ସାଉଥ୍ ଏସିଆନ୍ ଗେମ୍ସ: ଭାରତୀୟ ଫୁଟବଲ୍ ଟିମ୍ ଘୋଷଣା

ନୂଆଦିଲ୍ଲୀ: ଆଉ ୪ ଦିନ ପରେ ଗୌହାଟୀରେ ଆରମ୍ଭ ହେବ ସାଉଥ୍ ଏସିଆନ୍ ଗେମ୍ସ। ତା’ପୂର୍ବରୁ ଆଜି ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେସନ୍ ମଙ୍ଗଳବାର ଘୋଷଣା କରିଛି ୨୮ ଜଣିଆ ଦଳ। ସେମାନଙ୍କ ମଧ୍ୟରୁ ୨୧ ଜଣ ଗୌହାଟୀର ପ୍ରସ୍ତୁତି କ୍ୟାମ୍ପରେ ଯୋଗ ଦେଇ ସାରିଛନ୍ତି। ଜାନୁଆରୀ ୩୧ରୁ ଏହି କ୍ୟାମ୍ପ୍ ଚାଲିଛି। ପରେ ଦଳକୁ ୨୦ ଜଣଙ୍କ ମଧ୍ୟରେ ସୀମିତ କରାଯିବ।

ଭାରତ ‘ଏ’ ଗ୍ରୁପରେ ଶ୍ରୀଲଙ୍କା ଓ ମାଳଦ୍ୱୀପ ସହିତ ଅଛି। ଫେବ୍ରୁଆରୀ ୬ରେ ଭାରତୀୟ ଫୁଟବଲ ଦଳ ତା’ର ପ୍ରଥମ ମ୍ୟାଚ୍ ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ମାଳଦ୍ୱୀପକୁ ଦଳ ଫେବ୍ରୁଆରୀ ୧୦ରେ ଭେଟିବ।

୨୮ ଖେଳାଳିଙ୍କ ତାଲିକା:

ଗୋଲକିପର- ଅମରିନ୍ଦର ସିଂହ, ରେହେନେଶ ପରମ୍ବା, କମଲଜିତ ସିଂହ

ଡିଫେଣ୍ଡର- ପ୍ରୀତମ କୋଟାଲ, ସନ୍ଦେଶ ଝିଙ୍ଗା, ନାରାୟଣ ଦାସ, କୌଣିକ ସରକାର, ବିକ୍ରମଜିତ ସିଂହ, ଅଭିଷେକ ଦାସ, ନିଖିଲ ପୂଜାରୀ, ସମଦ ଅଲ୍ଲି ମଲ୍ଲିକ, ପ୍ରବୀର ଦାସ, ଏଇବୋରଲାଙ୍ଗ ଖୋଙ୍ଗଜୀ

ମିଡଫିଲ୍ଡର- ସୁମିତ ପାସି, ଜୟେଶ ରାଣେ, ପ୍ରଣୟ ହଲଦର, ଏ. ଥିରୁଭାନାଥନଧା, ଏଲ. ଚାଙ୍ଗତେ, ଜରମନପ୍ରୀତ ସିଂହ, ମାୱିମିଙ୍ଗଥାଙ୍ଗ, ଜୋଡିଙ୍ଗଲିଆନ, ରୋୱଲିନ୍ ବି ବିନୀତ ରାୟ, ଉଦନ୍ତ ସିଂହ

ଫୋରୱାର୍ଡ- ହାଲିଚରଣ ନାରର୍ଜାରି, ଟ ହାଓକିପ୍, ସଲାମ ରଂଜନ ସିଂହ, ଉଦାନ୍ତ ସିଂ, ବୀନିତ ରାୟ ଓ ଜେଜେ ଲାପେଖଲୁଆ