ଟେଷ୍ଟ ରାଙ୍କିଙ୍ଗ: କୋହଲିଙ୍କୁ ହଟାଇ ସ୍ମିଥ୍ ନଂ-୧

ଦୁବାଇ: ଜାମାଇକା ଟେଷ୍ଟର ଦ୍ୱିତୀୟ ଇନିଂସରେ ପ୍ରଥମ ବଲରେ ଆଉଟ୍ ହେବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲିଙ୍କୁ ମହଙ୍ଗା ପଡ଼ିଛି। ଏହି କାରଣରୁ ଟେଷ୍ଟ ରାଙ୍କିଙ୍ଗରେ କୋହଲିଙ୍କ ହାତରୁ ଶୀର୍ଷ ସ୍ଥାନ ଚାଲିଯାଇଛି। ଅଷ୍ଟ୍ରେଲିଆର ରନ୍ ମେଶିନ୍ ଷ୍ଟିଭ୍ ସ୍ମିଥ୍ ବର୍ତ୍ତମାନ ଟେଷ୍ଟ ବ୍ୟାଟ୍ସମ୍ୟାନ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ କୋହଲି ୭୬ ରନ୍ ଏବଂ ଦ୍ୱିତୀୟ ଇନିଂସରେ ଖାତା ଖୋଲିପାରିନଥିଲେ। ଏହି ବିଫଳତା […]

ranking

ranking

Ranjit Kumar Jena
  • Published: Tuesday, 03 September 2019
  • Updated: 03 September 2019, 05:00 PM IST

Sports

Latest News

ଦୁବାଇ: ଜାମାଇକା ଟେଷ୍ଟର ଦ୍ୱିତୀୟ ଇନିଂସରେ ପ୍ରଥମ ବଲରେ ଆଉଟ୍ ହେବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲିଙ୍କୁ ମହଙ୍ଗା ପଡ଼ିଛି। ଏହି କାରଣରୁ ଟେଷ୍ଟ ରାଙ୍କିଙ୍ଗରେ କୋହଲିଙ୍କ ହାତରୁ ଶୀର୍ଷ ସ୍ଥାନ ଚାଲିଯାଇଛି। ଅଷ୍ଟ୍ରେଲିଆର ରନ୍ ମେଶିନ୍ ଷ୍ଟିଭ୍ ସ୍ମିଥ୍ ବର୍ତ୍ତମାନ ଟେଷ୍ଟ ବ୍ୟାଟ୍ସମ୍ୟାନ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ କୋହଲି ୭୬ ରନ୍ ଏବଂ ଦ୍ୱିତୀୟ ଇନିଂସରେ ଖାତା ଖୋଲିପାରିନଥିଲେ। ଏହି ବିଫଳତା ଯୋଗୁ ବିରାଟଙ୍କ ପଏଣ୍ଟ କାଟି ଦିଆଯାଇଛି। ଏବେ ବିରାଟ୍ ୯୦୩ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। ତେବେ ସ୍ମିଥ୍ କୋହଲିଙ୍କଠାରୁ ମାତ୍ର ଗୋଟିଏ ପଏଣ୍ଟ ଆଗରେ ଅର୍ଥାତ୍ ୯୦୪ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ସ୍ମିଥ୍ ୨୦୧୮ ପରେ ପ୍ରଥମ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ସ୍ମିଥ୍ ଡିସେମ୍ବର, ୨୦୧୫ରୁ ଅଗଷ୍ଟ ୨୦୧୮ ପର୍ଯ୍ୟନ୍ତ ଲଗାତାର ନମ୍ବର-୧ ସ୍ଥାନରେ ରହିଥିଲେ। ଏହା ପରେ ମାର୍ଚ୍ଚ, ୨୦୧୮ରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଏକ ଟେଷ୍ଟ ମ୍ୟାଚରେ ବଲ୍ ଟ୍ୟାମ୍ପରିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲା, ଯେଉଁକାରଣରୁ ତାଙ୍କ ଉପରେ ଅଷ୍ଟ୍ରେଲିଆନ୍ କ୍ରିକେଟ୍ ବୋର୍ଡ ବର୍ଷକ ପାଇଁ ବାସନ୍ଦ ଲଗାଇଥିଲା।

ଆଶେସ ଟେଷ୍ଟର ପ୍ରଥମ ମ୍ୟାଚ୍ ଜରିଆରେ ସ୍ମିଥ୍ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ଦୁଇଟି ଟେଷ୍ଟର ତିନୋଟି ଇନିଂସ୍ ଖେଳି ମୋଟ ୩୭୮ (୧୪୪, ୧୪୨ ଓ ୯୨) ରନ୍ କରିଥିଲେ। ସ୍ମିଥଙ୍କ ପାଖରେ ଚଳିତ ଆଶେସ୍ ସିରିଜରେ ଦୁଇଟି ମ୍ୟାଚ୍ ବାକି ଅଛି ଏବଂ ସେ ଭଲ ପ୍ରଦର୍ଶନ କରି ନିଜ ରାଙ୍କିଙ୍ଗ୍ ପଏଣ୍ଟକୁ ଆହୁରି ବଢ଼ାଇବାକୁ ପ୍ରୟାସ କରିବେ।

ସ୍ମିଥ୍ ଓ କୋହଲିଙ୍କୁ ଆଧୁନିକ ଯୁଗର ମହାନ ବ୍ୟାଟ୍ସମ୍ୟାନ୍ କୁହାଯାଉଛି। ସ୍ମିଥ୍ ୬୬ ଟେଷ୍ଟ ମ୍ୟାଚ୍ ଖେଳି ୨୫ ଶତକ ସହ ୬୫୭୭ ରନ୍ ଏବଂ କୋହଲି ୭୯ ଟେଷ୍ଟରେ ୨୫ ଶତକ ସହ ୬୭୪୯ ରନ୍ କରିଛନ୍ତି। ରାଙ୍କିଙ୍ଗରେ ଭାରତର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ ଆଜିଙ୍କ୍ୟ ରାହାଣେ ସପ୍ତମ ସ୍ଥାନକୁ ଉଠିଛନ୍ତି। ଚେତେଶ୍ୱର ପୂଜାରା ଚତୁର୍ଥ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos