ଫୁଟବୁଲ ଖେଳୁଥିବା ବେଳେ ଚାଲିଗଲା ଛାତ୍ରଙ୍କ ଜୀବନ

ରାଉରକେଲା(ଓଡ଼ିଶା ରିପୋର୍ଟର): ଏମିତି ବି ଆସେ ମୃତ୍ୟୁ। ଫୁଟବଲ ପଡ଼ିଆରେ ଖେଳୁଥିବା ବେଳେ ହଠାତ୍‌ ଟିଳିପଡ଼ି ଜୀବନ ହାରିଛନ୍ତି ଏନଆଇଟିରେ ଏମଟେକ କରୁଥିବା ଦ୍ୱିତୀୟ ବର୍ଷର ଛାତ୍ର ୱାଶିମ ଉସମାନ। ଆଜି ୱାଶିମ ସାଙ୍ଗମାନଙ୍କ ସହ ପଡ଼ିଆରେ ଫୁଟବୁଲ ଖେଳୁଥିଲେ। ତେବେ ହଠାତ୍‌ ସେ ତଳେ ପଡ଼ି ଯିବା ସହ ତାଙ୍କ ସଂଜ୍ଞା ଚାଲି ଯାଇଥିଲା। ଏହା ଦେଖି ସାଥି ଖେଳିମାନେ ତାଙ୍କୁ ତୁରନ୍ତ ସିଡବ୍ଲ୍ୟୁଏସ୍‌ ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତାର ହେବାରୁ […]

s

s

Hemant Lenka
  • Published: Saturday, 07 March 2020
  • Updated: 07 March 2020, 09:29 PM IST

Sports

Latest News

ରାଉରକେଲା(ଓଡ଼ିଶା ରିପୋର୍ଟର): ଏମିତି ବି ଆସେ ମୃତ୍ୟୁ। ଫୁଟବଲ ପଡ଼ିଆରେ ଖେଳୁଥିବା ବେଳେ ହଠାତ୍‌ ଟିଳିପଡ଼ି ଜୀବନ ହାରିଛନ୍ତି ଏନଆଇଟିରେ ଏମଟେକ କରୁଥିବା ଦ୍ୱିତୀୟ ବର୍ଷର ଛାତ୍ର ୱାଶିମ ଉସମାନ। ଆଜି ୱାଶିମ ସାଙ୍ଗମାନଙ୍କ ସହ ପଡ଼ିଆରେ ଫୁଟବୁଲ ଖେଳୁଥିଲେ।

ତେବେ ହଠାତ୍‌ ସେ ତଳେ ପଡ଼ି ଯିବା ସହ ତାଙ୍କ ସଂଜ୍ଞା ଚାଲି ଯାଇଥିଲା। ଏହା ଦେଖି ସାଥି ଖେଳିମାନେ ତାଙ୍କୁ ତୁରନ୍ତ ସିଡବ୍ଲ୍ୟୁଏସ୍‌ ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତାର ହେବାରୁ ତାଙ୍କୁ ଆଇଜିଏଚ୍‌ ସ୍ଥାନାନ୍ତର କରାଯାଇଥିଲା।

ହେଲେ ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୱାଶିମଙ୍କ ଘର କେରଳ ମଲୀୟପୁରମରେ ବୋଲି ଜଣାପଡ଼ିଛି। ଏହି ଦୁଃଖଦ ଖବର ସମ୍ପର୍କରେ ଏନଆଇଟି କର୍ତ୍ତୃପକ୍ଷ ୱାଶିମଙ୍କ ପରିବାର ବର୍ଗଙ୍କୁ ଖବର ଦେଇଛନ୍ତି। ସେମାନେ ଆଜି ରାତି କିମ୍ବା କାଲି ସକାଳେ ଏଠାରେ ଆସି ପହଞ୍ଚିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos