ଶ୍ରାବଣୀଙ୍କ ରିଓ ଅଭିଯାନ ଶେଷ

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ଭାରତକୁ ନିରାଶ କରିଛନ୍ତି ଓଡ଼ିଆ ଝିଅ ଶ୍ରାବଣୀ ନନ୍ଦ। ଆଜି ଯୋଗ୍ୟତା ପର୍ଯ୍ୟାୟରୁ ସେ ବିଦାୟ ନେଇଛନ୍ତି। ପଞ୍ଚମ ପର୍ଯ୍ୟାୟରେ ୨୦୦ ମିଟର ହିଟ୍ସରେ ଦୌଡ଼ି ଥିବା ଶ୍ରାବଣୀ ଷଷ୍ଠ ସ୍ଥାନ ଅଧିକାର କରି ପ୍ରତିଯୋଗିତାରୁ ବାଦ ପଡ଼ିଥିଲେ। ଏହି ବର୍ଗରେ ଭାଗ ନେଇଥିବା ୭୨ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସେ ୫୫ ନମ୍ବର ସ୍ଥାନରେ ରହିଥିଲେ। ତାଙ୍କ ପାଇଁ ଅଲିମ୍ପିକ୍ କ୍ୱାଲିଫାଇଂ ଟାଇମିଂ ୨୩.୦୭ ସେକେଣ୍ଡ ଥିବା ବେଳେ ସେ […]

srabani-out-from-rio

srabani-out-from-rio

Rakesh Mallick
  • Published: Monday, 15 August 2016
  • Updated: 15 August 2016, 08:28 PM IST

Sports

Latest News

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ଭାରତକୁ ନିରାଶ କରିଛନ୍ତି ଓଡ଼ିଆ ଝିଅ ଶ୍ରାବଣୀ ନନ୍ଦ। ଆଜି ଯୋଗ୍ୟତା ପର୍ଯ୍ୟାୟରୁ ସେ ବିଦାୟ ନେଇଛନ୍ତି। ପଞ୍ଚମ ପର୍ଯ୍ୟାୟରେ ୨୦୦ ମିଟର ହିଟ୍ସରେ ଦୌଡ଼ି ଥିବା ଶ୍ରାବଣୀ ଷଷ୍ଠ ସ୍ଥାନ ଅଧିକାର କରି ପ୍ରତିଯୋଗିତାରୁ ବାଦ ପଡ଼ିଥିଲେ। ଏହି ବର୍ଗରେ ଭାଗ ନେଇଥିବା ୭୨ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସେ ୫୫ ନମ୍ବର ସ୍ଥାନରେ ରହିଥିଲେ।

ତାଙ୍କ ପାଇଁ ଅଲିମ୍ପିକ୍ କ୍ୱାଲିଫାଇଂ ଟାଇମିଂ ୨୩.୦୭ ସେକେଣ୍ଡ ଥିବା ବେଳେ ସେ ୨୩.୫୮ ସେକେଣ୍ଡ ସମୟ ନେଇଥିଲେ।

ଯୋଗ୍ୟତା ପର୍ଯ୍ୟାୟରେ ପ୍ରଥମ ୨୪ଟି ସ୍ଥାନରେ ରହିଥିବା ପ୍ରତିଯୋଗୀମାନେ ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ପୂର୍ବରୁ ଓଡ଼ିଆ ଆଥ୍‌ଲେଟ୍‌ ଦୂତି ଚାନ୍ଦ ନିରାଶ କରିଥିଲେ। ସେ ବି ୧୦୦ ମିଟର ଦୌଡ଼ର ଯୋଗ୍ୟତା ପର୍ଯ୍ୟାୟରୁ ବାଦ୍ ପଡ଼ିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos