ବିଶ୍ୱକପ୍‌ର ପିଛା ଛାଡ଼ୁନି ଆହତ ସମସ୍ୟା, ଜାଣନ୍ତୁ କେଉଁ ଦଳରୁ କିଏ ଆହତ ହୋଇଛନ୍ତି

ଲଣ୍ଡନ: କ୍ରିକେଟର ସବୁଠାରୁ ବଡ଼ ମହାକୁମ୍ଭ ବିଶ୍ୱକପ୍‌ ପାଇଁ ସବୁ ଦଳ ୪ ବର୍ଷ ଯାଏ ଅପେକ୍ଷା କରନ୍ତି। ତେବେ ଦେଢ଼ ମାସରୁ ଅଧିକ ଦିନ ଧରି ଚାଲୁଥିବା ବିଶ୍ୱକପ୍‌ରେ ଫିଟ୍‌ ରହିବା ସବୁ ଦଳ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ। କାରଣ ବିଶ୍ୱକପ୍‌ର ଭେନ୍ୟୁ ବଦଳି ଥାଏ। ଏଥିପାଇଁ ଖେଳାଳିମାନଙ୍କୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ବାରମ୍ବାର ଯିବା ଆସିବା କରିବାକୁ ପଡ଼ିଥାଏ। ଏପରି ସ୍ଥିତିରେ ଖେଳାଳିମାନଙ୍କୁ ସର୍ବଦା ଫିଟ୍‌ ରଖିବା ସମ୍ଭବ […]

r

r

Hemant Lenka
  • Published: Wednesday, 19 June 2019
  • Updated: 19 June 2019, 03:50 PM IST

ଲଣ୍ଡନ: କ୍ରିକେଟର ସବୁଠାରୁ ବଡ଼ ମହାକୁମ୍ଭ ବିଶ୍ୱକପ୍‌ ପାଇଁ ସବୁ ଦଳ ୪ ବର୍ଷ ଯାଏ ଅପେକ୍ଷା କରନ୍ତି। ତେବେ ଦେଢ଼ ମାସରୁ ଅଧିକ ଦିନ ଧରି ଚାଲୁଥିବା ବିଶ୍ୱକପ୍‌ରେ ଫିଟ୍‌ ରହିବା ସବୁ ଦଳ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ। କାରଣ ବିଶ୍ୱକପ୍‌ର ଭେନ୍ୟୁ ବଦଳି ଥାଏ। ଏଥିପାଇଁ ଖେଳାଳିମାନଙ୍କୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ବାରମ୍ବାର ଯିବା ଆସିବା କରିବାକୁ ପଡ଼ିଥାଏ। ଏପରି ସ୍ଥିତିରେ ଖେଳାଳିମାନଙ୍କୁ ସର୍ବଦା ଫିଟ୍‌ ରଖିବା ସମ୍ଭବ ହୋଇନଥାଏ। ମ୍ୟାଚ୍‌ ଖେଳିବା ବେଳେ ମଧ୍ୟ ଅନେକ ଖେଳାଳି ଆହତ ହୋଇଥାଆନ୍ତି।

ଚଳିତ ବିଶ୍ୱକପ୍‌ରେ ମଧ୍ୟ ଆହତ ସମସ୍ୟା ଖେଳାଳିଙ୍କ ପିଛା ଛାଡ଼ିନାହିଁ। ଅନେକ ବଡ଼ ବଡ଼ ଟିମ୍‌ର ଗୁରୁତ୍ୱପୂର୍ଣ୍ଣ ଖେଳାଳିମାନେ ଆହତ ହୋଇଛନ୍ତି।

ତେବେ ଆସନ୍ତୁ ଜାଣିବା ବର୍ତ୍ତମାନ ସୁଦ୍ଧା କିଏ ଓ କେଉଁ ଦଳରୁ ଆହତ ହୋଇଛନ୍ତି।

ଶିଖର ଧୱନ(ଟିମ୍‌ ଇଣ୍ଡିଆ): ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଧୱନଙ୍କ ବାମହାତ ବୁଢ଼ା ଅଙ୍ଗୁଳରେ ଆଘାତ ଲାଗିଥିଲା। ଏଥିପାଇଁ ସେ ୨ରୁ ୩ ସପ୍ତାହ ବିଶ୍ୱକପ୍‌ରୁ ବାଦ ପଡ଼ିବାର ଆଶଙ୍କା ରହିଛି।

ଭୁବନେଶ୍ୱର କୁମାର(ଟିମ୍‌ ଇଣ୍ଡିଆ): ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଅଧାରୁ ହିଁ ଭୁବନେଶ୍ୱର କୁମାର ମାଂସପେଶୀ ଜନିତ ସମସ୍ୟାରେ ପଡ଼ିଥିଲେ। ଏଥିପାଇଁ ସେ ୩ଟି ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି।

ମାର୍କସ ଷ୍ଟୋଇନିସ୍‌(ଅଷ୍ଟ୍ରେଲିଆ): ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆର ଅଲରାଉଣ୍ଡର ଷ୍ଟୋଇନିସ୍‌ ଭାରତ ବିପକ୍ଷ ମ୍ୟାଚ୍‌ରେ ମାଂସପେଶୀ ଜନିତ ସମସ୍ୟାରେ ପଡ଼ି ଦଳରୁ କିଛି ସପ୍ତାହ ପାଇଁ ବାଦ ପଡ଼ିଛନ୍ତି।

ଜେସନ ରୟ(ଇଂଲଣ୍ଡ): ଦଳର ଓପନର ଜେସନ ରୟ ଜବରଦସ୍ତ ଫର୍ମରେ ରହିଥିଲେ। ହେଲେ ସେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ର ୮ମ ଓଭର୍‌ରୁ ହିଁ ପଡ଼ିଆ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଗତକାଲି ଆଫଗାନିସ୍ତାନ ମ୍ୟାଚ୍‌ ମଧ୍ୟ ସେ ଖେଳି ନାହାନ୍ତି। ମାଂସପେଶୀ ସମସ୍ୟା ଯୋଗୁ ତାଙ୍କୁ ୩ଟି ମ୍ୟାଚ୍‌ରୁ ବାଦ ଦିଆଯାଇଛି।

ଡେଲ୍ ଷ୍ଟେନ୍(ଦକ୍ଷିଣ ଆଫ୍ରିକା): ଚଳିତ ବିଶ୍ୱକପ୍‌ରେ ସବୁଠାରୁ ବଡ଼ ଝଟ୍‌କା ଯଦି କାହାକୁ ଲାଗିଥାଏ, ସେ ହେଉଛି ଦକ୍ଷିଣ ଆଫ୍ରିକା। ଦଳର ପ୍ରମୁଖ ଦ୍ରୁତ ବୋଲର ଷ୍ଟେନ୍‌ ଆହତ ଯୋଗୁ ସଂପୂର୍ଣ୍ଣ ବିଶ୍ୱକପ୍‌ରୁ ହିଁ ବାଦ ପଡ଼ିଛନ୍ତି। କାନ୍ଧ ସମସ୍ୟାରେ ପଡ଼ିଥିବା ଷ୍ଟେନ୍‌ ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ଥିଲେ। ହେଲେ ଗୋଟିଏ ହେଲେ ମ୍ୟାଚ୍‌ ଖେଳି ପାରିନାହାନ୍ତି।

ଲୁଙ୍ଗି ଏନ୍‌ଗିଡି(ଦକ୍ଷିଣ ଆଫ୍ରିକା): ବିଶ୍ୱକପ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳିବା ପରେ ଆହତ ସମସ୍ୟା ଯୋଗୁ ପରବର୍ତ୍ତୀ ୩ଟି ମ୍ୟାଚ୍‌ ଖେଳିବାକୁ ଏନ୍‌ଗିଡି ବିଫଳ ହୋଇଥିଲେ। ତେବେ ସେ ଗତକାଲି ଫିଟ୍‌ ହୋଇଥିବା ଜଣାପଡ଼ିଛି।

ମହମ୍ମଦ ଶେହଜାଦ(ଆଫ୍‌ଗାନିସ୍ତାନ): ଆଣ୍ଠୁରେ ସମସ୍ୟା ଯୋଗୁ ଆଫଗାନିସ୍ତାନ ବୋର୍ଡ ଏହି ଓପନର ଜଣଙ୍କୁ ବିଶ୍ୱକପ୍‌ ଅଧାରୁ ହିଁ ଘରକୁ ପଠାଇ ଦେଇଥିଲା। ବୋର୍ଡ ଆହତ କଥା କହୁଥିଲେ ହେଁ ଶେହଜାଦ କିନ୍ତୁ ଫିଟ୍‌ ଥିବା ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos