ମାତ୍ର ଗୋଟିଏ ରନ୍‌ରେ ହାରିଗଲା ଭାରତୀୟ ମହିଳା ଦଳ

ନର୍ଥ ସାଉଣ୍ଡ(ୱେଷ୍ଟଇଣ୍ଡିଜ୍‌): ଓପନର ପ୍ରିୟା ପୁନିଆଙ୍କ ଦମଦାର ଅର୍ଦ୍ଧଶତକ ସତ୍ତ୍ୱେ ଭାରତୀୟ ମହିଳା ଦଳ ପ୍ରତିପକ୍ଷ ୱେଷ୍ଟଇଣ୍ଡିଜ୍‌ ଠାରୁ ମାତ୍ର ୧ ରନ୍‌ରେ ପରାସ୍ତ ହୋଇଛି। ଆଇସିସି ମହିଳା ଦିନିକିଆ ଚାମ୍ପିୟନଶିପ୍‌ର ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଟିମ୍‌ ୭ ୱିକେଟ୍‌ ହରାଇ ୨୨୫ ରନ୍‌ କରିଥିଲା। ଏହାର ଜବାବରେ ଭାରତୀୟ ମହିଳା ଦଳ ୨୨୪ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି। ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ଅଧିନାୟକ ଷ୍ଟେଫାନି ଟେଲର ଚମତ୍କାର ୯୪ ରନ୍‌ର ଇନିଂସ୍‌ ଖେଳି ଏହି ବଜୟରେ […]

s

s

Hemant Lenka
  • Published: Saturday, 02 November 2019
  • Updated: 02 November 2019, 03:59 PM IST

ନର୍ଥ ସାଉଣ୍ଡ(ୱେଷ୍ଟଇଣ୍ଡିଜ୍‌): ଓପନର ପ୍ରିୟା ପୁନିଆଙ୍କ ଦମଦାର ଅର୍ଦ୍ଧଶତକ ସତ୍ତ୍ୱେ ଭାରତୀୟ ମହିଳା ଦଳ ପ୍ରତିପକ୍ଷ ୱେଷ୍ଟଇଣ୍ଡିଜ୍‌ ଠାରୁ ମାତ୍ର ୧ ରନ୍‌ରେ ପରାସ୍ତ ହୋଇଛି। ଆଇସିସି ମହିଳା ଦିନିକିଆ ଚାମ୍ପିୟନଶିପ୍‌ର ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଟିମ୍‌ ୭ ୱିକେଟ୍‌ ହରାଇ ୨୨୫ ରନ୍‌ କରିଥିଲା।

ଏହାର ଜବାବରେ ଭାରତୀୟ ମହିଳା ଦଳ ୨୨୪ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି। ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ଅଧିନାୟକ ଷ୍ଟେଫାନି ଟେଲର ଚମତ୍କାର ୯୪ ରନ୍‌ର ଇନିଂସ୍‌ ଖେଳି ଏହି ବଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ୱେଷ୍ଟଇଣ୍ଡିଜ୍ ଦେଇଥିବା ୨୨୬ ରନର ପିଛା କରୁଥିବା ଭାରତୀୟ ମହିଳା ଟିମ୍‌ର ଦୁଇ ଓପନର ପ୍ରିୟା ପୁନିଆ ଓ ଜେମିମା ରୋଡ୍ରିଗ୍ସ ଜବରଦସ୍ତ ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ୍‌ ପାଇଁ ୭୮ ରନ୍‌ ଯୋଡ଼ିଥିଲେ। ହେଲେ ଏହି ସମୟରେ ୪୧ ରନ୍‌ କରିଥିବା ଜେମିମା ଇଣ୍ଡିଜ୍ ଅଧିନାୟକ ଷ୍ଟେଫାନି ଟେଲରଙ୍କ ବଲରେ ଆଉଟ୍ ହୋଇଯାଇଥିଲେ।

୩ ନଂରେ ବ୍ୟାଟିଂ କରିବାକୁ ଆସିଥିବା ପୁନମ ରାଉତ (୨୨) ରନ୍‌ ଆଉଟ୍‌ ହୋଇଥିଲେ। ୩୯.୩ ଓଭରରେ ଦଳୀୟ ସ୍କୋର ୧୭୦ ଥିବା ବେଳେ ବ୍ୟକ୍ତିଗତ ୭୫ ରନ୍‌ କରି ପ୍ରିୟା ପ୍ୟାଭିଲିୟନ ଫେରିଥିଲେ। ପ୍ରିୟା ୬ଟି ଚୌକା ସହ ୧୦୭ ବଲରେ ୭୫ ରନର ଇନିଂସ ଖେଳିଥିଲେ।

ପ୍ରିୟା ଆଉଟ୍ ହେବା ପରେ ଟିମ୍ ଇଣ୍ଡିଆର ବ୍ୟାଟିଂ ଲାଇନ୍ ଅପ୍ ଭୁଶୁଡ଼ି ପଡ଼ିଥିଲା। ଅଧିନାୟକ ମିତାଲି ରାଜ ୨୦, ହରମନପ୍ରୀତ କୌର ୫ ଓ ଦୀପ୍ତି ଶର୍ମା ୧୯ ସମସ୍ତଙ୍କୁ ନିରାଶ କରିଥିଲେ। ଶେଷ ଦୁଇଟି ବଲରେ ୱେଷ୍ଟଇଣ୍ଡିଜ୍‌ର ଅନିସା ମହମ୍ମଦ ଭାରତର ଏକତା ବିଷ୍ଟ ଓ ପୁନମ ଯାଦବଙ୍କୁ ଆଉଟ୍‌ କରି ନିଜ ଦଳକୁ ରୋମାଞ୍ଚକର ଗୋଟିଏ ରନ୍‌ର ବିଜୟ ଦେଇଥିଲେ। ଏହାପୂର୍ବରୁ ଟେଲରଙ୍କ ୯୧ ବଲରେ ୯୪ ଓ ନତାଶା ମ୍ୟାକଲେନ୍‌ଙ୍କ ୫୧ ରନ୍‌ ବଲରେ ଇଣ୍ଡିଜ୍‌ ଟିମ୍‌ ୨୨୫ ରନ୍‌ କରିଥିଲା।

ଆସନ୍ତାକାଲି ଦୁଇ ଦଳଙ୍କ ମଧ୍ୟରେ ଦ୍ୱିତୀୟ ଦିନିକିଆ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story