ରାଜସ୍ଥାନକୁ ୯ ୱିକେଟ୍‌ରେ ହରାଇଲା ସନ୍‌ରାଇଜର୍ସ

ହାଇଦ୍ରାବାଦ: ଆଇପିଏଲ୍‌ର ଆଜି ଏକ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ୯ ୱିକେଟ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ରାଜସ୍ଥାନ ଦେଇଥିବା ୧୨୬ ରନ୍‌ର ବିଜୟ ଲକ୍ଷ୍ୟକୁ ସନ୍‌ରାଇଜର୍ସ ଗୋଟିଏ ୱିକେଟ୍‌ ହରାଇ ହାସଲ କରିନେଇଥିଲା। ଦଳ ୧୫.୫ ଓଭରରେ ୧୨୭ ରନ୍‌ କରିଥିଲା। ହାଇଦ୍ରାବାଦ ପକ୍ଷରୁ ସେଖର ଧାୱନ ଧୂଆଁଧାର ୭୭ ରନ୍‌ର ଇଂନିସ୍‌ ଖେଳିଥିବା ବେଳେ କେ. ଉଇଲିୟମସନ ୩୬ ରନ୍‌ କରିଥିଲେ। ଧାୱନ ୫୭ଟି ବଲ୍‌ର ସମ୍ମୁଖୀନ ହୋଇ ୧୪ ଚୌକା ଓ ଗୋଟିଏ […]

shikhar-dhawan

shikhar-dhawan

Rakesh Mallick
  • Published: Monday, 09 April 2018
  • Updated: 10 April 2018, 07:21 AM IST

Sports

Latest News

ହାଇଦ୍ରାବାଦ: ଆଇପିଏଲ୍‌ର ଆଜି ଏକ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ୯ ୱିକେଟ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ରାଜସ୍ଥାନ ଦେଇଥିବା ୧୨୬ ରନ୍‌ର ବିଜୟ ଲକ୍ଷ୍ୟକୁ ସନ୍‌ରାଇଜର୍ସ ଗୋଟିଏ ୱିକେଟ୍‌ ହରାଇ ହାସଲ କରିନେଇଥିଲା। ଦଳ ୧୫.୫ ଓଭରରେ ୧୨୭ ରନ୍‌ କରିଥିଲା। ହାଇଦ୍ରାବାଦ ପକ୍ଷରୁ ସେଖର ଧାୱନ ଧୂଆଁଧାର ୭୭ ରନ୍‌ର ଇଂନିସ୍‌ ଖେଳିଥିବା ବେଳେ କେ. ଉଇଲିୟମସନ ୩୬ ରନ୍‌ କରିଥିଲେ। ଧାୱନ ୫୭ଟି ବଲ୍‌ର ସମ୍ମୁଖୀନ ହୋଇ ୧୪ ଚୌକା ଓ ଗୋଟିଏ ଛକା ସହାୟତାରେ ୭୭ ରନ୍‌ କରିଥିଲେ। ସନରାଇଜର୍ସ ପକ୍ଷରୁ ରିଦ୍ଧିମାନ ଶାହା ଏକମାତ୍ର ଖେଳାଳି ଭାବେ ୫ ରନ୍‌ କରି ଆଉଟ୍‌ ହୋଇଥିଲେ।

ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ରାଜସ୍ଥାନ ରୟାଲ୍ସର ଆରମ୍ଭ ଏତେଟା ଭଲ ହୋଇ ନଥିଲା। ଦୁଇ ଓପନର  ରାହାନେ ୧୩ ଓ ଡି ସର୍ଟ୍ସ ୪ ରନ୍‌ କରି ଆଉଟ ହୋଇଯାଇଥିଲେ। ଏସ୍‌ଭି ସାମସନ ୪୯ ରନ୍‌ର ପାରି ଖେଳିଥିଲେ। ଆରଏ ତ୍ରିପାଠୀ ୧୭ ଏବଂ ଏସ୍‌ ଗୋପାଲ ୧୮ ରନ୍‌ କରିଥିଲେ। ୭ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ଦଳ ୯ ୱିକେଟ୍‌ ହରାଇ ୧୨୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ସନରାଇଜର୍ସ ତରଫରୁ ଏସ୍‌ ହସନ ଏବଂ ଏସ୍‌ କାଉଲ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଭୁବନେଶ୍ୱର କୁମାର, ରସିଦ ଖାନ ଓ ବିଲ୍ଲି ଷ୍ଟାନଲେକ ଗୋଟିଏ ଲେଖାଏଁ ୱିକେଟ୍‌ ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos