ଫିଞ୍ଚଙ୍କ ବିସ୍ଫୋରକ ଶତକ, ଶ୍ରୀଲଙ୍କାକୁ ୩୩୫ ରନ୍‌ର ଟାର୍ଗେଟ

ଓଭାଲ୍‌: ଫର୍ମ ପାଇଁ ସଂଘର୍ଷ କରୁଥିବା ଅଷ୍ଟ୍ରେଲିଆର ଅଧିନାୟକ ଆରୋନ୍‌ ଫିଞ୍ଚ ବିଶ୍ୱକପ୍‌ରେ ଚମକିଛନ୍ତି। ଆଜି ଓଭାଲ୍‌ରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଫିଞ୍ଚ ବସ୍ଫୋରକ ୧୫୩ ରନ୍‌ର ଇନିଂସ ଖେଳିଛନ୍ତି। ଫିଞ୍ଚଙ୍କ ୧୫୩ ଓ ଷ୍ଟିଭ୍‌ ସ୍ମିଥଙ୍କ ୭୬ ରନ୍‌ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭର୍‌ରେ ୭ ୱିକେଟ୍‌ ହରାଇ ୩୩୪ ରନ୍‌ କରିଛି। ଏହି ମ୍ୟାଚ୍‌କୁ ଜିତିବା ପାଇଁ ଶ୍ରୀଲଙ୍କାକୁ ୩୩୫ ରନ୍‌ର ଟାର୍ଗେଟ ମିଳିଛି। ଟସ୍‌ ଜିତି ଶ୍ରୀଲଙ୍କା ଅଧିନାୟକ ଦିମୁଥ […]

ew

Hemant Lenka
  • Published: Saturday, 15 June 2019
  • , Updated: 15 June 2019, 06:40 PM IST

ଓଭାଲ୍‌: ଫର୍ମ ପାଇଁ ସଂଘର୍ଷ କରୁଥିବା ଅଷ୍ଟ୍ରେଲିଆର ଅଧିନାୟକ ଆରୋନ୍‌ ଫିଞ୍ଚ ବିଶ୍ୱକପ୍‌ରେ ଚମକିଛନ୍ତି। ଆଜି ଓଭାଲ୍‌ରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଫିଞ୍ଚ ବସ୍ଫୋରକ ୧୫୩ ରନ୍‌ର ଇନିଂସ ଖେଳିଛନ୍ତି। ଫିଞ୍ଚଙ୍କ ୧୫୩ ଓ ଷ୍ଟିଭ୍‌ ସ୍ମିଥଙ୍କ ୭୬ ରନ୍‌ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭର୍‌ରେ ୭ ୱିକେଟ୍‌ ହରାଇ ୩୩୪ ରନ୍‌ କରିଛି। ଏହି ମ୍ୟାଚ୍‌କୁ ଜିତିବା ପାଇଁ ଶ୍ରୀଲଙ୍କାକୁ ୩୩୫ ରନ୍‌ର ଟାର୍ଗେଟ ମିଳିଛି।

ଟସ୍‌ ଜିତି ଶ୍ରୀଲଙ୍କା ଅଧିନାୟକ ଦିମୁଥ କରୁଣାରତ୍ନେ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ତେବେ ଅଧିନାୟକ ଫିଞ୍ଚ ଓ ଡେଭିଡ୍‌ ୱାର୍ଣ୍ଣର ଶ୍ରୀଲଙ୍କାର ଏହି ନିଷ୍ପତ୍ତିକୁ ଭୁଲ ପ୍ରମାଣ କରି ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିଥିଲେ। ଉଭୟ ପ୍ରଥମ ୱିକେଟ୍‌ ପାଇଁ ୮୦ ରନ୍‌ ଯୋଡ଼ିଥିଲେ। ତେବେ ଏହି ସମୟରେ ୨୬ ରନ୍‌ କରିଥିବା ୱାର୍ଣ୍ଣରଙ୍କୁ ଧନଞ୍ଜୟ ଡି’ସିଲଭା ବୋଲ୍ଡ କରି ଶ୍ରୀଲଙ୍କାକୁ ପ୍ରଥମ ସଫଳତା ଦେଇଥିଲେ। ୩ ନଂରେ ବ୍ୟାଟିଂ କରିବାକୁ ଆସିଥିବା ଉସମାନ ଖ୍ୱାଜା ମାତ୍ର ୧୦ ରନ୍‌ କରି ଡି’ ସିଲଭାଙ୍କ ଦ୍ୱିତୀୟ ଶିକାର ହୋଇଥିଲେ।

କିନ୍ତୁ ସ୍ମିଥ ଓ ଫିଞ୍ଚ ଅଷ୍ଟ୍ରେଲିଆର ସ୍ଥିତି ସମ୍ଭାଳିବା ସହ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିଥିଲେ। ଇତି ମଧ୍ୟରେ ଫିଞ୍ଚ ନିଜର ଶତକ ହାସଲ କରିବା ସହ ସ୍ମିଥ ଅର୍ଦ୍ଧଶତକ ହାସଲ କରିଥିଲେ। ଉଭୟ ୩ ୱିକେଟ୍‌ ପାଇଁ ୧୭୩ ରନ୍‌ର ଭାଗିଦାରୀ କରିଥିଲେ। ଦଳୀୟ ସ୍କୋର ୨୭୩ ଥିବା ବେଳେ ବଡ଼ ଶଟ୍‌ ଖେଳିବା ଲୋଭରେ ଫିଞ୍ଚ ୧୫୩ ରନ୍‌ କରି ଇସ୍ରୁ ଉଦାନଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ।

ଏହାପରେ ଲସିଥ ମାଲିଙ୍ଗାଙ୍କ ବଲ୍‌କୁ ବୁଝି ନପାରି ସ୍ମିଥ ମଧ୍ୟ ପ୍ୟାଭିଲିନ୍‌ ଫେରିଥିଲେ। ଶନ୍‌ ମାର୍ଶ ମାତ୍ର ୩ ରନ୍‌ କରି କରିବାକୁ ସକ୍ଷମ ହୋଇଥିଲେ। ଆଲେକ୍ସ କେରୀ ମଧ୍ୟ ୪ ରନ୍‌ ଦୁର୍ଭାଗ୍ୟବଶତଃ ରନ୍‌ ଆଉଟ୍‌ ହୋଇଥିଲେ। ପ୍ୟାଟ କମିନ୍ସ ମଧ୍ୟ କୌଣସି ବଲ୍‌ ସାମ୍ନା କରିବା ପୂର୍ବରୁ ଅନୁରୂପ ଭାବେ ରନ୍‌ ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରିଥିଲେ।

ଶେଷ ଭାଗରେ ଗ୍ଲେନ ମ୍ୟାକ୍ସ ୱେଲ୍‌ ବିସ୍ଫୋରକ ବ୍ୟାଟିଂ କରିବାରୁ ଅଷ୍ଟ୍ରେଲିଆ ସ୍କୋର ୩୩୦ ପାର୍‌ ହୋଇଥିଲା। ମ୍ୟାକ୍ସୱେଲ ମାତ୍ର ୨୫ଟି ବଲ୍‌ରେ ୪୬ ରନ୍‌ ଓ ମିଚେଲ ଷ୍ଟାର୍କ ୫ ରନ୍‌ କରି ଅପରାଜିତ ରହିଥିଲେ।

ଶ୍ରୀଲଙ୍କା ପକ୍ଷରୁ ଡି’ସିଲଭା ଓ ଉଦାଦ୨ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ମାଲିଙ୍ଗା ଗୋଟିଏ ୱିକେଟ୍‌ ପାଇଛନ୍ତି।

Related story