ମାଲିଙ୍ଗା ମ୍ୟାଜିକ୍, ଇଂଲଣ୍ଡକୁ ଶ୍ରୀଲଙ୍କା ଝଟ୍‌କା

ଲିଡ୍ସ: ଲସିଥ୍ ମାଲିଙ୍ଗାଙ୍କ ଘାତକ ବୋଲିଂକୁ ଆଧାର କରି ଶ୍ରୀଲଙ୍କା ଚଳିତ ବିଶ୍ୱକପର ୨୭ତମ ମ୍ୟାଚରେ ଆୟୋଜକ ତଥା ଟାଇଟଲ୍ ଫେଭରିଟ୍ ଇଂଲଣ୍ଡକୁ ୨୦ ରନରେ ହରାଇ ବିପର୍ଯ୍ୟୟ ଘଟାଇଛି। ହେଡିଂଲେରେ ଅନୁଷ୍ଠିତ ଏହି ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୩୨ ରନ୍ କରିଥିଲା। ଏହି ଲକ୍ଷ୍ୟକୁ ଇଂଲଣ୍ଡ ସହଜରେ ହାସଲ କରିନେବ ବୋଲି ଲାଗୁଥିଲା, କିନ୍ତୁ ଶ୍ରୀଲଙ୍କା ବୋଲରଙ୍କ ଦମଦାର ବୋଲିଂ ଆଗରେ ଘରୋଇ ଟିମ୍ […]

malinga

malinga

Hemant Lenka
  • Published: Friday, 21 June 2019
  • Updated: 21 June 2019, 10:45 PM IST

Sports

Latest News

ଲିଡ୍ସ: ଲସିଥ୍ ମାଲିଙ୍ଗାଙ୍କ ଘାତକ ବୋଲିଂକୁ ଆଧାର କରି ଶ୍ରୀଲଙ୍କା ଚଳିତ ବିଶ୍ୱକପର ୨୭ତମ ମ୍ୟାଚରେ ଆୟୋଜକ ତଥା ଟାଇଟଲ୍ ଫେଭରିଟ୍ ଇଂଲଣ୍ଡକୁ ୨୦ ରନରେ ହରାଇ ବିପର୍ଯ୍ୟୟ ଘଟାଇଛି। ହେଡିଂଲେରେ ଅନୁଷ୍ଠିତ ଏହି ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୩୨ ରନ୍ କରିଥିଲା।

ଏହି ଲକ୍ଷ୍ୟକୁ ଇଂଲଣ୍ଡ ସହଜରେ ହାସଲ କରିନେବ ବୋଲି ଲାଗୁଥିଲା, କିନ୍ତୁ ଶ୍ରୀଲଙ୍କା ବୋଲରଙ୍କ ଦମଦାର ବୋଲିଂ ଆଗରେ ଘରୋଇ ଟିମ୍ ଆତ୍ମସମର୍ପଣ କରି ୪୭ ଓଭରରେ ୨୧୨ ରନ୍ କରି ଅଲଆଉଟ୍ ହୋଇଛି। ଶ୍ରୀଲଙ୍କା ପକ୍ଷରୁ ମାଲିଙ୍ଗା ଚମତ୍କାର ବୋଲିଂ କରି ୪୩ ରନରେ ୪ ୱିକେଟ୍ ନେଇଛନ୍ତି।

ଏହି ଚ୍ୟାଲେଞ୍ଜିଂ ଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମଧ୍ୟକ୍ରମରେ ଜୋ ରୁଟ୍ ଓ ବେନ୍ ଷ୍ଟୋକ୍ସଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜରେ ତିଷ୍ଠିପାରି ନଥିଲେ। ଇଂଲଣ୍ଡ ଇନିଂସର ଦ୍ୱିତୀୟ ବଲରେ ଶ୍ରୀଲଙ୍କାର ଷ୍ଟ୍ରାଇକ୍ ବୋଲର ମାଲିଙ୍ଗା ଘରୋଇ ଟିମର ଓପ୍ନର ଜନ୍ନି ବେୟାରଷ୍ଟୋଙ୍କୁ ଖାତା ଖୋଲିବାକୁ ଦେଇନଥିଲେ। ଅନ୍ୟତମ ଓପ୍ନର ଜେମ୍ସ ଭିନ୍ସ (୧୪)ଙ୍କୁ ମଧ୍ୟ ମାଲିଙ୍ଗା ନିଜର ଶିକାର ବନାଇଥିଲେ।

ଇନଫର୍ମ ଜୋ ରୁଟ୍ ଓ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ (୨୧) କିଛି ସମୟ ଟିମ୍ ପାଇଁ ଲଢ଼ିଥିଲେ। କିନ୍ତୁ ଏହି ଯୋଡ଼ିକୁ ଇସୁରୁ ଉଦାନା ଭାଙ୍ଗି ଶ୍ରୀଲଙ୍କାକୁ ମ୍ୟାଚରେ ପୁଣିଥରେ ପ୍ରତ୍ୟାବର୍ତ୍ତନ କରାଇଥିଲେ। ଅର୍ଦ୍ଧଶତକ ମାରି ସେଟ୍ ହୋଇସାରିଥିବା ରୁଟଙ୍କୁ ଆଉଟ୍ ମାଲିଙ୍ଗା ଶ୍ରୀଲଙ୍କାକୁ ବଡ଼ ସଫଳତା ଦେଇଥିଲେ। ରୁଟ୍ ୮୯ ବଲରେ ୩ ଚୌକା ସହ ୫୭ ରନ୍ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଜୋସ ବଟଲର୍ (୧୦) ନିରାଶ କରିଥିଲେ।

ଏହା ପରେ ଧନଞ୍ଜୟ ଡି'ସିଲଭା ଚମତ୍କାର ବୋଲିଂ କରି ଇଂଲଣ୍ଡ ତିନି ବ୍ୟାଟ୍ସମ୍ୟାନ୍ ଯଥା ମୋଇନ୍ ଅଲୀ (୧୬), କ୍ରିସ୍ ଓକ୍ସ (୨) ଓ ଆଦିଲ୍ ରଶିଦ (୧)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ତେବେ ଷ୍ଟୋକ୍ସ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ହେଁ, ଟିମକୁ ଜିତାଇପାରି ନଥିଲେ। ଷ୍ଟୋକ୍ସ ୮୯ ବଲରେ ୭ ଚୌକା ଓ ୪ ଛକା ସହ ୮୨ ରନ୍ କରି ଅପରାଜିତ ଥିଲେ। ଅନ୍ତିମ ୱିକେଟ୍ ଭାବେ ମାର୍କ ଉଡ୍ ଆଉଟ୍ ହୋଇଥିଲେ।

ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ଶ୍ରୀଲଙ୍କା କ୍ୟାପଟେନ୍ ଦିମୁତ କରୁଣାରତ୍ନେଙ୍କୁ ମହଙ୍ଗା ପଡ଼ିଥିଲା। ଟିମ୍ ମାତ୍ର ୩ ରନରେ ଦୁଇ ଓପ୍ନର କରୁଣାରତ୍ନେ (୧) ଓ କୁଶଲ ପରେରା (୨)ଙ୍କ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ଅଭିସ୍କା ଫର୍ଣ୍ଣାଣ୍ଡୋ ଓ କୁଶଲ ମେଣ୍ଡିସ୍ ତୃତୀୟ ୱିକେଟ୍ ପାଇଁ ୫୯ ରନର ଭାଗୀଦାରୀ ଟିମର ସ୍ଥିତି ସୁଧାରିଥିଲେ।

ପର୍ଣ୍ଣାଣ୍ଡୋ ଦ୍ରୁତ ରନ୍ କରିବା ପ୍ରୟାସରେ ମାର୍କ ଉଡଙ୍କ ବଲରେ ଆଉଟ୍ ହୋଇଥିଲେ। ଆଉଟ୍ ହେବା ପୂର୍ବରୁ ସେ ୪୯ (୩୯ ବଲ୍, ୬ ଚୌକା, ୨ ଛକା) ରନ୍ କରିଥିଲେ। ଏହା ପରେ ଅଭିଜ୍ଞ ମାଥ୍ୟୁସ୍ ଓ ମେଣ୍ଡିସ୍ ଟିମ୍ ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୭୧ ରନ୍ ଯୋଡ଼ିଥିବା ବେଳେ ମେଣ୍ଡିସ୍ (୪୬)ଙ୍କୁ ଆଦିଲ୍ ରଶିଦ୍ ପ୍ୟାଭିଲିୟନ୍ ପଠାଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଜୀବନ ମେଣ୍ଡିସ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ।

ତାଙ୍କୁ ମଧ୍ୟ ରଶିଦ୍ କଟ୍ ଆଣ୍ଡ ବୋଲ୍ଡ କରିଥିଲେ । ଏହି ସମୟରେ ଶ୍ରୀଲଙ୍କା ଅଧା ବ୍ୟାଟ୍ସମ୍ୟାନଙ୍କୁ ହରାଇ ବିପଦରେ ପଡ଼ିଥିବା ବେଳେ ମାଥ୍ୟୁସ୍ ଶେଷ ପର୍ଯ୍ୟନ୍ତ ଲଢ଼ି ଟିମକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଶେଷଭାଗରେ ଧନଞ୍ଜୟ ଡି'ସିଲଭା (୨୯), ଥିସାରା ପରେରା (୨), ଇସୁରୁ ଉଦାନା (୬) ଓ ଲସିଥ୍ ମାଲିଙ୍ଗା (୧) ନିରାଶ କରିଥିଲେ। ମାଥ୍ୟୁସ୍ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୧୧୫ ବଲରେ ୫ ଚୌକା ଓ ୧ ଛକା ସହ ୮୫ ରନ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ ଆର୍ଚର ଓ ଉଡ୍ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ରଶିଦ୍ ଦୁଇଟି ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story