କଟିଲା ବିସିସିଆଇର ଡେଣା, ଚୟନକମିଟି ବୈଠକ ଯିବାକୁ ମନା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି (ସିଓଏ) ଗୁରୁବାର ବଡ଼ ପଦକ୍ଷେପ ନେଇଛି। ବିଶେଷକରି ଚୟନ କମିଟିରେ ଯେପରି କୌଣସି ବିସିସିଆଇ ପଦାଧିକାରୀଙ୍କ ହସ୍ତକ୍ଷେପ ନ ରହିବ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ସିଓଏ ନିର୍ଦ୍ଦେଶ ଦେଇଛି ଯେ, ବିସିସିଆଇର କୌଣସି ଅଧିକାରୀ କିମ୍ବା ବୋର୍ଡର ସିଇଓ କ୍ରିକେଟ୍ କମିଟିର କୌଣସି ବୈଠକରେ ଭାଗ ନେବେ ନାହିଁ। ବିଦେଶ ଗସ୍ତ ପାଇଁ ବୈଠକ କେବଳ ପ୍ରଶାସନିକ ମ୍ୟାନେଜର୍ ହିଁ ଡକାଇବେ। ଏହାଛଡ଼ା ସିଓଏ ସ୍ପଷ୍ଟ କରିଛି […]

bcci

bcci

Hemant Lenka
  • Published: Thursday, 18 July 2019
  • Updated: 18 July 2019, 07:08 PM IST

Sports

Latest News

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି (ସିଓଏ) ଗୁରୁବାର ବଡ଼ ପଦକ୍ଷେପ ନେଇଛି। ବିଶେଷକରି ଚୟନ କମିଟିରେ ଯେପରି କୌଣସି ବିସିସିଆଇ ପଦାଧିକାରୀଙ୍କ ହସ୍ତକ୍ଷେପ ନ ରହିବ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ସିଓଏ ନିର୍ଦ୍ଦେଶ ଦେଇଛି ଯେ, ବିସିସିଆଇର କୌଣସି ଅଧିକାରୀ କିମ୍ବା ବୋର୍ଡର ସିଇଓ କ୍ରିକେଟ୍ କମିଟିର କୌଣସି ବୈଠକରେ ଭାଗ ନେବେ ନାହିଁ। ବିଦେଶ ଗସ୍ତ ପାଇଁ ବୈଠକ କେବଳ ପ୍ରଶାସନିକ ମ୍ୟାନେଜର୍ ହିଁ ଡକାଇବେ। ଏହାଛଡ଼ା ସିଓଏ ସ୍ପଷ୍ଟ କରିଛି ଯେ,ଏଣିକି ବିସିସିଆଇ ସମ୍ପାଦକ କୌଣସି ଚୟନ ବୈଠକରେ ଯୋଗ ଦେବେ ନାହିଁ। ଏହାଛଡ଼ା ଚୟନ କମିଟିରେ ଗୃହୀତ କୌଣସି ପ୍ରସ୍ତାବକୁ ମଞ୍ଜୁରି ଦେବା ପାଇଁ ସମ୍ପାଦକଙ୍କ ସହମତିର ଆବଶ୍ୟକତା ମଧ୍ୟ ରହିବ ନାହିଁ ବୋଲି ସିଓଏ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ବିସିସିଆଇର ପୁରୁଣା ସମ୍ବିଧାନ ଆଧାରରେ ଚୟନ କମିଟି ସମ୍ପୂର୍ଣ୍ଣ ଭାବେ ସମ୍ପାଦକଙ୍କ ନିୟନ୍ତ୍ରଣରେ ରହୁଥିଲା। କିନ୍ତୁ ଆଜିର ଏହି ନିଷ୍ପତ୍ତି ପରେ ଏବେ ସମ୍ପାଦକଙ୍କ ଅଧିକାର ଓ କ୍ଷମତା ସୀମିତ ରହିବ।

