ଦଳ ପାଇଁ ଲଢ଼େଇ କଲେ ସ୍ମିଥ,୧୭୮ରେ ଅଟକିଲା ରାଜସ୍ଥାନ

ଦୁବାଇ: ବାରମ୍ବାର ଫେଲ ମାରିବା ପରେ ଶେଷରେ ଅଧିନାୟକ ଷ୍ଟିଭ ସ୍ମିଥଙ୍କ ବ୍ୟାଟ ଗର୍ଜିଛି। ସ୍ମିଥଙ୍କ ଗୁରୁତ୍ୱପୂର୍ଣ୍ଣ ୫୭ ରନ୍‌ ବଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୧୭୭ ରନ୍‌ କରିଛି। ଫଳରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ମ୍ୟାଚ ଜିତିବା ପାଇଁ ଚ୍ୟାଲେଞ୍ଜିଂ ୧୭୮ ରନ୍‌ର ଟାର୍ଗେଟ ମିଳିଛି। ସ୍ମିଥଙ୍କ ବ୍ୟତୀତ ପ୍ରମସୋନ ପାଇ ଆଜି ରାଜସ୍ଥାନ ପାଇଁ ଇନିଂସ୍‌ ଆରମ୍ଭ କରିଥିବା ରବିନ ଉଥାପ୍ପା ଦ୍ରୁତ ୪୧ ରନ୍‌ […]

d

d

Hemant Lenka
  • Published: Saturday, 17 October 2020
  • Updated: 17 October 2020, 05:23 PM IST

Sports

Latest News

ଦୁବାଇ: ବାରମ୍ବାର ଫେଲ ମାରିବା ପରେ ଶେଷରେ ଅଧିନାୟକ ଷ୍ଟିଭ ସ୍ମିଥଙ୍କ ବ୍ୟାଟ ଗର୍ଜିଛି। ସ୍ମିଥଙ୍କ ଗୁରୁତ୍ୱପୂର୍ଣ୍ଣ ୫୭ ରନ୍‌ ବଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୧୭୭ ରନ୍‌ କରିଛି। ଫଳରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ମ୍ୟାଚ ଜିତିବା ପାଇଁ ଚ୍ୟାଲେଞ୍ଜିଂ ୧୭୮ ରନ୍‌ର ଟାର୍ଗେଟ ମିଳିଛି। ସ୍ମିଥଙ୍କ ବ୍ୟତୀତ ପ୍ରମସୋନ ପାଇ ଆଜି ରାଜସ୍ଥାନ ପାଇଁ ଇନିଂସ୍‌ ଆରମ୍ଭ କରିଥିବା ରବିନ ଉଥାପ୍ପା ଦ୍ରୁତ ୪୧ ରନ୍‌ କରିଛନ୍ତି।

ଆଜିର ମ୍ୟାଚ୍‌ରେ ସ୍ମିଥ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମଥର ପାଇଁ ଉଥାପ୍ପା ଓ ବେନ ଷ୍ଟୋକ୍ସ ରାଜସ୍ଥାନ ପାଇଁ ଇନିଂସ ଆରମ୍ଭ କରିଥିଲେ। ଆରମ୍ଭରୁ ହିଁ ଉଥାପ୍ପା ବଡ଼ ଶଟ ଖେଳି ରନ୍‌ ଗତିକୁ ବଢ଼ାଇ ଥିଲେ। ୫.୪ ଓଭର୍‌ରେ ଉଭୟ ପ୍ରଥମ ୱିକେଟ ପାଇଁ ୫୦ ରନ୍‌ ଯୋଡ଼ିଥିଲେ।

ଏହି ସମୟରେ ୧୯ ବଲରେ ୧୫ ରନ୍‌ କରିଥିବା ଷ୍ଟୋକ୍ସଙ୍କୁ କ୍ରିସ ମୋରିସ ଆଉଟ କରି ରାଜସ୍ଥାନକୁ ବଡ଼ ଝଟକା ଦେଇଥିଲେ। ଉଥାପ୍ପା ମଧ୍ୟ ୪୧ ରନ୍‌ କରି ଚହଲଙ୍କ ପ୍ରଥମ ଶିକାର ବନିଥିଲେ। ଏହାର ପରବର୍ତ୍ତୀ ବଲରେ ବଡ଼ ଶଟ୍‌ ଖେଳିବା ଲୋଭରେ ସଞ୍ଜୁ ସାମସନ(୯) ମଧ୍ୟ ପ୍ୟାଭିଲିୟନ ଫେରିଥିଲେ।

ଦୁଇଟି ବଲରେ ଦୁଇଟି ୱିକେଟ ହରାଇ ରାଜସ୍ଥାନ ସଙ୍କଟରେ ପଡ଼ିଥିଲା। ହେଲେ ସ୍ମିଥ ଓ ଜୋଶ ବଟଲର ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ୧୨୭ରେ ପହଞ୍ଚାଇ ଥିଲେ। ଏତିକି ବେଳେ ପୁଣିଥରେ କ୍ରିସ ମୋରିସ ୨୪ ରନ୍‌ କରିଥିବା ବଟଲରଙ୍କୁ ଆଉଟ କରିଥିଲେ। ସ୍ମିଥ ଅର୍ଦ୍ଧଶତକ ହାସଲ କରି ଦଳୀୟ ସ୍କୋରକୁ ଆଗକୁ ନେଉଥିବା ବେଳେ ୧୯.୨ ଓଭର୍‌ରେ ୫୭ ରନ୍‌ କରି ଆଉଟ ହୋଇଯାଇଥିଲେ। ତାଙ୍କ ୱିକେଟ ବି ମୋରିସ ନେଇଥିଲେ। ଶେଷ ଭାଗରେ ରାହୁଲ ତେୱାତିଆ ଅପରାଜିତ ୧୧ ବଲରେ ୧୯ ରନ୍‌ କରିବାରୁ ଦଳୀୟ ସ୍କୋର ୧୭୭ରେ ପହଞ୍ଚିଥିଲା।

ବାଙ୍ଗାଲୋର ପକ୍ଷରୁ କ୍ରିସ ମୋରିସ ୪ଟି ୱିକେଟ ନେଇଥିବା ବେଳେ ଚହଲଙ୍କ ଖାତାରେ ୨ଟି ୱିକେଟ ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos