ଇଂଲଣ୍ଡକୁ ହରାଇ ରଗବି ବିଶ୍ୱକପ ଜିତିଲା ଦକ୍ଷିଣ ଆଫ୍ରିକା

ୟୋକୋହାମା: ତୃତୀୟ ଥର ପାଇଁ ରଗବି ବିଶ୍ୱକପ ଜିତିଛି ଦକ୍ଷିଣ ଆଫ୍ରିକା। ଜାପାନରେ ଚାଲିଥିବା ରଗବି ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକା ପ୍ରତିପକ୍ଷ ଇଂଲଣ୍ଡକୁ ୩୨-୧୨ରେ ହରାଇ ଦେଇଛି। ଦକ୍ଷିଣ ଆଫ୍ରିକା ପାଇଁ ଶେଷ ୧୫ ମିନିଟ୍‌ରେ ୱିଙ୍ଗର୍ସ ମାକାଜୋଲେ ଓ ଚେସଲିନ୍‌ କୋଲବେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ହେଁ ଦଳର ଅନ୍ୟତମ ଖେଳାଳି ହାଣ୍ଡ୍ରେ ପୋଲାର୍ଡ ୬ଟି ପେନାଲଟିକୁ ପଏଣ୍ଟରେ ପରବର୍ତ୍ତନ କରି ବିଶ୍ୱକପ ଜିତିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦକ୍ଷିଣ ଆଫ୍ରିକା ଏହାପୂର୍ବରୁ […]

sv

sv

Hemant Lenka
  • Published: Saturday, 02 November 2019
  • Updated: 02 November 2019, 06:36 PM IST

Sports

Latest News

ୟୋକୋହାମା: ତୃତୀୟ ଥର ପାଇଁ ରଗବି ବିଶ୍ୱକପ ଜିତିଛି ଦକ୍ଷିଣ ଆଫ୍ରିକା। ଜାପାନରେ ଚାଲିଥିବା ରଗବି ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକା ପ୍ରତିପକ୍ଷ ଇଂଲଣ୍ଡକୁ ୩୨-୧୨ରେ ହରାଇ ଦେଇଛି। ଦକ୍ଷିଣ ଆଫ୍ରିକା ପାଇଁ ଶେଷ ୧୫ ମିନିଟ୍‌ରେ ୱିଙ୍ଗର୍ସ ମାକାଜୋଲେ ଓ ଚେସଲିନ୍‌ କୋଲବେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ହେଁ ଦଳର ଅନ୍ୟତମ ଖେଳାଳି ହାଣ୍ଡ୍ରେ ପୋଲାର୍ଡ ୬ଟି ପେନାଲଟିକୁ ପଏଣ୍ଟରେ ପରବର୍ତ୍ତନ କରି ବିଶ୍ୱକପ ଜିତିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଦକ୍ଷିଣ ଆଫ୍ରିକା ଏହାପୂର୍ବରୁ ୨୦୦୭ ଓ ୧୯୯୫ରେ ବିଶ୍ୱକପ ଜିତିଥିଲା। ୧୯୯୫ରେ ଦଳ ନ୍ୟୁଜିଲ୍ୟାଣ୍ଡକୁ ହରାଇଥିବା ବେଳେ ୨୦୦୭ରେ ଇଂଲଣ୍ଡକୁ ପରାସ୍ତ କରି ବିଶ୍ୱ ବିଜେତା ହୋଇଥିଲା।

ଇଂଲଣ୍ଡ ସେମି ଫାଇନାଲରେ ଶକ୍ତିଶାଳୀ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଥିବାରୁ ଫାଇନାଲରେ ଜୋରଦାର ଲଢ଼େଇ ହେବ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ଦଳ ମାତ୍ର ୧୨ ପଏଣ୍ଟ ହିଁ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଇଂଲଣ୍ଡ ଶେଷଥର ପାଇଁ ୨୦୦୩ରେ ଅଷ୍ଟ୍ରେଲିଆକୁ ହରାଇ ରଗବି ବିଶ୍ୱକପ ଜିତିଥିଲା।
https://twitter.com/i/status/1190592157775728641

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos