ଟି-୨୦ ସିରିଜରେ ନ୍ୟୁଜିଲାଣ୍ଡର କ୍ଲିନସ୍ୱିପ୍‌

ମାଉଣ୍ଟ ମାଉଙ୍ଗାନୁଇ: ବାଂଲାଦେଶ ବିପକ୍ଷ ଶେଷ ଟି-୨୦ ଜିତି ନ୍ୟୁଜିଲାଣ୍ଡ ସିରିଜରେ କ୍ଲିନସ୍ୱିପ୍‌ କରିଛି। ଆଜି ଖେଳା ଯାଇଥିବା ଶେଷ ଟି-୨୦ରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ୍‌ ହରାଇ ୧୯୪ ରନ୍‌ କରିଥିଲା। ଜବାବରେ ବାଂଲାଦେଶ ଟିମ୍‌ ୬ ୱିକେଟ୍‌ ହରାଇ ୧୬୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ୩ ୱିକେଟ୍‌ ହରାଇ ମାତ୍ର ୪୧ ରନ୍‌ କରିଥିବା ନ୍ୟୁଜିଲାଣ୍ଡ ପାଇଁ ତ୍ରାଣକର୍ତ୍ତା ସାଜିଥିଲେ ସି. ଆଣ୍ଡରସନ୍‌ ଏବଂ କେ. ୱିଲାମସନ୍‌। ଆଣ୍ଡରସନଙ୍କ ୯୪ […]

Anderson-Williamson

Anderson-Williamson

Rakesh Mallick
  • Published: Sunday, 08 January 2017
  • Updated: 08 January 2017, 05:36 PM IST

Sports

Latest News

ମାଉଣ୍ଟ ମାଉଙ୍ଗାନୁଇ: ବାଂଲାଦେଶ ବିପକ୍ଷ ଶେଷ ଟି-୨୦ ଜିତି ନ୍ୟୁଜିଲାଣ୍ଡ ସିରିଜରେ କ୍ଲିନସ୍ୱିପ୍‌ କରିଛି। ଆଜି ଖେଳା ଯାଇଥିବା ଶେଷ ଟି-୨୦ରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ୍‌ ହରାଇ ୧୯୪ ରନ୍‌ କରିଥିଲା। ଜବାବରେ ବାଂଲାଦେଶ ଟିମ୍‌ ୬ ୱିକେଟ୍‌ ହରାଇ ୧୬୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

୩ ୱିକେଟ୍‌ ହରାଇ ମାତ୍ର ୪୧ ରନ୍‌ କରିଥିବା ନ୍ୟୁଜିଲାଣ୍ଡ ପାଇଁ ତ୍ରାଣକର୍ତ୍ତା ସାଜିଥିଲେ ସି. ଆଣ୍ଡରସନ୍‌ ଏବଂ କେ. ୱିଲାମସନ୍‌। ଆଣ୍ଡରସନଙ୍କ ୯୪ (୪୧ ବଲ୍‌) ଏବଂ ୱିଲାମସନଙ୍କ ୬୦ ରନ୍‌ ବଳରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୪ ୱିକେଟ୍‌ ହରାଇ ୧୯୪ ରନ୍‌ କରିଥିଲା।

ଜବାବରେ ବାଂଲାଦେଶର ଆରମ୍ଭ ଭଲ ହୋଇଥିଲା। ୯ ଓଭରରେ ଦଳ ଗୋଟିଏ ୱିକେଟ ହରାଇ ୮୨ ରନ୍‌ କରିନେଇଥିଲା। ତେବେ ନ୍ୟୁଜିଲାଣ୍ଡ ସ୍ପିନର ଆଇ. ସୋଧୀ ୨୨ ରନ୍‌ ଦେଇ ୨ ୱିକେଟ୍‌ ନେଇ ବାଂଲାଦେଶର ରନ୍‌ ସଂଗ୍ରହରେ ବ୍ରେକ୍‌ ଲଗାଇ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos