ଦକ୍ଷିଣ ଆଫ୍ରିକାକୁ ସିରିଜ୍‌ ବିଜୟ ଦେଲେ ରିଜା ଓ ରାସେଇ, ଶ୍ରୀଲଙ୍କା ପୁଣି ହାରିଲା

ସେଞ୍ଚୁରିଆନ୍‌: ଦିନିକିଆ ପରେ ଟି-୨୦ ସିରିଜ୍‌କୁ ମଧ୍ୟ ଆଗୁଆ କବଜା କରିଛି ଦକ୍ଷିଣ ଆଫ୍ରିକା। ପ୍ରଥମ ଟି-୨୦ରେ ଶ୍ରୀଲଙ୍କାକୁ ସୁପର ଓଭର୍‌ରେ ହରାଇଥିବା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦କୁ ମଧ୍ୟ ୧୬ ରନରେ ଜିତି ନେଇଛି। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ୩ଟିକି୍ଆ ଟି-୨୦ ସିରିଜ୍‌କୁ ଆଗୁଆ ୨-୦ରେ ଜିତି ନେଇଛି। ଦକ୍ଷିଣ ଆଫ୍ରିକାର ଏହି ବିଜୟରେ ରିଜା ହେନଡ୍ରିକ୍ସ ଓ ରାସେଇ ଭାନ ଡେର ଡୁସେନ୍‌ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଦକ୍ଷିଣ ଆଫ୍ରିକା […]

t

t

Hemant Lenka
  • Published: Saturday, 23 March 2019
  • Updated: 23 March 2019, 04:37 PM IST

Sports

Latest News

ସେଞ୍ଚୁରିଆନ୍‌: ଦିନିକିଆ ପରେ ଟି-୨୦ ସିରିଜ୍‌କୁ ମଧ୍ୟ ଆଗୁଆ କବଜା କରିଛି ଦକ୍ଷିଣ ଆଫ୍ରିକା। ପ୍ରଥମ ଟି-୨୦ରେ ଶ୍ରୀଲଙ୍କାକୁ ସୁପର ଓଭର୍‌ରେ ହରାଇଥିବା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦କୁ ମଧ୍ୟ ୧୬ ରନରେ ଜିତି ନେଇଛି।

ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ୩ଟିକି୍ଆ ଟି-୨୦ ସିରିଜ୍‌କୁ ଆଗୁଆ ୨-୦ରେ ଜିତି ନେଇଛି। ଦକ୍ଷିଣ ଆଫ୍ରିକାର ଏହି ବିଜୟରେ ରିଜା ହେନଡ୍ରିକ୍ସ ଓ ରାସେଇ ଭାନ ଡେର ଡୁସେନ୍‌ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୧୮୦ ରନ୍‌ କରିଥିବା ବେଳେ ଶ୍ରୀଲଙ୍କା ମାତ୍ର ୧୬୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଦକ୍ଷିଣ ଆଫ୍ରିକା ପକ୍ଷରୁ ହେନଡ୍ରିକ୍ସ(୬୫) ଓ ରାସେଇ(୬୪) ଦ୍ୱିତୀୟ ୱିକେଟ୍‌ ପାଇଁ ୭୬ଟି ବଲରେ ୧୧୬ ରନ୍‌ ଯୋଡ଼ି ଥିଲେ। ଏମାନଙ୍କ ବ୍ୟତୀତ ଜେପି ଡୁମିନି ୩୩ ଓ ଡେଭିଡ୍‌ ମିଲର ୯ ରନ୍‌ କରିବାରୁ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭର୍‌ରେ ୧୮୦ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

୧୮୧ ରନ୍‌ର ଟାର୍ଗେଟ ପାଇଥିବା ଶ୍ରୀଲଙ୍କା ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ମାତ୍ର ୯.୪ ଓଭର୍‌ରେ ୮୩ ରନ୍‌ରେ ୭ ୱିକେଟ୍‌ ହରାଇ ବିପଦରେ ପଡ଼ିଥିଲା।

କିନ୍ତୁ ଇସ୍ରୁ ଉଡାନ୍‌ ଶେଷ ଭାଗରେ ୮୪ ରନ୍‌ର ଇନିଂସ୍‌ ଖେଳି ଦଳକୁ ବିଜୟର ନିକଟତର କରିଥିଲେ। ସେ ୪୮ଟି ବଲ୍‌ରେ ୮୪ ରନ୍‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ହେଁ ଅନ୍ୟ କୌଣସି ବ୍ୟାଟସ୍‌ମ୍ୟାନ୍‌ ତାଙ୍କୁ ସହାୟତା କରି ନଥିଲେ। ଶେଷରେ ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭର୍‌ରେ ୯ ୱିକେଟ୍‌ ହରାଇ ୧୬୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos