ବିସିସିଆଇ ଅଧ୍ୟକ୍ଷ ପଦରୁ ଅନୁରାଗ ଠାକୁରଙ୍କୁ ବହିଷ୍କାର କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିସିସିଆଇ ବିରୁଦ୍ଧରେ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ଜାରି ରହିଛି। ସର୍ବୋଚ୍ଚ କୋର୍ଟ ଆଜି ବୋର୍ଡ ସଭାପତି ଅନୁରାଗ ଠାକୁରଙ୍କୁ ତାଙ୍କ ପଦରୁ ବହିଷ୍କାର କରିଛନ୍ତି। ସେହିପରି ବିସିସିଆଇ ସଂପାଦକ ଅଜୟ ସିର୍କେଙ୍କୁ ମଧ୍ୟ କୋର୍ଟ ବହିଷ୍କାର କରିଛନ୍ତି। ଜଷ୍ଟିସ୍‌ ଲୋଧା କମିଟିର ସୁପାରିଶକୁ ଲାଗୁ ନ କରିବାକୁ ନେଇ କିଛି ଦିନ ହେବ ସୁପ୍ରିମକୋର୍ଟ ଓ ବିସିସିଆଇ ମୁହାଁମୁହିଁ ହୋଇଥିଲା। ଅଦାଲତ ଅବମାନା ଓ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ଠାକୁରଙ୍କ ବିରୋଧରେ ଏପରି କଠୋର […]

anurag

anurag

Rakesh Mallick
  • Published: Monday, 02 January 2017
  • Updated: 02 January 2017, 07:52 PM IST

Sports

Latest News

ନୂଆଦିଲ୍ଲୀ: ବିସିସିଆଇ ବିରୁଦ୍ଧରେ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ଜାରି ରହିଛି। ସର୍ବୋଚ୍ଚ କୋର୍ଟ ଆଜି ବୋର୍ଡ ସଭାପତି ଅନୁରାଗ ଠାକୁରଙ୍କୁ ତାଙ୍କ ପଦରୁ ବହିଷ୍କାର କରିଛନ୍ତି। ସେହିପରି ବିସିସିଆଇ ସଂପାଦକ ଅଜୟ ସିର୍କେଙ୍କୁ ମଧ୍ୟ କୋର୍ଟ ବହିଷ୍କାର କରିଛନ୍ତି।

ଜଷ୍ଟିସ୍‌ ଲୋଧା କମିଟିର ସୁପାରିଶକୁ ଲାଗୁ ନ କରିବାକୁ ନେଇ କିଛି ଦିନ ହେବ ସୁପ୍ରିମକୋର୍ଟ ଓ ବିସିସିଆଇ ମୁହାଁମୁହିଁ ହୋଇଥିଲା। ଅଦାଲତ ଅବମାନା ଓ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ଠାକୁରଙ୍କ ବିରୋଧରେ ଏପରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସର୍ବୋଚ୍ଚ କୋର୍ଟ। ଏଥିସହିତ ଜଣେ ବରିଷ୍ଠ ଉପସଭାପତି ଏବେ ବୋର୍ଡ ସଭାପତି ଓ ଜଣେ ବରିଷ୍ଠ ଯୁଗ୍ମ ସଂପାଦକ ସଂପାଦକ ପଦ ତୁଲାଇବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟଙ୍କୁ ମିଥ୍ୟା ତଥ୍ୟ ଦେଇଥିବାରୁ ତାଙ୍କ ବିରୋଧରେ କାହିଁକି ପରଜୁରୀ ପ୍ରୋସିଡିଂ ହେବ ନାହିଁ ବୋଲି ଠାକୁରଙ୍କୁ କୋର୍ଟ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ଜାନୁଆରୀ ୧୯ ତାରିଖ ସୁଦ୍ଧା ଏହାର ଉତ୍ତର ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  ପ୍ରୋସିଡିଂରେ ଦୋଷୀ ସାବ୍ୟସ୍ତ ହେଲେ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡର ବ୍ୟବସ୍ଥା ରହିଛି।

ଠାକୁରଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲିବ କୋର୍ଟ କହିଛନ୍ତି।

କୋର୍ଟଙ୍କ ରାୟ ଆସିବା ପରେ ଜଷ୍ଟିସ୍ (ଅବସରପ୍ରାପ୍ତ) ଲୋଧା କହିଛନ୍ତି ଯେ ଏହା କ୍ରିକେଟ୍‌ର ବିଜୟ।

ସେହିପରି ଲୋଧା କମିଟି ସୁପାରିଶକୁ କାର୍ଯ୍ୟକାରୀ କରି ନ ଥିବା ବୋର୍ଡ ଓ ଷ୍ଟେଟ୍‌ ଆସୋସିଏସନକୁ କୋର୍ଟ ଅଯୋଗ୍ୟ ଘୋଷଣା କରିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ନିର୍ବାଚନ କରି ନ ଥିବା ଓଡ଼ିଶା କ୍ରିକେଟ୍‌ ଆସୋସିଏସ୍‌ର ଚିନ୍ତା ବଢି ଯାଇଛି।

ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା କହିଛନ୍ତି,“ଫେବୃଆରୀ ପ୍ରଥମ ସପ୍ତାହରେ ଆମର ସ୍ପେଶାଲ ଜେନେରାଲ ବଡି ମିଟିଂ ଡାକାଯିବ, ଏହି ସମୟରେ ଅର୍ଡର ମଧ୍ୟ ଆସି ଯାଇଥିବ। କୋର୍ଟ କେଉଁ ଲାଇନରେ ଅର୍ଡର ଦେଇଛନ୍ତି ତାହା ତର୍ଜମା କରିବା ପରେ ପରବର୍ତ୍ତି ପଦକ୍ଷେପ ନେବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story