ସିଓଏ କହିଛନ୍ତି, ନୂଆ ସମ୍ବିଧାନ ଲାଗୁ ହେବା ସତ୍ତ୍ୱେ ଚୟନ କମିଟିର ବୈଠକ ସମ୍ପାଦକ ଡକାଉଥିଲେ, ଯାହା ଏବେ ବଦଳିଯିବ। ଆମେ ଜାଣିବାକୁ ପାଇଲୁ ଯେ, କୌଣସି ପରିବର୍ତ୍ତନ ପାଇଁ ଚୟନ କମିଟି ପ୍ରଥମେ ସମ୍ପାଦକଙ୍କଠାରୁ ଅନୁମତି ନିଅନ୍ତି। ଏହାବ୍ୟତୀତ କୌଣସି କ୍ରିକେଟ୍ ମ୍ୟାଚ୍ ଦେଖିବା ଲାଗି ଯିବାଆସିବା ଖର୍ଚ୍ଚର ବନ୍ଦୋବସ୍ତ ପାଇଁ ମଧ୍ୟ ସମ୍ପାଦକଙ୍କଠାରୁ ଅନୁମତି ନେବାକୁ ପଡ଼ୁଥିଲା। ବିସିସିଆଇର ସବୁ କାମ ଏବେ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ଏବଂ ନୂଆ ସମ୍ବିଧାନ ଅନୁଯାୟୀ କାର୍ଯ୍ୟକାରୀ କରିବା ପାଇଁ ଏଭଳି ଏକ ନିର୍ଦ୍ଦେଶର ଆବଶ୍ୟକତା ଥିଲା।

ଜାଣନ୍ତୁ କେଉଁସବୁ ନିର୍ଦ୍ଦେଶ ଆଜିଠାରୁ କାର୍ଯ୍ୟକାରୀ ହେବ।

୧. ବିଦେଶ ଗସ୍ତ ବ୍ୟତୀତ ଚୟନ କମିଟିର ଅଧ୍ୟକ୍ଷ ହିଁ ଚୟନ କମିଟି ବୈଠକ ଡକାଇବେ, ଯେଉଁଥିରେ ପୁରୁଷ ଚୟନ କମିଟି, ଜୁନିୟର ଚୟନ କମିଟି ଏବଂ ମହିଳା ଚୟନ କମିଟି ସାମିଲ୍ ଅଛନ୍ତି। ବିଦେଶ ଗସ୍ତ ପାଇଁ କେବଳ ପ୍ରଶାସନିକ ମ୍ୟାନେଜର୍ ବୈଠକ ଡକାଇବେ। ବିସିସିଆଇର କୌଣସି ପଦାଧିକାରୀ କିମ୍ବା ସିଇଓ କ୍ରିକେଟ୍ କମିଟି ବୈଠକରେ ଭାଗ ନେବେ ନାହିଁ ।

୨. ଚୟନ କମିଟି କିମ୍ବା ପ୍ରଶାସନିକ ମ୍ୟାନେଜରଙ୍କୁ ବୈଠକର ସବିଶେଷ ତଥ୍ୟ ପ୍ରସ୍ତୁତ କରିବାକୁ ପଡ଼ିବ। ଟିମ୍ ଚୟନ କିମ୍ବା ପରିବର୍ତ୍ତନର ଘୋଷଣା ପରେ ଚୟନ କମିଟି ଅଧ୍ୟକ୍ଷ ନିଜ ହସ୍ତାକ୍ଷର ସହ ସମ୍ପାଦକଙ୍କୁ ତାଲିକା ପ୍ରଦାନ କରିବେ।

୩. ଚୟନ କମିଟିକୁ କୌଣସି ଚୟନ କିମ୍ବା ପରିବର୍ତ୍ତନ କିମ୍ବା ବିକଳ୍ପ ପାଇଁ ସମ୍ପାଦକ କିମ୍ବା ସିଇଓଠାରୁ ଆଗୁଆ ମଞ୍ଜୁରି ନେବାର ଆବଶ୍ୟକତା ନାହିଁ।

୪. ଚୟନକର୍ତ୍ତାଙ୍କ ମ୍ୟାଚ୍ ଦେଖିବା ପାଇଁ ଯାତ୍ରା ଏବଂ ଅନ୍ୟାନ୍ୟ ବନ୍ଦୋବସ୍ତ ସିଇଓ କରିବେ। ଏହି ସମ୍ବନ୍ଧରେ ସବୁ ଇମେଲ୍ ସିଇଓଙ୍କୁ ପଠାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story