେ ସୌରଭ […]

dd

dd

Hemant Lenka
  • Published: Saturday, 30 November 2019
  • Updated: 30 November 2019, 09:28 PM IST

Sports

Latest News

ଲକ୍ଷ୍ନୌ: ସୟଦ ମୋଦି ଇଣ୍ଟରନ୍ୟାଶନାଲ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଫାଇନାରେ ପ୍ରବେଶ କରିଛନ୍ତି ଭାରତୀୟ ଶଟଲର ସୌରଭ ବର୍ମା। ଏଠାରେ ଆୟୋଜିତ ସେମିଫାଇନାଲ ମୁକାବିଲାରେ ସୌରଭଙ୍କ ମୁକାବିଲା କୋରିଆର ହେଓ କୱାଙ୍ଗ ହେଙ୍କ ସହ ହୋଇଥିଲା।  ତେବେ ସୌରଭ ଏହି ମ୍ୟାଚ୍‌କୁ ୨-୧ରେ ବାଜିମାତ କରି ଫାଇନାଲ ଟିକେଟ ହାସଲ କରି ନେଇଛନ୍ତି।

ଆଜିର ମ୍ୟାଚ୍ କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଥିଲା। ମ୍ୟାଚ୍‌ ଆରମ୍ଭ ପରେ ଏହା ସତ ପ୍ରମାଣିତ ହୋଇ ଥିଲା। ତେବେ ସୌରଭ ପ୍ରଥମ ସେଟକୁ ୨୧-୧୭ରେ ଜିତି ନେଇ ମ୍ୟାଚ୍‌ରେ ୧-୦ରେ ଆଗୁଆ ହୋଇଯାଇଥିଲେ।

ଦ୍ୱିତୀୟ ସେଟରେ କୱାଙ୍ଗ ଜବରଦସ୍ତ କମବ୍ୟାକ କରିଥିଲେ। ସେ ଏହି ସେଟରେ ଘନଘନ ଆକ୍ରମଣ କରି ସୌରଭଙ୍କୁ ୧୬-୨୧ରେ ପରାସ୍ତ କରି ଦେଇଥିଲେ। ତୃତୀୟ ତଥା ନିର୍ଣ୍ଣାୟକ ସେଟରେ ଅସଲ ଲଢ଼େଇ ଦେଖିବାକୁ ମିଳିଥିଲା। ଏହି ସେଟ୍‌ରେ ଉଭୟ ଖେଳାଳି ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। ଶେଷରେ ସୌରଭ ୨୧-୧୮ରେ କୱାଙ୍ଗଙ୍କୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟର ଫାଇନାଲ ଟିକେଟ ହାସଲ କରିଥିଲେ।

ଏବେ ସୌରଭ ଫାଇନାଲରେ ବିଶ୍ୱର ୮ନଂ ଶଟଲର ତଥା ତାଇୱାନ ଖେଳାଳି ୱାଙ୍ଗ ତୁଜ ୱେଙ୍କ ସହ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos