ଏହି କାରଣରୁ ୩ ମାସ ଯାଏ କ୍ରିକେଟ୍‌ରୁ ବାଦ୍‌ ପଡ଼ିଲେ ଏନ୍‌ଗିଡ଼ି

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ଯୁବ ଦ୍ରୁତ ବୋଲର୍‌ ଲୁଙ୍ଗି ଏନ୍‌ଗିଡ଼ି ଆସନ୍ତା ଫେବୃଆରୀମାସ ଯାଏ କୌଣସି ପ୍ରକାରର କ୍ରିକେଟ୍‌ ଖେଳିପାରିବେ ନାହିଁ। କିନ୍ତୁ ସେ ବିଶ୍ୱକପ୍‌କୁ ନିଶ୍ଚିତ ପ୍ରତ୍ୟାବର୍ତ୍ତନ କରିବେ। ସେ ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ଟି-୨୦ ମ୍ୟାଚ୍‌ ବେଳେ ଆହତ ହୋଇଥିବାରୁ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ବୋର୍ଡ ଏନ୍‌ଗିଡ଼ିଙ୍କୁ ୧୨ ସପ୍ତାହ ପାଇଁ ଦଳରୁ ବାଦ୍‌ ଦେବାକୁ ନିଷ୍ପତ୍ତି ନେଇଛି। ଗତ ସପ୍ତାହରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଏକମାତ୍ର ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ […]

y

y

Hemant Lenka
  • Published: Saturday, 24 November 2018
  • Updated: 24 November 2018, 10:19 AM IST

Sports

Latest News

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ଯୁବ ଦ୍ରୁତ ବୋଲର୍‌ ଲୁଙ୍ଗି ଏନ୍‌ଗିଡ଼ି ଆସନ୍ତା ଫେବୃଆରୀମାସ ଯାଏ କୌଣସି ପ୍ରକାରର କ୍ରିକେଟ୍‌ ଖେଳିପାରିବେ ନାହିଁ। କିନ୍ତୁ ସେ ବିଶ୍ୱକପ୍‌କୁ ନିଶ୍ଚିତ ପ୍ରତ୍ୟାବର୍ତ୍ତନ କରିବେ।

ସେ ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ଟି-୨୦ ମ୍ୟାଚ୍‌ ବେଳେ ଆହତ ହୋଇଥିବାରୁ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ବୋର୍ଡ ଏନ୍‌ଗିଡ଼ିଙ୍କୁ ୧୨ ସପ୍ତାହ ପାଇଁ ଦଳରୁ ବାଦ୍‌ ଦେବାକୁ ନିଷ୍ପତ୍ତି ନେଇଛି।

ଗତ ସପ୍ତାହରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଏକମାତ୍ର ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବା ବେଳେ ଏନ୍‌ଗିଡ଼ିଙ୍କ ଡାହଣ ଗୋଡ଼ ଆଣ୍ଠୁରେ ଗଭୀର ଆଘାତ ଲାଗିଥିଲା। ପରେ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ସେ ୩ ମାସ ଯାଏ ଠିକ୍‌ ଭାବେ ବୋଲିଂ କରିପାରିବେ ନାହିଁ।

ଆଗକୁ ବିଶ୍ୱକପ୍‌ ଥିବାରୁ ଏନ୍‌ଗିଡ଼ିଙ୍କ ଉପରେ ଅଧିକ ଚାପ ପକାଇବାକୁ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ବୋର୍ଡ ଚାହିଁ ନଥିଲା। ଫଳରେ ତାଙ୍କୁ ୩ ମାସ ଯାଏ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି।

ଏନ୍‌ଗିଡ଼ିଙ୍କୁ ବିଶ୍ରାମ ଦିଆଯାଇଥିବାରୁ ସେ ପାକିସ୍ତାନ ବିପକ୍ଷ ସିରିଜ୍‌ ଖେଳିପାରିବେ ନାହିଁ। ଡିସେମ୍ବର ୨୪ରୁ ଫେବୃଆରୀ ୬ ମଧ୍ୟରେ ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ମଧ୍ୟରେ ୩ଟି ଟେଷ୍ଟ, ୫ଟି ଦିନିକିଆ ଓ ୩ ଟିକିଆ ଟି-୨୦ ସିରିଜ୍‌ ଅନୁଷ୍ଠିତ ହେବ। ଏପରି ସ୍ଥିତିରେ ଏନ୍‌ଗିଡ଼ି ଆହତ ହେବା ଦକ୍ଷିଣ ଆଫ୍ରିକାକୁ ଶକ୍ତ ଝଟ୍‌କା ସଦୃଶ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos