ଦକ୍ଷିଣ ଆଫ୍ରିକାକୁ ଶକ୍ତ ଝଟକା, ଏହି ଷ୍ଟାର୍ ଖେଳାଳି ବିଶ୍ୱକପରୁ ବାଦ୍

ଲଣ୍ଡନ: ଚଳିତ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ପାଇଁ କିଛି ବି ଠିକଠାକ୍ ରହିନାହିଁ। ପ୍ରଥମ ଦୁଇଟି ମ୍ୟାଚରେ ହାରିବା ପରେ ଦକ୍ଷିଣ ଆଫ୍ରିକାକୁ ଆଉ ଏକ ବଡ଼ ଝଟକା ଲାଗିଛି। ଟିମର ସବୁଠାରୁ ଅଭିଜ୍ଞ ପେସ୍ ବୋଲର ଡେଲ୍ ଷ୍ଟେନ୍ ଆହତ ଯୋଗୁ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ଷ୍ଟେନଙ୍କ ବାଦ୍ ପଡ଼ିବା ଦ୍ୱାରା ଏବେ ଦକ୍ଷିଣ ଆଫ୍ରିକା ବୋଲିଂ ଲାଇନଅପ୍ ପୂର୍ବପେକ୍ଷା ଦୁର୍ବଳ ହୋଇଛି। ଷ୍ଟେନ୍ ଏପର୍ଯ୍ୟନ୍ତ କାନ୍ଧଜନିତ ଆହତ ସମସ୍ୟାରୁ ମୁକୁଳିପାରିନାହାନ୍ତି, ଯେଉଁ କାରଣରୁ […]

STEYN

STEYN

Hemant Lenka
  • Published: Tuesday, 04 June 2019
  • Updated: 04 June 2019, 05:20 PM IST

Sports

Latest News

ଲଣ୍ଡନ: ଚଳିତ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ପାଇଁ କିଛି ବି ଠିକଠାକ୍ ରହିନାହିଁ। ପ୍ରଥମ ଦୁଇଟି ମ୍ୟାଚରେ ହାରିବା ପରେ ଦକ୍ଷିଣ ଆଫ୍ରିକାକୁ ଆଉ ଏକ ବଡ଼ ଝଟକା ଲାଗିଛି। ଟିମର ସବୁଠାରୁ ଅଭିଜ୍ଞ ପେସ୍ ବୋଲର ଡେଲ୍ ଷ୍ଟେନ୍ ଆହତ ଯୋଗୁ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ଷ୍ଟେନଙ୍କ ବାଦ୍ ପଡ଼ିବା ଦ୍ୱାରା ଏବେ ଦକ୍ଷିଣ ଆଫ୍ରିକା ବୋଲିଂ ଲାଇନଅପ୍ ପୂର୍ବପେକ୍ଷା ଦୁର୍ବଳ ହୋଇଛି। ଷ୍ଟେନ୍ ଏପର୍ଯ୍ୟନ୍ତ କାନ୍ଧଜନିତ ଆହତ ସମସ୍ୟାରୁ ମୁକୁଳିପାରିନାହାନ୍ତି, ଯେଉଁ କାରଣରୁ ତାଙ୍କର ବିଶ୍ୱକପ୍ ଅଭିଯାନ ଶେଷ ହୋଇଛି।

ଦକ୍ଷିଣ ଆଫ୍ରିକା ବିଶ୍ୱକପ୍ ପାଇଁ ଷ୍ଟେନଙ୍କ ସ୍ଥାନରେ ବ୍ୟୁରନ୍ ହେଣ୍ଡ୍ରିକ୍ସଙ୍କୁ ଟିମରେ ସାମିଲ୍ କରିଛି। ହେଣ୍ଡ୍ରିକ୍ସ ଆସନ୍ତାକାଲି ଭାରତ ବିପକ୍ଷ ହେବାକୁଥିବା ମୁକାବିଲାରେ ଟିମ୍ ସହ ଯୋଗଦେବେ। ହେଣ୍ଡ୍ରିକ୍ସ ଚଳିତ ବର୍ଷ ଦିନିକିଆ କ୍ରିକେଟରେ ଡେବ୍ୟୁ କରିଥିଲେ।

ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ପେସ୍ ବୋଲର ଷ୍ଟେନଙ୍କୁ ଚଳିତ ବର୍ଷ ଆଇପିଏଲରେ କାନ୍ଧରେ ଆଘାତ ଲାଗିଥିଲା, ଯାହା ପରଠାରୁ ସେ ଏହି ସମସ୍ୟାରୁ ବାହାରିପାରି ନାହାନ୍ତି। ଷ୍ଟେନ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ମାତ୍ର ୨ଟି ମ୍ୟାଚ୍ ଖେଳି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଥିଲେ।

ବିଶ୍ୱକପରୁ ଗୋଟିଏ ପଟେ ଷ୍ଟେନ୍ ବାଦ୍ ପଡ଼ିଥିବା ବେଳେ ଅନ୍ୟପଟେ ଲୁଙ୍ଗି ଏନଗିଡି ମଧ୍ୟ ହାମଷ୍ଟ୍ରିଙ୍ଗ ଆହତ ସସମ୍ୟାରେ ଅଛନ୍ତି। ଏହାଛଡ଼ା ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ମଧ୍ୟ ଆହତ ଅଛନ୍ତି। ଷ୍ଟେନ୍ ୨୦୧୬ରେ ନିଜ କାନ୍ଧର ସର୍ଜରୀ କରାଇଥିଲେ। କିନ୍ତୁ ଏହା ପରେ ତାଙ୍କୁ କ୍ରିକେଟ୍ ମଇଦାନରେ ସେତେଟା ଦେଖିବାକୁ ମିଳିନଥିଲା। ଏଭଳି ସ୍ଥିତିରେ ବିଶ୍ୱକପରୁ ବାଦ୍ ପଡ଼ିବା ପରେ ଏହି ୩୫ ବର୍ଷୀୟ ଖେଳାଳିଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos