ଦକ୍ଷିଣ ଏସୀୟ ଗେମ୍: ଭାରତୀୟ ଫୁଟବଲ୍ ମହିଳା ଦଳରେ ୪ ଓଡ଼ିଆ

ନୂଆଦିଲ୍ଲୀ: ୧୨ତମ ଦକ୍ଷିଣ ଏସୀୟ ଗେମ୍ ପାଇଁ ସୋମବାର ଘୋଷଣା ହୋଇଛି ଭାରତୀୟ ମହିଳା ଫୁଟବଲ୍  ଦଳ। ଏହି ୨୦ ଜଣିଆ ଦଳରେ ସାମିଲ ହୋଇଛନ୍ତି ୪ ଓଡ଼ିଆ। ସେମାନେ ହେଲେ ସସ୍ମିତା ମଲ୍ଲିକ, ସୁପ୍ରିୟା  ରାଉଳ, ପ୍ୟାରୀ ଖାଖା ଓ ମନୀଶା ପାନ୍ନା। ଆସନ୍ତା ୭ ତାରିଖରେ ମହିଳା ଫୁଟବଲ ଦଳ ତା’ର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ଭେଟିବ। ସେହିପରି  ଫେବ୍ରୁଆରୀ ୯ରେ ଶ୍ରୀଲଙ୍କା, ୧୧ରେ ମାଳଦ୍ୱୀପ ଓ ୧୩ରେ ନେପାଳକୁ ଭେଟିବ ଭାରତୀୟ ମହିଳା ଫୁଟବଲ ଟିମ୍।

ଆସନ୍ତ ୬ ତାରିଖରୁ ଆରମ୍ଭ ହେବ ଦକ୍ଷିଣ ଏସୀୟ ଗେମ୍। ଏଥିପାଇଁ ମୋଟ ୮ଟି ଦେଶ ଭାଗ ନେଉଥିବା ବେଳେ ସମୁଦାୟ ୨୩ଟି ଇଭେଣ୍ଟ ପାଇଁ ପ୍ରତିଯୋଗିତା ହେବ। ଏହି ୧୨ତମ ଦକ୍ଷିଣ ଏସୀୟ ଗେମକୁ ଭାରତ ଆୟୋଜନ କରୁଛି। ସିଂଲିଂ ଓ ଗୌହାଟି ଏହି ପ୍ରତିଯୋଗିତା ମାନ ଅନୁଷ୍ଠିତ ହେବ।