ଭିଏତନାମ ଫାଇନାଲରେ ଭାରତର ସୌରଭ ବର୍ମା

ହୋ ଚି ମିନ୍ ସିଟି: ଭାରତୀୟ ଶଟଲର୍ ସୌରଭ ବର୍ମା ଚଳିତ ଭିଏତନାମ୍ ଓପନ୍ ବିଡବ୍ଲ୍ୟୁଏଫ୍ ସୁପର୍-୧୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଖେଳାଯାଇଥିବା ସେମିଫାଇନାଲରେ ଦ୍ୱିତୀୟ ସିଡ୍ ସୌରଭ ଜାପାନର ମିନୋରୁ କୋଗାଙ୍କୁ ପରାସ୍ତ କରିଛନ୍ତି। ଗତମାସରେ ହାଇଦ୍ରାବାଦ ଓପନ ଜିତିଥିବା ସୌରଭ ଆଜିର ମୁକାବିଲାରେ ସମସ୍ତଙ୍କ ଫଭରାଇଟ୍‌ ଥିଲେ। ମ୍ୟାଚ୍‌ ଆରମ୍ଭରୁ ହିଁ ସୌରଭ ନିଜର ଦବଦବା ଦେଖାଇଥିଲେ। ମିନୋରୁ କମ୍‌ବ୍ୟାକ୍‌ କରିବାକୁ ଚେଷ୍ଟା କରିଥିଲେ ହେଁ ସୌରଭ […]

ef

ef

Hemant Lenka
  • Published: Saturday, 14 September 2019
  • Updated: 14 September 2019, 06:28 PM IST

Sports

Latest News

ହୋ ଚି ମିନ୍ ସିଟି: ଭାରତୀୟ ଶଟଲର୍ ସୌରଭ ବର୍ମା ଚଳିତ ଭିଏତନାମ୍ ଓପନ୍ ବିଡବ୍ଲ୍ୟୁଏଫ୍ ସୁପର୍-୧୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି।

ଶନିବାର ଖେଳାଯାଇଥିବା ସେମିଫାଇନାଲରେ ଦ୍ୱିତୀୟ ସିଡ୍ ସୌରଭ ଜାପାନର ମିନୋରୁ କୋଗାଙ୍କୁ ପରାସ୍ତ କରିଛନ୍ତି। ଗତମାସରେ ହାଇଦ୍ରାବାଦ ଓପନ ଜିତିଥିବା ସୌରଭ ଆଜିର ମୁକାବିଲାରେ ସମସ୍ତଙ୍କ ଫଭରାଇଟ୍‌ ଥିଲେ। ମ୍ୟାଚ୍‌ ଆରମ୍ଭରୁ ହିଁ ସୌରଭ ନିଜର ଦବଦବା ଦେଖାଇଥିଲେ। ମିନୋରୁ କମ୍‌ବ୍ୟାକ୍‌ କରିବାକୁ ଚେଷ୍ଟା କରିଥିଲେ ହେଁ ସୌରଭ ତାଙ୍କୁ କୌଣସି ସୁଯୋଗ ଦେଇନଥିଲେ। ତଥାପି ପ୍ରଥମେ ସେଟ୍‌ରେ ମିନୋରୁ କିଛି ମାତ୍ରାରେ ସୌରଭଙ୍କୁ ଟକ୍କର ଦେଇଥିଲେ। କିନ୍ତୁ ସୌରଭ ଏହି ସେଟ୍‌କୁ ୨୨-୨୦ରେ ଜିତି ନେଇଥିଲେ। ଦ୍ୱିତୀୟ ସେଟ୍‌ରେ ସୌରଭ ଆରମ୍ଭରୁ ଘନଘନ ଆକ୍ରମଣ କରିଥିଲେ। ଏହି ସେଟ୍‌ଟିକୁ ମଧ୍ୟ ସେ ୨୧-୧୫ରେ ଶେଷ କରି ଫାଇନାଲ ଟିକେଟ୍‌ ହାସଲ କରିଥିଲେ।

ଏହପୂର୍ବରୁ ସୌରଭ ସ୍ଲୋଭାନିଆନ୍‌ ଇଣ୍ଟରନ୍ୟାଶନାଲ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ମିନୋରୁଙ୍କୁ ପରାସ୍ତ କରିଥିଲେ। ଏବେ ସୌରଭ ଫାଇନାଲରେ ଚାଇନାର ସନ ଫେଇ ଜିଆଙ୍ଗକୁ ଭେଟିବେ।
କ୍ୱାର୍ଟରଫାଇନାଲରେ ସୌରଭ ଭିଏତନାମର ତିଏନ ମିନ୍ ଗୁୟେନଙ୍କୁ ସିଧାସଳଖ ୨୧-୧୩ ଓ ୨୧-୧୮ରେ ପରାସ୍ତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos