ରିଓ ଅଲିମ୍ପିକ୍‌ରେ ବେଲ୍‌ଜିୟମ ବିପକ୍ଷରେ ପରାଜୟର କାରଣ ଖୋଜୁଛନ୍ତି ଶ୍ରୀଜେସ

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ ପୁରୁଷ ହକିରେ ବେଲଜିୟମ ବିପକ୍ଷ ପରାଜୟର କାରଣ ଖୋଜୁଛନ୍ତି ଭାରତୀୟ ହକି ଦଳର ଅଧିନାୟକ ପିଆର ଶ୍ରୀଜେସ।

ସେ କହିଛନ୍ତି,“ପଡିଆରେ ଖେଳାଳିଙ୍କ ମଧ୍ୟରେ ସାମର୍ଥ୍ୟର ଅଭାବ ଦେଖିବାକୁ ମିଳିଥିଲା। ତେଣୁ ଦଳ କ୍ୱାର୍ଟର ଫାଇନାଲରେ ବେଲ୍‌ଜିୟମଠାରୁ ପରାଜିତ ହୋଇଥିଲା। ଆମେ ବେଲ୍‌ଜିୟମଙ୍କୁ ହରାଇବକୁ କ୍ଷମତା ରଖିଥିଲୁ। କିନ୍ତୁ ଆମେ ଆମ ସାମର୍ଥ୍ୟର ଉପଯୋଗ କରିପାରିଲୁନି।”

ସେ ଆହୁରି କହିଛନ୍ତି,“ବେଲ୍‌ଜିୟମ ଦେଇଥିବା ପ୍ରଥମ ଦୁଇଟି ଗୋଲ ଆମେ ଡିଫେଣ୍ଡ କରି ନ ପାରିବାରୁ ତାଙ୍କ ସପକ୍ଷରେ ଯାଇଥିଲା। ବାକି ସବୁ ଗୋଲ ମଧ୍ୟ ଅନୁରୂପ ଭାବେ ଆମ ବିପକ୍ଷରେ ଯାଇଥିଲା। ଆମେ ଏହାକୁ ଦୃଷ୍ଟି ରଖିଛୁ। ଆମେ ଏଥିରେ ଉନ୍ନତି ଆଣିବୁ।”