ରାଇନାଙ୍କ ସମ୍ପର୍କୀୟଙ୍କ ପରିବାର ଉପରେ ଆକ୍ରମଣ, ପିଉସାଙ୍କ ମୃତ୍ୟୁ

ପଠାନକୋଟ: କ୍ରିକେଟର ସୁରେଶ ରାଇନାଙ୍କ ପିଉସୀଙ୍କ ପରିବାର ଲୋକଙ୍କୁ ଅଜଣା ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ତାଙ୍କ ପିଉସାଙ୍କର ମୃତ୍ୟୁ ହୋଇଥିବା ବେଳେ ପରିବର ଅନ୍ୟ ସଦସ୍ୟଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ପରିବାର ଲୋକ ଶୋଇଥିବା ଅବସ୍ଥାରେ କିଛି ଦୁର୍ବୃତ୍ତ ସେମାନଙ୍କ ଉପରେ ଭୟଙ୍କର ଢଙ୍ଗରେ ଆକ୍ରମଣ କରିଥିଲେ। ଅଗଷ୍ଟ ୧୯ ତାରିଖ ପଠାନକୋଠ ଯୋଧପୁର ଅଞ୍ଚଳର ଧରିୟାଲ ଗାଁରେ ଘଟିଛି ଏଭଳି ଅଘଟଣା। ସୂଚନା ଅନୁସାରେ, ରାଇନାଙ୍କ ପିଉସୀଙ୍କ ଅବସ୍ଥା ଅତି ଗମ୍ଭୀର ରହିଛି। […]

dfds

dfds

Hemant Lenka
  • Published: Saturday, 29 August 2020
  • Updated: 29 August 2020, 06:01 PM IST

Sports

Latest News

ପଠାନକୋଟ: କ୍ରିକେଟର ସୁରେଶ ରାଇନାଙ୍କ ପିଉସୀଙ୍କ ପରିବାର ଲୋକଙ୍କୁ ଅଜଣା ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ତାଙ୍କ ପିଉସାଙ୍କର ମୃତ୍ୟୁ ହୋଇଥିବା ବେଳେ ପରିବର ଅନ୍ୟ ସଦସ୍ୟଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ପରିବାର ଲୋକ ଶୋଇଥିବା ଅବସ୍ଥାରେ କିଛି ଦୁର୍ବୃତ୍ତ ସେମାନଙ୍କ ଉପରେ ଭୟଙ୍କର ଢଙ୍ଗରେ ଆକ୍ରମଣ କରିଥିଲେ।

ଅଗଷ୍ଟ ୧୯ ତାରିଖ ପଠାନକୋଠ ଯୋଧପୁର ଅଞ୍ଚଳର ଧରିୟାଲ ଗାଁରେ ଘଟିଛି ଏଭଳି ଅଘଟଣା। ସୂଚନା ଅନୁସାରେ, ରାଇନାଙ୍କ ପିଉସୀଙ୍କ ଅବସ୍ଥା ଅତି ଗମ୍ଭୀର ରହିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିନ୍ତୁ ଏପର୍ଯ୍ୟନ୍ତ ଆକ୍ରମଣକାରୀଙ୍କ ପତ୍ତା ମିଳିପାରି ନାହିଁ।

ସମ୍ଭବତଃ ଏହି କାରଣ ପାଇଁ ରାଇନା ଦୁବାଇରେ ଆଇପିଏଲ ନ ଖେଳି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ହେଲେ ରାଇନା ଏ ସମ୍ପର୍କରେ କିଛି ବି କହିନାହାନ୍ତି।

ରାଇନାଙ୍କ ପିଉସା ଅଶୋକ କୁମାର ଜଣେ କଣ୍ଟ୍ରାକ୍ଟର। ଘଟଣା ଦିନ ତାଙ୍କ ପରିବାର ଛାତ ଉପରେ ଶୋଇଥିଲେ। ଏହି ସମୟରେ ଲୁଟେରାମାନେ ତାଙ୍କ ଘର ଭିତରେ ପଶି ଛାତ ଉପରେ ଶୋଇଥିବା ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ। ଗଭୀର ନିଦରେ ଶୋଇଥିବା କାରଣରୁ ହଠାତ୍ ଏମିତି ଆକ୍ରମଣରୁ ପରିବାର ଲୋକ ନିଜକୁ ରକ୍ଷା କରିପାରି ନଥିଲେ।

ଆକ୍ରମଣକାରୀମାନେ ଧାରୁଆ ଅସ୍ତ୍ରରେ ପରିବାର ଉପରେ ଭୟଙ୍କର ଆକ୍ରମଣ କରିଥିଲେ। ଘଟଣା ପରେ ପରିବାର ଲୋକଙ୍କୁ ସିଭିଲ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏହି ଆକ୍ରମଣରେ ପରିବାର ମୁଖ୍ୟ ତଥା ସୁରେଶ ରାଇନାଙ୍କ ପିଉସା ଅଶୋକ(୫୮)ଙ୍କର ମୃତ୍ୟୁ ହୋଇଥିଲା।

ପରିବାରର ଅନ୍ୟ ସଦସ୍ୟ- ରାଇନାଙ୍କ ପିଉସୀ ଆଶା ଦେବୀ (୫୫) ଏବଂ ତାଙ୍କ ପୁଅ କୌଶଲ କୁମାର(୩୨), ଅନ୍ୟ ଏକ ପୁଅ ଅପିନ କୁମାର (୨୪) ଓ ୮୦ ବର୍ଷୀୟା ଶାଶୂ ସତ୍ୟା ଦେବୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ଆହତଙ୍କ ମଧ୍ୟରୁ ଅପିନ କୁମାର ଓ ସତ୍ୟା ଦେବୀ ସୁସ୍ଥ ହୋଇ ଘରକୁ ଫେରି ଆସିଥିବା ବେଳେ ଅନ୍ୟ ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି।

ଏହି ଘଟଣା ପରେ ପୁଲିସ ଓ ଫରେନ୍ସିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଘରର ତନ୍ନ ତନ୍ନ ଯାଞ୍ଚ କରିବା ପରେ ମୃତ ଅଶୋକ କୁମାରଙ୍କ ଚେକ୍‌ବୁକ୍‌ ଓ ଅନ୍ୟ କିଛି କାଗଜ କିଛି ଦୂରରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ଏପର୍ଯ୍ୟନ୍ତ କୌଣସି ଅପରାଧୀ ଧରାପଡ଼ି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos