ଆଇସିସି ଟେଷ୍ଟ ରାଙ୍କିଙ୍ଗ: ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡକୁ ପଛରେ ପକାଇଲା ଦକ୍ଷିଣ ଆଫ୍ରିକା

ଦୁବାଇ: ପାକିସ୍ତାନକୁ ବିପକ୍ଷ ଟେଷ୍ଟ ସିରିଜ୍‌କୁ ୩-୦ରେ ଜିତିବା ପରେ ଦକ୍ଷିଣ ଆଫ୍ରିକାର ରାଙ୍କିଙ୍ଗରେ ସୁଧାର ଆସିଛି। ଦକ୍ଷିଣ ଆଫ୍ରିକା ଏହି ବିଜୟ ପରେ ପୂର୍ବରୁ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡକୁ ପଛରେ ପକାଇ ଦେଇଛି। ଏବେ ଦଳ ଆଇସିସି ଟେଷ୍ଟ ଟିମ୍‌ ଗୁଡ଼ିକ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛି। ଦଳ ପାକିସ୍ତାନକୁ ହରାଇ ୪ ପଏଣ୍ଟ ପାଇବା ପରେ ଦଳର ମୋଟ ପଏଣ୍ଟ ସଂଖ୍ୟା ୧୧୦ ହୋଇଯାଇଛି। ତେବେ […]

o

o

Hemant Lenka
  • Published: Monday, 14 January 2019
  • Updated: 14 January 2019, 09:01 PM IST

Sports

Latest News

ଦୁବାଇ: ପାକିସ୍ତାନକୁ ବିପକ୍ଷ ଟେଷ୍ଟ ସିରିଜ୍‌କୁ ୩-୦ରେ ଜିତିବା ପରେ ଦକ୍ଷିଣ ଆଫ୍ରିକାର ରାଙ୍କିଙ୍ଗରେ ସୁଧାର ଆସିଛି। ଦକ୍ଷିଣ ଆଫ୍ରିକା ଏହି ବିଜୟ ପରେ ପୂର୍ବରୁ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡକୁ ପଛରେ ପକାଇ ଦେଇଛି। ଏବେ ଦଳ ଆଇସିସି ଟେଷ୍ଟ ଟିମ୍‌ ଗୁଡ଼ିକ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛି। ଦଳ ପାକିସ୍ତାନକୁ ହରାଇ ୪ ପଏଣ୍ଟ ପାଇବା ପରେ ଦଳର ମୋଟ ପଏଣ୍ଟ ସଂଖ୍ୟା ୧୧୦ ହୋଇଯାଇଛି।

ତେବେ ଭାରତ ପୂର୍ବଭଳି ଏକ ନମ୍ବର ସ୍ଥାନରେ ସୁଦୃଢ଼ ରହିଛି। ଭାରତ ନିକଟରେ ଅଷ୍ଟ୍ରେଲିଆକୁ ୨-୧ରେ ହରାଇଥିଲା। ଫଳରେ ଭାରତର ପଏଣ୍ଟ ସଂଖ୍ୟା ୧୧୬ ରହିଛି।

ଇଂଲଣ୍ଡ ୧୦୮ ପଏଣ୍ଟ ସହ ତୃତୀୟରେ ଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୧୦୭ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଛି। ୧୦୧ ପଏଣ୍ଟ ସହ ଅଷ୍ଟ୍ରେଲିଆ ୫ମରେ ଥିବା ବେଳେ ଶ୍ରୀଲଙ୍କା ୯୧ ପଏଣ୍ଟ ସହ ୬ଷ୍ଠ ସ୍ଥାନରେ ରହିଛି।

ଅନ୍ୟପକ୍ଷରେ ପାକିସ୍ତାନ ଦକ୍ଷିଣ ଆଫ୍ରିକା ସିରିଜ୍‌ ପୂର୍ବରୁ ୯୨ ପଏଣ୍ଟ ସହ ୬ଷ୍ଠରେ ରହିଥିଲା। କିନ୍ତୁ ୩-୦ରେ ସିରିଜ୍‌ ହାରିବା ପରେ ଦଳ ୪ ପଏଣ୍ଟ ହରାଇଛି। ଦଳ ପାଖରେ ଏବେ ମାତ୍ର ୮୮ ପଏଣ୍ଟ ରହିଛି। ଦଳ ୭ମ ସ୍ଥାନକୁ ଖସି ଆସିଛି। ଏହି ମାନ୍ୟତା ତାଲିକାରେ ୮ମରେ ୱେଷ୍ଟଇଣ୍ଡିଜ(୭୦), ୯ମରେ ବାଂଲାଦେଶ(୬୯) ଓ ୧୦ମ ସ୍ଥାନରେ ଜିମ୍ବାୱେ(୧୩) ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos